ଦୁବାଇ: ବିଶ୍ୱର କୋଣ ଅନୁକୋଣ ତଥା ପାକିସ୍ତାନରେ ମଧ୍ୟ ଅଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରଶଂସକ । ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଭାରତୀୟ ପ୍ରଶଂସକଙ୍କ ଠାରୁ ଯେତିକି ପ୍ରେମ ପାଆନ୍ତି, ତାଙ୍କୁ ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ସେତିକି ପ୍ରେମ କରିଥାନ୍ତି । ବିରାଟ କୋହଲିଙ୍କ ଦମଦାର ଶତକ ସହାୟତାରେ ଭାରତ ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି 2025ରୁ ପାକିସ୍ତାନକୁ ଏକ ପ୍ରକାର ବିଦାୟୀ ରାସ୍ତା ଦେଖାଇଛି । କିନ୍ତୁ, ପାକିସ୍ତାନୀ ପ୍ରଶଂସକମାନେ ବିରାଟ କୋହଲିଙ୍କ ଶତକକୁ ସେଲିବ୍ରେଟ୍ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
CELEBRATION AT PAKISTAN FOR VIRAT KOHLI's HUNDRED ♥️
— Johns. (@CricCrazyJohns) February 23, 2025
- King is loved everywhere in the world. pic.twitter.com/G9nRiO6VRZ
ପାକିସ୍ତାନରେ ସେଲିବ୍ରେଟ୍ ହେଲା କୋହଲିଙ୍କ ଶତକ-
ଭାରତର ଷ୍ଟାର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚରେ 100 ରନର ଅପରାଜିତ ଇନିଂସ ଖେଳିଥିଲେ । କୋହଲି ନିଜର 51 ତମ ODI ଶତକ ସହ ଭାରତର ବିଜୟ ନିଶ୍ଚିତ କରିଥିଲେ । ଏହା ପାକିସ୍ତାନ ପାଇଁ ଏକ ଲଜ୍ଜାଜନକ ପରାଜୟ ଥିଲା । କିନ୍ତୁ, ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ବିରାଟ ଶତକ ହାସଲ କରିବା ପରେ ପାକିସ୍ତାନୀ ପ୍ରଶଂସକମାନେ ବିଶେଷକରି ମହିଳା ପ୍ରଶଂସକ ଆନନ୍ଦରେ ନାଚିବା ଆରମ୍ଭ କରିଥିଲେ । ନିଜ ଦଳର ପରାଜୟରେ ଦୁଃଖି ନହୋଇ କୋହିଲଙ୍କ ଦମଦାର ଶତକକୁ ସେଲିବ୍ରେଟ କରିଥିଲେ ପାକିସ୍ତାନୀ ପ୍ରଶଂସକ ।
𝗞𝗢𝗛𝗟𝗜 𝗙𝗜𝗡𝗜𝗦𝗛𝗘𝗦 𝗢𝗙𝗙 𝗜𝗡 𝗦𝗧𝗬𝗟𝗘! 💯@imVkohli takes #TeamIndia over the line, bringing his first-ever hundred in the #ChampionsTrophy, his 51st in ODIs, and 82nd across formats. 🙌
— Star Sports (@StarSportsIndia) February 23, 2025
Take a bow, KING! 👑#ChampionsTrophyOnJioStar 👉 #INDvPAK | LIVE NOW on Star… pic.twitter.com/pzUmDiAtyp
ଭାଇରାଲ ହୋଇଥିବା ଏହି ଭିଡିଓରେ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକମାନେ କମେଣ୍ଟ ଜାରି ରଖିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ମାନସିକ ସ୍ଥିତି ଏପରି ଯେ ବିରାଟ କୋହଲିଙ୍କ ଶତକ ପାଇଁ ପାକିସ୍ତାନରେ ଉତ୍ସାହ ଚରମସିମାରେ ।' ଯେତେବେଳେ କି, ଅନ୍ୟ ଜଣେ ଲେଖିଛନ୍ତି- 'ରାଜା କୋହଲିଙ୍କ ପାଗଳାମୀ ସୀମା ଜାଣେ ନାହିଁ ।'
କୋହଲିଙ୍କ 51 ତମ ODI ଶତକ-
ପାକିସ୍ତାନ ବିପକ୍ଷ ମହାନ ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ନିଜର 51 ତମ ODI ଶତକ ହାସଲ କରିଛନ୍ତି । ବିରାଟ 7 ଚୌକା ସହାୟତାରେ 111 ବଲରେ 100 ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ସ୍ପେଶାଲ୍ ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ରେ କୋହଲି ଦ୍ରୁତତମ 14,000 ରନ୍ ସ୍କୋର କରିବାର ରେକର୍ଡ ମଧ୍ୟ କରିଛନ୍ତି । ଏହା ବ୍ୟତୀତ ବିରାଟ ମଧ୍ୟ ଖେଳାଳି ମଧ୍ୟ ଭାରତ ପାଇଁ ODI କ୍ରିକେଟରେ ସର୍ବାଧିକ କ୍ୟାଚ୍ ନେଇଥିବା କ୍ରିକେଟର ବନିଯାଇଛନ୍ତି ।
For his unbeaten 💯 and guiding #TeamIndia over the line, Virat Kohli is the Player of the Match 👏 🏆
— BCCI (@BCCI) February 23, 2025
Scoreboard ▶️ https://t.co/llR6bWyvZN#PAKvIND | #ChampionsTrophy | @imVkohli pic.twitter.com/vuBuKtWW06
ପାକିସ୍ତାନକୁ ହରାଇ ସେମିଫାଇନାଲରେ ଭାରତ
ଚାମ୍ପିଅନ୍ସ ଟ୍ରଫି 2025 ର ମେଗା ମ୍ୟାଚ୍ ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ଏହି ଚମତ୍କାର ବିଜୟର ହିରୋ ଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଯିଏ ଅପରାଜିତ ଶତକ ହାସଲ କରି ପାକିସ୍ତାନକୁ ପରାଜୟର ସ୍ୱାଦ ଦେଇଥିଲେ ।
Big match, big moment, Virat Kohli delivers 👏
— ICC (@ICC) February 23, 2025
A chasing masterclass against Pakistan earns him the @aramco POTM 🎖️
#ChampionsTrophy pic.twitter.com/BRTc61g3pG