କୁଶଭଦ୍ରାରେ ଘାଇ, ଗୋପ ବ୍ଲକର ତିନିଟି ପଞ୍ଚାୟତ ପ୍ରଭାବିତ

By

Published : Aug 18, 2022, 3:25 PM IST

thumbnail
ପୁରୀ: କୁଶଭଦ୍ରା ନଦୀରେ ଘାଇ ଯୋଗୁଁ ପୁରୀ ଗୋପର ତିନିଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାପାଣି ପ୍ରବେଶ କରିବାରୁ ନାଗପୁର, ବେଦ ପୁର, ଗଣେଶ୍ୱରପୁର ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଘର ମଧ୍ୟରେ ବନ୍ୟାପାଣି ପ୍ରବେଶ କରିବାରୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି ପଞ୍ଚାୟତବାସୀ । ତେବେ ପ୍ରଶାସନ ତରଫରୁ କିଛି ସାହାଯ୍ୟ କରାଯାଉନଥିବା ବନ୍ୟା ପୀଡିତ ଅଭିଯୋଗ କରିଛନ୍ତି । ସେପଟେ ଗୋପ ତହସିଲଦାର ସେକ ସାଗିର କହିଛନ୍ତି, "ବେଶୀ ପ୍ରଭାବିତ ହୋଇଛି ବେଦପୁର ଓ ନାଗପୁର ପଞ୍ଚାୟତ । ଲୋକେ ଭୟଭୀତ ହୁଅନ୍ତୁ ନାହିଁ ସେମାନଙ୍କ ପାଖରେ ପ୍ରଶାସନ ଅଛି । ଖୁବ ଶୀଘ୍ର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଏବଂ ଗାଇଗୋରୁଙ୍କ ନିମନ୍ତେ ଗୋଖାଦ୍ୟ ଦେବାର ବ୍ୟବସ୍ଥା କରୁଛୁ ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.