ମେଷ: ଆପଣ ଅଲୌକିକ ଓ ଦୈବିକ ଘଟଣାରେ ନିଜର ଇଚ୍ଛା ପ୍ରକଟ କରିବେ ଓ ଆଜି ଏହା ହି ଆପଣଙ୍କ ସଉକ ହେବ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ, ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି ସେ ଗୁଡିକର ସାମ୍ନା କରିବେ ।
ବୃଷ: ଆପଣ ନିଜକୁ ଏକ ଦୋଛକିରେ ପାଇବେ ଓ ପ୍ରତି ପାଦରେ ଆପଣଙ୍କୁ କିଛି ଭଲ ଓ କିଛି ଖରାପ ଉଭୟ ମିଳିବ । ଆପଣଙ୍କ ଭାବନା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଆପଣ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଏକ ଭଲ ସମୟ କଟାଇପାରନ୍ତି ଯାହା ଦ୍ଵାରା ଆପଣଙ୍କ ଆତ୍ମା ଉପରେ ଥିବା ବୋଝ କମିବ । ସ୍ତ୍ରୀ/ସ୍ବାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ । ଛାତ୍ରଙ୍କ ପାଇଁ ଦିନଟି ଭଲ ରହି ନ ପାରେ । ମାତ୍ର କଠିନ ପରିଶ୍ରମ ଫଳ ଆଣିବ ।
ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ ଓ ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ । କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ ଝଗଡ଼ା ଲାଗିପାରେ । ଅର୍ଥହାନୀ ହୋଇପାରେ । କିଛି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ ।
କର୍କଟ: ଏହା ଆହ୍ଵାନର ଦିନ ହେବ । ଆପଣ ନୂଆ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ହେବେ । କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକିଆ ଥିବା କାମ ଶେଷ ହେବ । ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତରଣ ହୋଇପାରେ । ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି । ଶତ୍ରୁଙ୍କୁ ପରାଜିତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀ ସହ ବୁଲିବାକୁ ଯିବେ ।
ସିଂହ: ଆଜିଦିନ ଆପଣଙ୍କ ସପକ୍ଷରେ ନାହିଁ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ; ଯେତେଦୁର ସମ୍ଭବ, କେବଳ ସତର୍କ ହୁଅନ୍ତୁ । ନକ୍ଷତ୍ରଗଣ ଆପଣଙ୍କ ପାଇଁ ଶୁଭ ଜଣା ପଡୁ ନାହାନ୍ତି, ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରିର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ; ଆପଣ ନିଦ୍ରାହୀନତାରେ ମଧ୍ୟ ପୀଡ଼ିତ ହୋଇପାରନ୍ତି ।
କନ୍ୟା: ଆପଣଙ୍କ ନେତୃତ୍ଵ ଦକ୍ଷତା ହେଉଛି ଏକ ବିଶେଷତା ଓ ଆପଣ ଯେପରି ଆପଣଙ୍କ ଦଳକୁ ସମ୍ଭାଳି ଥାଆନ୍ତି ସେଥିପାଇଁ ଆପଣ ପ୍ରଶଂସା ପାଇବେ । ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ । ଏହା ପାଇବା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିଛନ୍ତି । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ । ସାଙ୍ଗସାଥୀଙ୍କ ସହଯୋଗ ରହିବ । ଆଜି ଅଯଥା ଖର୍ଚ୍ଚ ପ୍ରତି ଦୃଷ୍ଟି ଦିଅନ୍ତୁ ।
ତୁଳା: ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ସହକର୍ମୀଙ୍କ ସାହାଯ୍ୟ ପାଇବେ । ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ କରିବେ ।
ବିଛା: ସାମାଜିକ ଭାବେ ସମସ୍ତଙ୍କ ଧ୍ୟାନରେ ରହିବାକୁ ଆପଣଙ୍କୁ ଭଲ ଲାଗେ । କିନ୍ତୁ ଖରାପ ନଜର ଥିବା ଲୋକମାନଙ୍କ ପ୍ରତି ସଚେତନ ରୁହନ୍ତୁ କାରଣ ଆପଣଙ୍କ ପ୍ରତି ସେମାନଙ୍କ ଅଭିପ୍ରାୟ ଭଲ ନୁହେଁ । ଆପଣ ଜଣେ ଭଲ ମଣିଷ ଓ କଦାପି କାହାକୁ କଷ୍ଟ ଦିଅନ୍ତି ନାହିଁ । କିନ୍ତୁ ବେଳେବେଳେ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ଆପଣଙ୍କ ଶତ୍ରୁଙ୍କ ଦୂର୍ବଳତା ଜାଣିବା ଗୁରୁତ୍ଵପୂର୍ଣ୍ଣ । ବ୍ୟବସାୟ ପରିଚାଳନା ଓ ବୁଦ୍ଧିରେ ଅତି ଆଗ୍ରହୀ ବ୍ୟକ୍ତି ପ୍ରଚୁର ଅର୍ଥଲାଭ କରିବେ । ଚାକିରିଆ ମାନଙ୍କ କ୍ଷେତ୍ରରେ ସେମାନେ ସେମାନଙ୍କର ହାକିମଙ୍କ ଶୁଭ ଦୃଷ୍ଟିରେ ରହିପାରନ୍ତି ।
ଧନୁ: ଆପଣଙ୍କ ବ୍ୟବସାୟ ସୀମାହୀନ ଭାବେ ବଢି ଚାଲିବ । ଦିନ ସାରା ଆପଣଙ୍କ ଆର୍ଥିକ ଲାଭ ଆସି ଆପଣଙ୍କୁ ଖୁସି ଦେବ । ଚାଲୁଥିବା କାମରୁ ସକାରାତ୍ମକ ସଙ୍କେତ ମିଳିବ । ଆପଣଙ୍କ ବିଶେଷଜ୍ଞ ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ହେବ । କହିବାକୁ ଗଲେ ଆଜି ଦିନଟି କ୍ରିୟାକଳାପପୂର୍ଣ୍ଣ ରହିବ । କର୍ମସ୍ଥଳରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲ ।
ମକର: ଆଜି ଆପଣ ପୂର୍ବରୁ ସମ୍ପର୍କ ଗୁଡିକରେ କରିଥିବା ଭୁଲ ସୁଧାରିବା ସମୟ ସେଥିପାଇଁ ଆପଣ ଆଜି ସମ୍ପର୍କିୟ ଓ ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ କରିବାରେ ଧ୍ୟାନ ଦେବେ । କିନ୍ତୁ ଆପଣଙ୍କ ଚେଷ୍ଟା ସତ୍ତ୍ଵେ ପାରିବାରିକ କନ୍ଦଳ ହୋଇପାରେ । ଅପ୍ରିୟ ପଡୋଶୀମାନଙ୍କୁ ଦୂରରେ ରଖି ଆପଣ କିଛି ସମସ୍ୟାରୁ ମୁକ୍ତ ରହିପାରିବେ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଖୁସୀ ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତି ପାଇଁ ମନକୁ ଆଶ୍ବସ୍ତି ମିଳିବ । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଭଲ କରିବେ ।
କୁମ୍ଭ: ଆପଣ ଜଣେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ବ୍ୟକ୍ତି ଓ କଠୋର ସମୟରେ ମଧ୍ୟ ଆପଣ ଧ୍ୟାନ କେନ୍ଦ୍ରିତ ରଖନ୍ତି । ନିରନ୍ତର ଖୁସି ରହି ସକାରାତ୍ମକ ମନୋଭାବ ରଖି ଆପଣ କାର୍ଯ୍ୟକ୍ଷେତ୍ରରେ ଓ ଘରେ ଉଭୟ ସ୍ଥାନରେ ଲୋକମାନଙ୍କ ହୃଦୟ ଓ ମନ ଜିତିପାରିବେ । ଏପରି ସନ୍ତୁଷ୍ଟି ଓ ଖୁସି ଭାବନା ଯୋଗୁଁ ଆପଣ ବହୁତ ଭଲ କାମ କରିବାକୁ ପ୍ରୋତ୍ସାହିତ ହେବେ । ଖୁସି ବାଣ୍ଟି ଚାଲନ୍ତୁ । ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବେ । ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।
ମୀନ: ଆଜି ଆପଣ ସମୟ ସମାନ ଭାବରେ ଭାଗ କରିବେ ଓ ଉଭୟ ଘରେ ଓ କାର୍ଯ୍ୟସ୍ଥଳରେ ଭଲ କରିବେ । ସେଥିପାଇଁ ଅଫିସରେ ଆପଣଙ୍କୁ ଦିଆଯାଇଥିବା କାମ ପାଇଁ ଆପଣ ସଠିକ ଲୋକ ବୋଲି ପ୍ରମାଣିତ କରିବା ସମୟ ଘରେ ସଠିକ ପାରିବାରିକ ବ୍ୟକ୍ତି ବୋଲି ନିଜକୁ ସ୍ଥାପିତ କରିବେ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଆପଣଙ୍କ ବକେୟା କାମ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ବ୍ୟକ୍ତିଗତ ଜୀବନରେ ନିଜ ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣଙ୍କୁ ପିତାମାତା ଭାବରେ ଖୁସି ଏବଂ ସନ୍ତୋଷ ଦେବ ।