ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ । ସମସ୍ତ 70 ଆସନ ପାଇଁ ପ୍ରାର୍ଥୀ ବାଛିବାକୁ ଭୋଟ୍ ଦେଉଛି ଦିଲ୍ଲୀ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ବିଭିନ୍ନ ମତଦାନ କେନ୍ଦ୍ରରେ ବର୍ତ୍ତମାନ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ । ମତଦାନ ପୂର୍ବରୁ ମକ୍ ପୋଲିଂ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଚଳିତବର୍ଷ ଦିଲ୍ଲୀରେ 1 କୋଟି 56 ଲକ୍ଷ 14 ହଜାର ମତାଦାତା ରହିଛନ୍ତି । ସେମାନଙ୍କ ମଧ୍ୟରେ 83,76,173 ଜଣ ପୁରୁଷ ଓ 72,36,560 ଜଣ ମହିଳା ଭୋଟର ରହିଛନ୍ତି ।
- ଭୋଟ ଦେଲେ ରାଷ୍ଟ୍ରପତି:
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ।
#WATCH | Delhi: President Droupadi Murmu leaves from Dr. Rajendra Prasad Kendriya Vidyalaya, President’s Estate after casting her vote for #DelhiElection2025 pic.twitter.com/d3P6mNMbV2
— ANI (@ANI) February 5, 2025
- ଭୋଟ ଦେଲେ ଜୟଶଙ୍କର, ରାହୁଲ ଓ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ:
ସକାଳୁ ସକାଳୁ ବିଭିନ୍ନ ବୁଥରେ ବହୁ ବିଶ୍ବିଷ୍ଟ ବ୍ୟକ୍ତିବିଶେଷ ଭୋଟ ଦେଇସାରିଲେଣି । ବିଦେଶ ବ୍ୟାପାର ମନ୍ତ୍ରୀ ଜୟ ଶଙ୍କର, କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସ୍ଥାନୀୟ ସାଂସଦ ବାଂଶୁରୀ ସ୍ବରାଜ ପ୍ରମୁଖ ଭୋଟ ଦେଇଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଏଲିସ ୱାଜ ନିଜର ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ସେ ଜନତାଙ୍କୁ ଅପିଲ୍ କରି କହିଛନ୍ତି, "ସମସ୍ତେ ଘରୁ ବାହାରକୁ ଆସନ୍ତୁ । ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ୍ କରନ୍ତୁ । ସେହିପରି ମାଲବ୍ୟ ନଗର ଆସନ ବିଜେପି ପ୍ରାର୍ଥୀ ସତୀଶ ଉପାଧ୍ୟାୟ ବି ଭୋଟ ଦେଇଛନ୍ତି ।
#WATCH | EAM Dr S Jaishankar says, " i have been an early voter...i think the public is in a mood for change." https://t.co/mkPc911IXS pic.twitter.com/k6eAYaJjsN
— ANI (@ANI) February 5, 2025
#WATCH | Lok Sabha LoP and Congress MP Rahul Gandhi leaves from Nirman Bhawan after casting his vote for #DelhiElections2025 https://t.co/NySApvSKSf pic.twitter.com/F6xRDJiPRF
— ANI (@ANI) February 5, 2025
- ଭୋଟ୍ ଦେଲେ ସ୍ଥଳସେନା ମୁଖ୍ୟ :
କାଲକାଜୀ, ପଟପଡଗଞ୍ଜ, ଜଙ୍ଗପୁରା, ଓଖଲା, ବାବରପୁର, ଚାନ୍ଦନୀ ଚୌକ, ଗ୍ରେଟର କୈଳାସ, ବିଜୱାସନ, ମାଲବ୍ୟ ନଗର, ମଟିଆ ମହଲ, ନରେଲା ଇତ୍ୟାଦି ସ୍ଥାନଗୁଡ଼ିକ ଏବେ ବି ଲୋକପ୍ରିୟ । ଏହି ଆସନଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବହୁ ହେଭିୱେଟ୍ । ତେଣୁ ସମସ୍ତଙ୍କ ନଜର ଏହି ଆସନଗୁଡ଼ିକ ଉପରେ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭୋଟ୍ ଦେଇଛନ୍ତି । କେ କେ କାମରାଜ ଲେନର ଏକ ମତଦାନ କେନ୍ଦ୍ରରେ ସେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ପତ୍ନୀ ସୁନୀତା ଦ୍ୱିବେଦୀ ଏକ ସେଲଫି ବୁଥରେ ଏକ ଫଟୋ କ୍ଲିକ୍ କରିଛନ୍ତି ।
#WATCH | Delhi CM and AAP candidate from Kalkaji Assembly seat, Atishi says, " in this battle of truth versus lies, i hope the people of delhi will stand with the truth, work and defeat hooliganism."#DelhiElection2025 pic.twitter.com/JhNRGxhEt4
— ANI (@ANI) February 5, 2025
- ନିରପେକ୍ଷ ଭାବରେ ଭୋଟ ଦିଅନ୍ତୁ: ଡେପୁଟି NSA ପଙ୍କଜ କୁମାର ସିଂହ
ଡେପୁଟୀ NSA ପଙ୍କଜ କୁମାର ସିଂହ ମତ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ପରେ ସେ କହିଛନ୍ତି, "ଜଣେ ଭୋଟର ଭାବରେ ମୁଁ ଏବଂ ମୋ ପରିବାର ବହୁତ ସୟ ଆଗରୁ ଆସି ପହଞ୍ଚିଥିଲୁ । ବହୁତ ଭଲ ବ୍ୟବସ୍ଥା ଥିଲା ଏବଂ ମୁଁ ପ୍ରଥମ ବ୍ୟକ୍ତି ଭାବରେ ଏହି ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲି। ମୁଁ ଭୋଟରମାନଙ୍କୁ ନିରପେକ୍ଷ ଭାବରେ ଭୋଟ ଦେବାକୁ ନିବେଦନ କରୁଛି ।"
ଏହା ବି ପଢନ୍ତୁ...ଦିଲ୍ଲୀ ଦଙ୍ଗଲ: AAP-BJP ଆମ୍ନାସାମ୍ନା, 8ରେ ଜନାଦେଶ - DELHI ASSEMBLY ELECTION 2025 ଦିଲ୍ଲୀରେ ଆଜି ସରୁଛି ପ୍ରଚାର: ବୁଧବାର ଭୋଟ, ଏକଜିଟ୍ ପୋଲ ଉପରେ କଟକଣା |
- 8ରେ ଭାଗ୍ୟ ନିର୍ଦ୍ଧାରଣ:
70 ଆସନରେ ଭୋଟ ଗ୍ରହଣ ପରେ 8 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ସଂଖ୍ୟା ବହୁମତ 36 ରହିଛି । ‘ଆମ ଆଦମୀ ପାର୍ଟି’ ନିକଟରେ ଏବେ 45 ବିଧାୟକ ଥିବା ବେଳେ ‘ଭାରତୀୟ ଜନତା ପାର୍ଟି’ ନିକଟରେ 7 ଜଣ ବିଧାୟକ ରହିଛନ୍ତି । ସେହିପରି 13 ଟି ଆସନ ଖାଲି ପଡିଛି ।
#WATCH | Delhi CM and AAP candidate from Kalkaji Assembly seat, Atishi says, " in this battle of truth versus lies, i hope the people of delhi will stand with the truth, work and defeat hooliganism."#DelhiElection2025 pic.twitter.com/JhNRGxhEt4
— ANI (@ANI) February 5, 2025
ଇଟିଭି ଭାରତ, ବ୍ୟୁରୋ