ETV Bharat / state

ମିଛ ଅପହରଣ ନାଟକରୁ ସତ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସଇତାନ - BARIPADA KIDNAP MURDER

ମିଛ ଅପହରଣ ନାଟକ ରଚୁଥିଲା ଚନ୍ଦନ । ଟଙ୍କା ଲୋଭରେ ହତ୍ୟା କଲା ସାଙ୍ଗ । ବୁଢାବଳଙ୍ଗ ନଦୀ ପଠାରୁ ମୃତଦେହ ଉଦ୍ଧାର ଓ ବ୍ୟବସାୟୀକୁ ଧମକ କଲ ଘଟଣା ଉପରୁ ହଟିଲା ରହସ୍ୟ

BARIPADA KIDNAP MURDER
BARIPADA KIDNAP MURDER (ETV Bharat Odisha)
author img

By ETV Bharat Odisha Team

Published : 16 hours ago

ଭୁବନେଶ୍ବର/ରାଇରଙ୍ଗପୁର: ବ୍ୟବସାୟୀ ଦାଦାଠୁ ଟଙ୍କା ନେବା ପାଇଁ ଅପହରଣ ନାଟକ ରଚିଥିଲା ପୁତୁରା । ହେଲେ ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଗଲା । ଅପହରଣ ନାଟକରେ ହତ୍ୟାର ଶିକାର ଯେ ହେବ ଜାଣିନଥିଲା ପୁତୁରା । କାରଣ ନାଟକ ଭିତରେ ଧୋକା ଦେଲା ସାଙ୍ଗ । ବୁଢାବଳଙ୍ଗ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣା ଉପରୁ ରହସ୍ୟ ଉଠାଇଛି ପୋଲିସ । ସାଙ୍ଗ କିପରି ସାଙ୍ଗକୁ ହତ୍ୟାକଲା... ଅପହରଣ ପଛର ରହସ୍ୟ ଉପରୁ ପରଦା ହଟାଇଲା ଓଡ଼ିଶା ପୋଲିସ । ଦୁଇ ହତ୍ୟାକାରୀକୁ ଗିରଫ କରିଛି ପୋଲିସ ।

ବେଙ୍ଗାଲୁରୁ ବ୍ୟବସାୟୀକୁ ଯାଇଥିଲା ଅପହରଣ କଲ୍‌:

ସାଙ୍ଗ ସାଜିଲା ସଇତାନ (ETV Bharat Odisha)

ବାରିପଦା ସଦର ଥାନା ଅଞ୍ଚଳର ବୁଢାବଳଙ୍ଗ ନଦୀ ପଠାରୁ ମିଳିଥିବା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଫିଟିଛି । ଦୁଇ ହତ୍ୟାକାରୀଙ୍କୁ ଗିରଫ ସହ ଘଟଣା ପଛର ମିଛ ଅପହରଣରୁ ସତ ସୁଚିନ୍ତିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। । ବେଙ୍ଗାଲୁରୁରେ ରହୁଥିବା ବ୍ୟବସାୟୀ ଦାଦାଠୁ ଟଙ୍କା ନେବା ଉଦ୍ଦେଶ୍ୟରେ ଅପହରଣ ନାଟକ କରିଥିଲା ପୁତୁରା । ହେଲେ ଯେଉଁ ସାଙ୍ଗ ସହ ମିଶି କରିଥିଲା ଯୋଜନା ସେହି ସାଙ୍ଗ ଦେଲା ଧୋକା । ଟଙ୍କା ଲୋଭରେ ହତ୍ୟା କଲା । ପୂରା ଘଟଣା ପର୍ଦ୍ଦାଫାସ କଲା ପୋଲିସ ।

ଅପହରଣ ନାଟକ:

ମୃତ ଚନ୍ଦନ
ମୃତ ଚନ୍ଦନ (ETV Bharat Odisha)
ଦାଦାଠୁ ଟଙ୍କା ନେବା ପାଇଁ ପୁତୁରା ଅପହରଣ ନାଟକ ରଚିଥିଲା । ସାଙ୍ଗ ସହ ଅପହରଣ ନାଟକ ତିଆରି କରି ନିଜେ ହତ୍ୟାକାଣ୍ଡର ଶିକାର ହେଲା । ପରେ ଭାଗବଣ୍ଟା ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରି ମାଟିରେ ପୋତିଲା ସାଙ୍ଗ । ଅପହରଣ ନାଟକରୁ କିଭଳି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଘଟିଲା । ବାରିପଦା ସଦର ଥାନାର ଅପମୃତ୍ୟୁ ମାମଲା ସହ ଭୁବନେଶ୍ୱର ଖାରବେଳ ନଗର ଥାନାର ଅପହରଣ କେସ ମିଶି ଏକ ସୁଚିନ୍ତିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ପାଇବା ଲୋଭରେ ଏଭଳି ଏକ ଅଭାବନୀୟ ଘଟଣା ଘଟାଇଛନ୍ତି ହତ୍ୟାକାରୀ ।

2 ଅଭିଯୁକ୍ତ ଗିରଫ:

ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ପ୍ରେସ ନୋଟରେ ଦିଆଯାଇଥିବା ସୂଚନା ମୁତାବକ, ବୁଢ଼ାବଳଙ୍ଗ ନଦୀର ପଠାରେ ଗତ ୨୬ ତାରିଖରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ମୃତକଙ୍କ ପକେଟରୁ ମିଳିଥିବା ଏକ କାଗଜରୁ ମୃତକର ପରିଚୟ ସ୍ପଷ୍ଟ ହୋଇଥିଲା । ମୃତକ ଜଣଙ୍କ ଚନ୍ଦନ କୁମାର ସ୍ବାଇଁ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଥିଲା‌ । ହେଲେ ତାଙ୍କୁ ଅପହରଣ କରାଯାଇଛି କହି ତାଙ୍କର ଦାଦା ତଥା ବେଙ୍ଗାଲୁରୁ କପଡା ବ୍ୟବସାୟୀଙ୍କୁ ୫୦ ଲକ୍ଷ ଡିମାଣ୍ଡ କରିଥିଲେ ହତ୍ୟାକାରୀ । ମିଛ ନାଟକରୁ ହତ୍ୟାକାଣ୍ଡ କରାଯାଇଥିବା ଉନ୍ମୋଚନ କରି ଦୁଇ ହତ୍ୟାକାରୀ ଆଶିଷ ସିଂ ଓ କରମା ସିଂ ଗିରଫ କରିଛି ଓଡ଼ିଶା ପୋଲିସ ।

ମିଛ ଅପହରଣରୁ ଘଟିଲା ସତ ହତ୍ୟାକାଣ୍ଡ
ମିଛ ଅପହରଣରୁ ଘଟିଲା ସତ ହତ୍ୟାକାଣ୍ଡ (ETV Bharat Odisha)

ଘଟଣା କ୍ରମ ଏମିତି ଥିଲା...
ବେଙ୍ଗାଲୁରୁର ଜଣେ ବ୍ୟବସାୟୀଙ୍କୁ ଗତ ୨୩ରେ ଭୁବନେଶ୍ୱରରୁ ଧମକପୂର୍ଣ୍ଣ କଲ ଯାଇଥିଲା । ଯେଉଁଠି ତାଙ୍କ ପୁତୁରା ଚନ୍ଦନ ସ୍ବାଇଁକୁ ଅପହରଣ କରି ବନ୍ଧକ ରଖାଯାଇଥିବା କହିଥିଲେ ଅପହରଣକାରୀ । ପ୍ରତି ବଦଳରେ ୫୦ ଲକ୍ଷ ଟଙ୍କା ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଦେଲେ ତାକୁ ଛାଡ଼ିଦେବେ ବୋଲି କହିଥିଲେ । ଏନେଇ ଘଟଣାକୁ ଗୁରୁତ୍ବର ନେଇନଥିଲେ ତାଙ୍କ ଦାଦା ।

ପରେ ଗତ ୨୪ ତାରିଖରେ ଅପହରଣକାରୀ କହି ଚନ୍ଦନର ମୋବାଇଲରୁ ଏକ ଲାଇଭ ଲୋକେସନ ମଧ୍ୟ ପଠାଇଥିଲେ । ଭୁବନେଶ୍ୱରରୁ ଆସିଥିବା ସତସତିକା ଲାଇଭ ଲୋକେସନ ଦେଖି ଦାଦା ବେଙ୍ଗାଲୁରୁ ପୋଲିସକୁ ଯୋଗାଯୋଗ କରିଥିଲେ । ପରେ କଲ୍‌ଟି ଭୁବନେଶ୍ବରରୁ ଯାଇଥିବାରୁ ଖାରବେଳ ନଗର ପୋଲିସକୁ ଲାଇଭ ଲୋକେସନ ପଠାଇବା ସହ ଅଭିଯୋଗ ଜଣାଇଥିଲେ । ଏନେଇ ଖାରବେଳ ନଗର ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

ଏନେଇ ପୋଲିସ ଏକ କେସ କରି ଅପହରଣକାରୀଙ୍କ ମୋବାଇଲ ନମ୍ବର ଓ କଲ ଡିଟେଲ ଯାଞ୍ଚ କରିଥିଲା । ଏନେଇ ବାରିପଦା ଅଞ୍ଚଳର ଜଣେ ଯୁବକଙ୍କୁ ସନ୍ଦେହ କରିଥିଲେ । ପରେ ବେଙ୍ଗାଲୁରୁ ବ୍ୟବସାୟୀଙ୍କୁ ୨୬ ତାରିଖରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଏକ ଫୋନ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଏକ ମୃତଦେହ ମିଳିଛି ବୁଢାବଳଙ୍ଗ ନଦୀ ପଠାରୁ । ଏବଂ ମୃତଦେହ ପକେଟରୁ ଏକ କାଗଜରେ ମୋବାଇଲ ନମ୍ବର ମିଳିଛି ବୋଲି କୁହାଯାଇଥିଲା । ମୃତଦେହ ଫଟୋକୁ ଦେଖି ଯାଞ୍ଚ ବେଳେ ତାଙ୍କର ପୁତୁରା ଅର୍ଥାତ୍ ଚନ୍ଦନ ସ୍ବାଇଁ ବୋଲି ସ୍ପଷ୍ଟ ହୋଇଥିଲା । ଚନ୍ଦା ମୁଣ୍ଡ ଯୋଗୁଁ ସହଜରେ ଚିହ୍ନି ପାରିଥିଲେ ତାଙ୍କ ଦାଦା । ପରେ କଲ୍‌ ଆସୁଥିବା ନମ୍ବରକୁ ଟ୍ରାକ କରିଥିଲା ପୋଲିସ । ଟ୍ରାକ କରୁ କରୁ ଅଭିଯୁକ୍ତ ଆଶିଷ ସିଂ ନିକଟରେ ପହଞ୍ଚି ଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ:

ହଟିଲା କନ୍ଦରପୁର ହତ୍ୟା ଘଟଣା ଉପରୁ ପରଦା, ସାର୍ଟର ଟ୍ୟାଗ କହିଲା ଅଭିଯୁକ୍ତ ଠିକଣା

ପତ୍ରପୋଡା ମାଂସ ପାଇଁ ବୃଦ୍ଧଙ୍କୁ ପୋଡିଦେଲେ, ଦୁଇ ଗିରଫ

ନାବାଳିକାକୁ ହତ୍ୟା ପରେ କାଟିବା ଘଟଣା, ଅପରାଧ ପୂର୍ବରୁ କ୍ରାଇମ ସୋ' ଦେଖିଥିଲା ଅଭିଯୁକ୍ତ !

କାହିଁକି ହେଲା ଅପହରଣ ପ୍ଲାନ, କାହିଁକି ସାଙ୍ଗକୁ ହତ୍ୟା କଲା ସାଙ୍ଗ ?

ମୃତକ ଚନ୍ଦନ ସ୍ବାଇଁ ପୂର୍ବରୁ ବେଙ୍ଗାଲୁରୁ ନିଜ ଦାଦାଙ୍କ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ସେ ୪୦ ହଜାର ଟଙ୍କା ଦରମା ମଧ୍ୟ ପାଉଥିଲେ । ହେଲେ ତାଙ୍କୁ ଲାଗୁଥିଲା ସେ କାମ ତୁଳନାରେ କମ ଦରମା ପାଉଛନ୍ତି । ସେନେଇ ସେ ଗତ ୧୯ ତାରିଖରେ ବେଙ୍ଗାଲୁରୁ ଘରକୁ ଅର୍ଥାତ୍ ଓଡ଼ିଶା ପଳାଇ ଆସିଥିଲେ । ହେଲେ ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କ ସାଙ୍ଗ ଆଶିଷକୁ ମଧ୍ୟ ଡାକିଥିଲେ । ଆଶିଷ ମଧ୍ୟ ଗତ ୨୧ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲା ।

ଓଡ଼ିଶାରେ କରିଥିଲେ ଅପହରଣ ଯୋଜନା:

ଦୁଇ ସାଙ୍ଗ ଓଡ଼ିଶାରେ ରହି ଦାଦାଠୁ ଟଙ୍କା ହାତେଇବା ପାଇଁ ଅପହରଣ ନାଟକ ରଚିଥିଲେ । ୫୦ ଲକ୍ଷ ଟଙ୍କା ମାଗିଲେ ମିଳିଯିବ ଭାବି ମିଛ ଅପହରଣ ନାଟକ କରିଥିଲେ । ପ୍ଲାନ ଅନୁସାରେ ଦାଦାଙ୍କଠୁ 50 ଲକ୍ଷ ମିଳିଲେ ଆଶିଷକୁ 2 ଲକ୍ଷ ଦେଇ ବାକି ଟଙ୍କା ଚନ୍ଦନ ରଖିବ । ପ୍ଲାନ୍ ମୁତାବକ ସେହିଦିନ‌ ବସ ଯୋଗେ ଭୁବନେଶ୍ୱରରୁ ବାରିପଦା ବାହାରି ଯାଇଥିଲେ ଦୁଇଜଣ ।ବାଟରେ ଅନ୍ୟତମ ଅଭିଯୁକ୍ତ କରମା ସିଂକୁ ଡାକିଥିଲେ ।

ମଦ୍ୟପାନ ପରେ ହତ୍ୟା:

ତିନିଜଣ ଯାଇ ବୁଢାବଳଙ୍ଗ ନଦୀ ପଠାକୁ ମଦ୍ୟପାନ କରିବାକୁ ଯାଇଥିଲେ । ଚନ୍ଦନ ଓ କରମା ମଦ୍ୟପାନ କରିଥିବା ବେଳେ ମଦ ପିଇନଥିଲା ଆଶିଷ । ଚନ୍ଦନକୁ ହତ୍ୟା କଲେ ଦାଦାଙ୍କଠୁ ମିଳିବାକୁ ଥିବା 50 ଲକ୍ଷ ତାର ହୋଇଯିବ ଭାବି ଚନ୍ଦନକୁ ହତ୍ୟା କରିଥିଲା ଆଶିଷ । ପରେ ତାକୁ ସେହିଠାରେ ନିଆଁ ଲଗାଇ ଜାଳି ଦେବା ସହ ପରିଚୟ ଲୁଚାଇବା ପାଇଁ ମୁହଁକୁ ପଥର‌ ଛେଚି ଦେଇଥିଲା । ଏନେଇ‌ ରକ୍ତଭିଜା ଛୁରି ଓ ପଥରକୁ ନଦୀକୁ ଫୋପାଡି ଦେଇ ମୃତଦେହକୁ ବାଲିରେ‌ପୋତି ଦେଇଥିଲେ ।

ହତ୍ୟା ପରେ ଅପହରଣ ନାଟକ:

ହତ୍ୟା କରିବା ପରେ ସେଠାରୁ ଆଶିଷ କରମା ପଳାଇ ଆସିଥିଲେ ଭୁବନେଶ୍ୱର । ଚନ୍ଦନର ମୋବାଇଲ ଆଣି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ସେହି ମୋବାଇଲରୁ ଲାଇଭ ଲୋକେସନ ପଠାଇ ଚନ୍ଦନର ଦାଦାକୁ ଧମକ ପୂର୍ଣ୍ଣ ମେସେଜ ଦେଇଥିଲେ।ଏବଂ ବଦଳରେ ଟଙ୍କା ଡିମାଣ୍ଡ କରିଥିଲେ‌ । ଏନେଇ ପାରିପାର୍ଶ୍ବକ ସ୍ଥିତି ଓ କଲ ଡିଟେଲ ଓ ଡିଜିଟାଲ ପ୍ରମାଣ ଆଧାରରେ ହତ୍ୟାକାରୀକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଏନେଇ ଏମାନେ ଏପରି ହତ୍ୟାକାଣ୍ଡ ଘଟାଇ ଏପରି ଅପହରଣ ନାଟକ କରୁଥିବାର ପର୍ଦ୍ଦାଫାସ କରିଛି ଓଡ଼ିଶା ପୋଲି‌ସ ।

ଇଟିଭି ଭାରତ, ଭୁବନେଶ୍ବର ଓ ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.