ETV Bharat / state

କାହିଁକି ହୋଇଥିଲା ଆଇନଜୀବୀଙ୍କୁ ଏସିଡ଼ ମାଡ଼ ? ସାମ୍ନାକୁ ଆସିଲା କାରଣ - PARALAKHEMUNDI ACID ATTACK CASE

ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ପି.ରାମା ରାଓଙ୍କ ଘରେ ପଶି ଏସିଡ ମାଡ ଘଟଣା । ପୋଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ରହିଛି ।

PARALAKHEMUNDI ACID ATTACK CASE
PARALAKHEMUNDI ACID ATTACK CASE (ETV Bharat Odisha)
author img

By ETV Bharat Odisha Team

Published : Feb 2, 2025, 9:32 PM IST

ପାରଳାଖେମୁଣ୍ଡି: ଆଇନଜୀବୀଙ୍କୁ ଏସିଡ଼ ମାଡ଼ ଘଟଣା, ୨ ଅଭିଯୁକ୍ତ ଗିରଫ । ଏସିଡ଼ ମାଡ଼ ପଛରେ ଥିଲା ଆର୍ଥିକ କାରବାର ।ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ପି.ରାମା ରାଓଙ୍କ ଘରେ ପଶି ଏସିଡ ମାଡ ଘଟଣାର ପର୍ଦ୍ଦଫାସ । ପୋଲିିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଏନେଇ ଆଜି ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଡି.ଭେଙ୍କଟ ରାଓ ଏବଂ ବିଶାଖାପାଟଣାର ଡି. ସତୀଶ କୁମାର ।

PARALAKHEMUNDI ACID ATTACK CASE (ETV Bharat Odisha)

କାହିଁକି ହୋଇଥିଲା ଏସିଡ଼ ମାଡ଼ ?

ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି," ଆର୍ଥିକ କାରବାରକୁ ନେଇ ଏହି ଏସିଡ ମାଡ ହୋଇଥିଲା । ୨୦୦୫ ମସିହାରେ ଜଣେ ବସ ମାଲିକ ଏକ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଡି.ଭେଙ୍କଟ ରାଓଙ୍କଠାରୁ ୩୧ ଲକ୍ଷ ଟଙ୍କା ଧାର ନେଇଥିଲା । ହେଲେ ଉକ୍ତ ବସ ମାଲିକ ନିଜ ବ୍ୟବସାୟରେ କ୍ଷତି ଦେଖାଇ ସେହି ଟଙ୍କାକୁ ଫେରାଇ ନଥିଲେ । ଏହାପରେ ପୁଣି ତାଙ୍କ ସହାୟତାରେ ବ୍ୟାଙ୍କରୁ ୫୫ ଲକ୍ଷ ଟଙ୍କା ଋଣ ନେଇଥିଲେ । ହେଲେ କୌଣସି ଟଙ୍କା ଫେରାଇ ନଥିଲା ଉକ୍ତ ବସ ମାଲିକ । ତେବେ ଏହି ଘଟଣାର ସମସ୍ତ କାଗଜପତ୍ର ଏବଂ ଚେକ୍ ଆଇନଜୀବୀ ପି.ରାମା ରାଓଙ୍କ ନିକଟରେ ରହିଥିଲା ।"

ସେ ଏହା ମଧ୍ୟ କହିଛନ୍ତି," ଭେଙ୍କଟ ରାଓ ବାରମ୍ବାର ସେହିସବୁ କାଗଜ ପତ୍ରକୁ ଆଇନଜୀବୀ ପି.ରାମା ରାଓଙ୍କ ମାଗିଥିଲେ ମଧ୍ୟ ଆଇନଜୀବୀ ତାଙ୍କୁ ଦେଇନଥିଲେ । ଯାହାଫଳରେ ଭେଙ୍କଟ ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ସହ ଆଇନଜୀବୀଙ୍କୁ ଜବାବ ଦେବା ପାଇଁ ବିଶାଖପାଟଣାର ଡି. ସତୀଶ କୁମାର ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହ ଯୋଗାଯୋଗରେ ସେଠାରୁ ହିଁ ଏସିଡ କିଣି ପଠାଇଥିଲେ । ସମ୍ପୃକ୍ତ ଦୁଇ ଜଣ ଯୁବକ କୋରିୟର ବୟ ଭାବେ ଆଇନଜୀବୀଙ୍କ ଘରକୁ ଯାଇ ଏସିଡ ମାଡ କରିଥିଲେ । ତେବେ ଏହି ଘଟଣାରେ ପୀଡ଼ିତ ଆଇନଜୀବୀ କାହାକୁ ସନ୍ଦେହ କରୁନଥିବାରୁ ପୋଲିସକୁ ତଦନ୍ତ ସମୟରେ ବହୁ କଷ୍ଟ କରିବାକୁ ପଡିଥିଲା । "

ଏହା ମଧ୍ୟ ପଢନ୍ତୁ...ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି - ACID ATTACK ON LAWYER

ଏହା ମଧ୍ୟ ପଢନ୍ତୁ...ଆଇନଜୀବୀଙ୍କୁ ଏସିଡ ମାଡ ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ - PARALAKHEMUNDI ACID ATTACK

ଏହା ମଧ୍ୟ ପଢନ୍ତୁ...ଜମିବାଡ଼ି ବିବାଦରୁ ପୁରୀରେ ଏସିଡ ମାଡ଼, 7 ଆହତ - Puri Acid Attack - PURI ACID ATTACK

୨ ଗିରଫ, ଜଣେ ଫେରାର:

ମୁଖ୍ୟ ଷଡଯନ୍ତ୍ରକାରୀ ଡି.ଭେଙ୍କଟ ରାଓ ଏବଂ ଏସଡି ମାଡ କରିଥିବା ବିଶାଖାପାଟଣାର ଡି. ସତୀଶ କୁମାରଙ୍କୁ ଗୁରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ପୋଲିସର ଏଭଳି କାର୍ଯ୍ୟକୁ ସ୍ବାଗତ କରିଛି ପାରଳାଖେମୁଣ୍ଡି ଓକିଲ ସଂଘ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.