ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଭୟାବହ ସଡକ ଦୁର୍ଘଟଣା । ପିକଅପ୍ ଓ ବାଇକ ମୁହାଁମୁହିଁ ଧକ୍କା ପରେ ଘଟଣାସ୍ଥଳରେ ଜଳିଗଲା ବାଇକ । ସେହିପରି ପିକଅପଟି ମଧ୍ୟ ସାମାନ୍ୟ ଜଳିଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ 2 ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେପଟେ ପିକ୍ ଅପ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଛାନଭିନ କରିଛି ପୋଲିସ।
ଦୁର୍ଘଟଣା ପରେ ଜଳିଗଲା ବାଇକ୍:
ରାଇରଙ୍ଗପୁରରେ ପିକଅପ୍ ଓ ବାଇକ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବାଇକ । ଦୁର୍ଘଟଣାରେ 2 ବାଇକ ଆରୋହୀଙ୍କ ଜୀବନ ଯାଇଛି । ମୃତକମାନେ ତିରିଂ ଥାନା ଜିରାଇ ଗ୍ରାମର ଆକାଶ ମୁର୍ମୁ ଓ ବିଶ୍ବନାଥ ସୋରେନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ରାଇରଙ୍ଗପୁର ସହରର ଶହୀଦ ବୀର୍ସା ମୁଣ୍ଡା ପାର୍କ ସମ୍ମୁଖ ୨୨୦ ନଂ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ ଓ ଗୋଟିଏ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଘଟଣାସ୍ଥଳରେ ହିଁ ବାଇକରେ ନିଆଁ ଲାଗି ଯାଇଥିଲା। ବାଇକରେ ଥିବା ଦୁଇ ଜଣ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଦୁର୍ଘଟଣାରେ ହୁତୁହୁତୁ ହୋଇ ବାଇକଟି ଜଳୁଥିବାର ଓ ଦୁଇ ଜଣ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଏହା ବି ପଢନ୍ତୁ...ଖାଇକୁ ଖସିଲା ବସ୍, 8 ଯାତ୍ରୀ ମୃତ
ଏହା ବି ପଢନ୍ତୁ...ଖାଇକୁ ଖସିଲା ସେନା ଗାଡି, ୫ ଯବାନ ଶହୀଦ
2 ବାଇକ ଆରୋହୀ ମୃତ:
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ହେଲେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସେପଟେ ଦୁଇ ଜଣଙ୍କୁ ନିକଟସ୍ଥ ରାଇରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁର୍ଘଟଣାଗ୍ରସ୍ତ ପିକଅପ ଓ ବାଇକକୁ ଜବତ କରିଛି । ସେପଟେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆସନ୍ତାକାଲି ରାଇରଙ୍ଗପୁର ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ଏହା ବି ପଢନ୍ତୁ...ଲ୍ୟାଣ୍ଡିଂ ବେଳେ ବିମାନ କ୍ରାସ, 38 ମୃତ
ଏହା ବି ପଢନ୍ତୁ...ପୋଲରେ ଭାରସାମ୍ୟ ହରାଇଲା ବସ, କେନାଲକୁ ଓଲଟି ପଡିଲା
ଇଟିଭି ଭାରତ, ଭୁବନେଶ୍ବର