ETV Bharat / state

ନିଖୋଜ ଥିଲେ, ଅଖା ବସ୍ତାରୁ ମିଳିଲା ମୃତଦେହ - GAJAPATI MURDER

ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ଅଖାରେ ପ୍ୟାକିଂ ହୋଇଥିଲା ମୃତଦେହ । ପୋଲିସର ଛାନଭିନ ।

Gajapati Murder Case
Gajapati Murder Case (ETV Bharat Odisha)
author img

By ETV Bharat Odisha Team

Published : 16 hours ago

ପାରଳାଖେମୁଣ୍ଡି: ସୀତା ସାଗରରୁ ଉଦ୍ଧାର ହୋଇଛି ବ୍ୟବସାୟୀଙ୍କ ମୃତଦେହ । ଯାହାକି ଏକ ବସ୍ତାରେ ପ୍ୟାକିଂ ହୋଇ ରହିଥିଲା । ମୃତ ବ୍ୟକ୍ତି ଜଣକ ହେଲେ ପାରଳାଖେମୁଣ୍ଡି ନୂଆ କାମ୍ପ ସାହି ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା ।

ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ବୁଧବାର ସନ୍ଧ୍ୟାରୁ ନିଖୋଜ ଥିଲେ । ଗତ ଦୁଇ ଦିନ ହେଲା ୬୦ବର୍ଷୀୟ କୃଷ୍ଣଚନ୍ଦ୍ରଙ୍କ ପତ୍ତା ମିଳୁନଥିବାବେଳେ ଆଜି ଏଭଳି ଅବସ୍ଥାରେ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହା ଏକ ଅପହରଣ ଓ ହତ୍ୟା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି । "ତଦନ୍ତ ଜାରି ରହିଛି, ଅତିଶୀଘ୍ର ରହସ୍ୟ ଉପରୁ ପରଦା ହଟିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ।

Gajapati Murder Case (ETV Bharat Odisha)

ସିସିଟିଭି ଖୋଲିଲା ସତ:

ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ ଗୁରୁବାର ପୋଲିସର ଦ୍ବାରସ୍ଥ ହୋଇଥିଲେ । ପାରଳାଖେମୁଣ୍ଡି ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କୃଷ୍ଣଙ୍କୁ ଶେଷ ଥର ଯେଉଁଠି ଦେଖିବାକୁ ମିଳିଥିଲା ସେହି ଅଞ୍ଚଳରୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା । ଯେଉଁଥିରୁ କୃଷ୍ଣ ଯେଉଁ ଘରକୁ ବୁଧବାର ସନ୍ଧ୍ୟାରେ ଯାଇଥିଲେ ସେ ଯିବାର ଅଧଘଣ୍ଟା ପରେ ସେହିଘରୁ କିଛି ଲୋକ ଏକ ମୁହଁ ବନ୍ଧା ଅଖାକୁ ଆଣି ଅଟୋରେ ଲୋଡ୍ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସେଥିରୁ ପୋଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଜାଣିବା ପରେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।

Gajapati Murder Case
Gajapati Murder Case (ETV Bharat Odisha)

ଏହା ବି ପଢନ୍ତୁ...ମିଛ ଅପହରଣ ନାଟକରୁ ସତ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସଇତାନ

ଏହା ବି ପଢନ୍ତୁ...ଚର୍ଚ୍ଚାରେ ‘2024’ ଅପରାଧ ଦୁନିଆ: ବିଶ୍ବାସରେ ବିଷ ବୁଣିଲା ସମ୍ପର୍କ, ଭରତପୁରକୁ ଜାଣିଲା ଭାରତ

ପୋଲିସର ଛାନଭିନ:

ମୃତକଙ୍କ ପୁଅ ସନ୍ତୋଷ ପଣ୍ଡା କହିଛନ୍ତି, "ଆମେ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲୁ । ପୋଲିସ ଖୋଜାଖୋଜି କରିଥିଲା । ସୀତାସାଗରକୁ ଆସିବାକୁ ପୋଲିସ ଫୋନ କରିଥିଲା । ସେଠାରେ ଖୋଜାଖୋଜି କରିବା ପରେ ମୃତଦେହ ମିଳିଛି ।" ହତ୍ୟାକାରୀଙ୍କୁ ଠାବ କରି ତାଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ପୋଲିସ ଦେଖିବାକୁ ପାଇଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ କିଏ ଏବଂ କାହିଁକି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟାକାଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଥିବାବେଳେ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.