ETV Bharat / bharat

ବିଦାୟ ନେଲେ ମନମୋହନ, ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର - MANMOHAN SINGH FUNERAL

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ । ସାମିଲ ହେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ ଦେଶ-ବିଦେଶର ବିଶିଷ୍ଠ ବ୍ୟକ୍ତି ।

Etv Bharat
Etv Bharat (PTI)
author img

By ETV Bharat Odisha Team

Published : 14 hours ago

Updated : 14 hours ago

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମନମୋହନଙ୍କୁ ସଲାମୀ ଦେଲେ ତିନି ସେନା । ନିଗମବୋଧ ଘାଟରେ ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ରାଷ୍ଟ୍ରପତି ଦୌପଦୀ ମୁର୍ମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ଭୁଟାନ ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚକ୍ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଶେଷଯାତ୍ରାରେ ମନମୋହନ ସିଂହ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଆଜି ଶେଷକୃତ୍ୟ - MANMOHAN SINGH LAST RITES

ଆଜି ସକାଳ ସମୟରେ ମନମୋହନଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହାପରେ କଡା ସୁରକ୍ଷା ମଧ୍ୟରେ ନିଗମବୋଧ ଘାଟ ଅଭିମୁଖେ ଅନ୍ତିମ ଯାତ୍ରାରେ ବାହାରିଥିଲା ମନମୋହନଙ୍କ ମରଶରୀର । ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା, ପ୍ରତିରକ୍ଷା ମନ୍ତ୍ରୀ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧି ଶେଷ ଦର୍ଶନ କରିଥିଲେ । ଆମେରିକା, ଫ୍ରାନ୍ସ ଓ ଋଷିଆର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଶିଖ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର କରାଯାଇଛି । ମନମୋହନ ସିଂଙ୍କ ପତ୍ନୀ ଗୁରୁଶରନ କୌର ଏବଂ ତାଙ୍କ ଝିଅ ଦାମନ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ମନମୋହନ ସିଂହଙ୍କ ଜୀବନୀ ସଚ୍ଚୋଟତା ଏବଂ ସରଳତାର ପ୍ରତିବିମ୍ବ: ମୋଦି

ଏହା ବି ପଢନ୍ତୁ...'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର-ମେ ଅଟଲ ହୁଁ'...ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ଏହି ଫିଲ୍ମ

ଏହା ମଧ୍ୟ ପଢନ୍ତୁ-ମନମୋହନଙ୍କ ନୀଳ ପଗଡ଼ି ରହସ୍ୟ କ'ଣ ? - MANMOHAN SINGH

ଲୋକାରଣ୍ୟ ନିଗମବୋଧ:

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶେଷ ଦର୍ଶନ କରିବା ପାଇଁ ନିଗମବୋଧ ଲୋକାରଣ୍ୟ ହୋଇଥିଲା । ତାଙ୍କର ପରିବାର, ବନ୍ଧୁ, ପ୍ରିୟଜନ, ରାଜନେତା ସମସ୍ତେ ଉପସ୍ଥିତ ଥିଲେ । ଶିଖ ରିତୀନୀତିରେ ଶେଷକୃତ୍ୟ କରାଯାଇ ମୁଖାଗ୍ନି ଦିଆଯାଇଥିଲା । ଆଜି ମନମୋହନ ସିଂହ ନାହାନ୍ତି ସତ କିନ୍ତୁ ଦେଶପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ 92 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। 1991ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମନମୋହନ। 1991ରୁ 1996ରେ ତତ୍କାଳୀନ ନରସିଂହା ରାଓ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ ଗୁରୁଦାୟିତ୍ବ ତୁଲାଇଥିଲେ । ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା 2004 ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ । ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେଇଥିଲେ ।

ଇଟିଭି ଭାରତ, ନୂଆଦିଲ୍ଲୀ

Last Updated : 14 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.