ETV Bharat / state

ବାଲେଶ୍ବର ସହରରେ ପିଠାର ଆସର, ମହକି ଉଠିଲା ଚତୁଃର୍ଦ୍ଦିଗ - PITHA EXHIBITION

ବାଲେଶ୍ବରରେ ପିଠା ପ୍ରଦର୍ଶନୀ । 'ସ୍ନୋ ଫେଷ୍ଟ' ଅନୁଷ୍ଠାନ ତରଫରୁ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଗୋଟିଏ ସ୍ଥାନରେ ୨ଶହରୁ ଉର୍ଦ୍ଧ୍ବ ପିଠାର ମଜା ନେଲେ ଲୋକେ ।

PITHA EXHIBITION AT BALASORE
PITHA EXHIBITION AT BALASORE (ETV Bharat Odisha)
author img

By ETV Bharat Odisha Team

Published : Jan 29, 2025, 10:15 PM IST

ବାଲେଶ୍ବର: ସକାଳର ଜଳଖିଆ ହେଉ କିମ୍ବା ସନ୍ଧ୍ୟାର, ଓଡ଼ିଆ ଘରେ ମହକି ଉଠେ ପିଠା । ବାର ମାସର ତେର ପର୍ବରେ ପିଠାର ପସରା ପ୍ରାୟ ଓଡ଼ିଆଙ୍କ ଘରେ ଦେଖିବାକୁ ମିଳେ । ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ ଅତ୍ୟାଧୁନିକ ଯୁଗରେ ସାମାନ୍ୟ ବାସ୍ନା ହରାଇଥିବା ବେଳେ ଏହାକୁ ପୁଣି ଥରେ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଛି ବାଲେଶ୍ୱରର ସାଂସ୍କୃତିକ ଅନୁଷ୍ଠାନ 'ସ୍ନୋ ଫେଷ୍ଟ'। ବାଲେଶ୍ୱର ସହରର ଗାନ୍ଧିସ୍ମୃତି ଭବନ ପରିସରରେ ଓଡ଼ିଆ ଘରର ପିଠାକୁ ନେଇ ଆୟୋଜନ କରାଯାଇଥିଲା ପିଠା ପ୍ରତିଯୋଗିତା ଓ ପ୍ରଦର୍ଶନୀ । ଓଡ଼ିଆ ଘରର ପିଠାର ମହକ ମହକି ଉଠିଥିଲା ପୁରା ସହରରେ ।

ବାଲେଶ୍ବରରେ ପିଠା ପ୍ରଦର୍ଶନୀ:

PITHA EXHIBITION AT BALASORE (ETV Bharat Odisha)

ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ 20ରୁ ଅଧିକ ପ୍ରତିଯୋଗୀ ପିଠାର ପସରା ଆଣିଥିଲେ । ପିଠା ପ୍ରଦର୍ଶନୀ ଦେଖିବା ସହ ଏଥିରେ ସାମିଲ ହୋଇଥିବା ଲୋକମାନେ ପିଠା ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପ୍ରାୟ 200ରୁ ଉର୍ଦ୍ଧ୍ଵ ପ୍ରକାରର ପିଠା ଏଥିରେ ସାମିଲ ହୋଇଥିବା ବେଳେ ମହିଳାମାନେ ନିଜ ହାତ ତିଆରି ପିଠାରେ ସମସ୍ତଙ୍କୁ ବାନ୍ଧି ପାରିଥିଲେ ।ତେବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଅନେକ ମହିଳା ଘରୁ ପିଠା ତିଆରି କରି ଆଣି ପ୍ରଦର୍ଶନ କରିଥିଲେ । ଚନ୍ଦ୍ରକାନ୍ତି ପିଠା, ବୋଇତାଳୁ ପିଠା, ଆରିସା, କାକରା, ମୁଗପୁର ପିଠା ଭଳି ଅନେକ ଆକର୍ଷଣୀୟ ଓ ସୁସ୍ୱାଦୁ ପିଠା ପ୍ରଦର୍ଶିତ ହୋଇଥିଲା ।

PITHA EXHIBITION AT BALASORE
PITHA EXHIBITION AT BALASORE (ETV Bharat Odisha)

ଏମିତି କହିଲେ ଆୟୋଜକ:

ପିଠା ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ହେଲା ପିଠାର ମହକ ସବୁସ୍ତରରେ ପହଞ୍ଚାଇବା ।ଏନେଇ 'ସ୍ନୋ ଫେଷ୍ଟ' ଅନୁଷ୍ଠାନର ସଭାପତି ଶୁଭମ ସାଇ ମହାପାତ୍ର କହିଛନ୍ତି," ଓଡ଼ିଆ ସଂସ୍କୃତି, ଓଡ଼ିଆ ପିଠାକୁ ଆଗେଇ ନେବା ପାଇଁ ଏହା ଏକ ପ୍ରୟାସ । ଦୁଇ ବର୍ଷ ହେଲା ଆମେ ପିଠା କାର୍ଯ୍ୟକ୍ରମ କରୁଛୁ । ମାଆ ମାନେ ବହୁ ସଂଖ୍ୟାରେ ଭାଗ ନେଇଛନ୍ତି । ଓଡ଼ିଆ ପରମ୍ପରା ପିଠା ଯେଉଁ ପିଲାମାନେ ଭୁଲି ଯାଉଛନ୍ତି , ସେମାନେ କେମିତି ଆଉଥରେ ପିଠାକୁ ଭଲ ପାଇବେ ସେଇଥି ପାଇଁ ଆମର ଏହି ପ୍ରୟାସ । ଗତଥର ଆମର ଦୁଇ ଶହରୁ ଊର୍ଦ୍ଧ୍ଵ ପ୍ରକାର ପିଠା ଆସିଥିଲା । ଏଥର ମଧ୍ୟ ୨ଶହରୁ ଊର୍ଦ୍ଧ୍ଵ ପିଠା ଆସିଛି । ଏତେ ପ୍ରକାର ଓଡ଼ିଆ ପିଠା ଥିଲା ବୋଲି ଆମେ କେବେ ଜାଣିନଥିଲୁ । କିପରି ଅଧିକ ମହିଳା ଆଗାମୀ ଦିନରେ ପ୍ରତିଯୋଗିତାରେ ଭାଗ ନେବେ ତାହା ଆମେ ଚେଷ୍ଟା କରୁଛୁ । ପିଠା ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ହେଲା ପିଠାର ମହକ ସବୁସ୍ତରରେ ପହଞ୍ଚାଇବା ।"

ଏହା ମଧ୍ୟ ପଢନ୍ତୁ...ସଂଗ୍ରହାଳୟରେ ୯ ନୂଆ ଗ୍ୟାଲେରୀ, ପିଠା-ମିଠାର ମଜା ନେବେ ପ୍ରବାସୀ - MUSEUM NEW GALLERIES

ଏହା ମଧ୍ୟ ପଢନ୍ତୁ...ଶିରିଡିକୁ ଗଡିଲା ତୀର୍ଥଯାତ୍ରୀ ଟ୍ରେନ, ତୀର୍ଥରେ 800 ବରିଷ୍ଠ ନାଗରିକ - SENIOR CITIZEN PILGRIMAGE SCHEME

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଅଛି ବୈଷ୍ଣୋଦେବୀ ମନ୍ଦିର, ହୃଦୟ ଜିଣୁଛି ସବୁଜ ପରିବେଶ - MAA VAISHNO DEVI TEMPLE NAYAGARH

'ପିଠାରେ ଯେଉଁ ମଜା ରହିଛି,ଫାଷ୍ଟଫୁଡ଼ରେ ନାହିଁ':

ଅନ୍ୟପଟେ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ରେମୁଣା ଅଞ୍ଚଳର ମହିଳା ରଞ୍ଜିତା ବେହେରା କହିଛନ୍ତି,"ମହିଳାମାନେ ଗାଁରେ ରହି ଯାଉଥିଲେ । ବାହାରକୁ କେବେ ଆସି ନଥିଲୁ । ଏହି ପିଠା ପ୍ରତିଯୋଗିତା ହେବା ଦ୍ୱାରା ଆମେ ଗାଁରୁ ଆସି ଏଠି ଭାଗ ନେଇଛୁ । ମୁଖ୍ୟତଃ ସକାଳୁ ଓଡ଼ିଆ ଘରର ପିଠା ଜଳଖିଆ ଭାବେ ବ୍ୟବହାର କରାଯାଏ । ଆମର ପ୍ରତିଦିନ ସକାଳୁ ପିଠା ପ୍ରସ୍ତୁତ ହୁଏ ।" ସେହିପରି ଅନ୍ୟଜଣେ ପ୍ରତିଯୋଗୀ ଅର୍ଚ୍ଚନା ମହାରଣା କହିଛନ୍ତି," ଏହି ପିଠା ପ୍ରତିଯୋଗିତା ଦ୍ବାରା ଆମର ପିଠା ପରମ୍ପରା ବଜାୟ ରହୁଛି । ଘରେ କେହି ନ ଖାଇବା ବେଳକୁ ପିଠା କରିବାକୁ ଇଛା ହେଉନି କିନ୍ତୁ ଏମିତି କିଛି କାର୍ଯ୍ୟକ୍ରମ ହେଲେ ଆମକୁ ପିଠା କରିବା ପାଇଁ ଆଗ୍ରହ ଆସୁଛି । ପିଠାରେ ଯେଉଁ ମଜା ରହିଛି ତାହା ଫାଷ୍ଟଫୁଡ଼ରେ ନାହିଁ । "

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.