ETV Bharat / state

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ, ଯାଜପୁର ଜିଲ୍ଲାର ସର୍ବାଧିକ କଲେଜ - HIGHER EDUCATION DEPARTMENT

ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ସତ୍ବେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାମ୍ପା ପୋର୍ଟାଲରେ ଅପଡେଟ କରିନାହାନ୍ତି।

କମଳା ନେହେରୁ ମହିଳା ମହାବିଦ୍ୟାଳୟ
କମଳା ନେହେରୁ ମହିଳା ମହାବିଦ୍ୟାଳୟ (ETV Bharat)
author img

By ETV Bharat Odisha Team

Published : Jan 30, 2025, 6:41 PM IST

ଭୁବନେଶ୍ବର: ମହଙ୍ଗା ପଡ଼ିଲା ସରକାରୀ ନିର୍ଦ୍ଦେଶକୁ ପାଳନ ନ କରିବା। ଉଚଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ। ଏପଟେ ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ସତ୍ବେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡେଟ କରିନାହାନ୍ତି। ୨୦୨୪- ୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁ କଲେଜ ଅଧ୍ୟକ୍ଷ ମାନି ନାହାଁନ୍ତି। ଯେଉଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖାଯାଇଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ନିର୍ଦ୍ଦେଶ ଜାରି କରାଯାଇଛି।

  • କେଉଁ ଜିଲ୍ଲାରେ କେତେ କଲେଜ ରହିଛି

ବିଶେଷ ଭାବରେ ୨୦ ଜିଲ୍ଲା ରୁ ୬୩ ଟି କଲଜର ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଶେଠୀ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଅନୁଗୁଳ ୧ କଲେଜ ରହିଥିବା ବେଳେ ବାଲେଶ୍ଵର ରେ ୪ ଟି କଲେଜ, ବରଗଡ ଜିଲ୍ଲାରେ ୨ ଟି କଲେଜ ଭଦ୍ରକ ଜିଲ୍ଲାରେ ୧ ଟି କଲେଜ , କଟକ ଜିଲ୍ଲାରେ ୪ ଟି କଲେଜ, ଦେଓଗଡ ଢେଙ୍କାନାଳ ଜିଲ୍ଲାରେ ୧ ଟିଏ ଲେଖାଏଁ କଲେଜ ରହିଛି। ସେହି ପରି ଭାବରେ ଗଜପତି ୨ ଗଞ୍ଜାମ ଜିଲ୍ଲାରେ ୭ ଟି କଲେଜ ରହିଛି। ଜଗତସିଙ୍ଗପୁର ଜିଲ୍ଲାରେ ୫ ଟି କାଲାଜର ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଛି। ସେହି ପରି ଭାବରେ କଳାହାଣ୍ଡି ୩ କେନ୍ଦ୍ରପଡା ୨ ଟି କଲେଜ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ୮ ଟି କଲେଜ ରହିଥିବା ବେଳେ ମୟୂରଭଞ୍ଜ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଲେଖାଏଁ କଲେଜ ରହିଛି। ସେହି ପରି ଭାବରେ ନୟାଗଡ ଜିଲ୍ଲାରେ ୨ ଟି, ପୁରୀ ଜିଲ୍ଲାରେ ୩ ଟି କଲେଜ ରହିଛି। ସମ୍ଭାଳପୁର ଓ ସୋନପୁର ଜିଲ୍ଲାରେ ଗୋଟିଏ ଲେଖାଏଁ କଲେଜ ରହିଥିବା ବେଳେ ସୁନ୍ଦରଗଡରେ ଦୁଇଟି ମାତ୍ର କାଲାଜର ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଛି।

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ (ETV Bharat)

ଏହା ମଧ୍ୟ ପଢନ୍ତୁ ଅଯୋଧ୍ୟାକୁ ବସ୍‌ ସେବା ସ୍ଥଗିତ କଲା OSRTC, ବୁକିଂ କରିଥିଲେ କଣ କରିବେ ?

ଏହା ମଧ୍ୟ ପଢନ୍ତୁ ନାବାଳିକାକୁ ଦଳି ଦେଲା ଦନ୍ତା, ହିନ୍ଦୋଳ -ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

  • ପୂର୍ବରୁ ମଧ୍ୟ ଅଧକ୍ଷଙ୍କ ବନ୍ଦ ହୋଇଥିଲା ଦରମା

ପୂର୍ବରୁ ମଧ୍ୟ ୨୩୩ କଲେଜର ଅଧକ୍ଷଙ୍କ ଦରମା ବନ୍ଦ କରିଥିଲା ଉଛ ଶିକ୍ଷା ବିଭାଗ। ସରକାରୀ କାର୍ଯ୍ୟ ନିର୍ବାହରେ ଅବହେଳା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲା ଉଚ୍ଚଶିକ୍ଷା ବିଭାଗ। ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଥିଲା ଉଚ୍ଚଶିକ୍ଷା ବିଭାଗ। ଅନୁଗୋଳ ଜିଲ୍ଲାର ୫ଟି କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୧୫ଟି ମହାବିଦ୍ୟାଳୟ, ବରଗଡ଼ ଜିଲ୍ଲାରେ ୧୭ ଟି ମହାବିଦ୍ୟାଳୟ, ଭଦ୍ରକ ଜିଲ୍ଲାରେ ୨ ଟି ମହାବିଦ୍ୟାଳୟ, ବଲାଙ୍ଗୀର ଜିଲ୍ଲାରେ ୨୪ଟି ମହାବିଦ୍ୟାଳୟ, ବୌଦ୍ଧରେ ଗୋଟିଏ ମହାବିଦ୍ୟାଳୟ, କଟକ ଜିଲ୍ଲା ଏବଂ କଟକ ମହାନଗର ନିଗମରେ ଥିବା ୨୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଭଳି ବାକି ଜିଲ୍ଲା ମାନଙ୍କରେ ଥିବା କଲେଜରେ ମଧ୍ୟ ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଥିଲା।

  • କାପା ପୋର୍ଟାଲ କଣ ?

କଲେଜ ଆକାଉଣ୍ଟସ ପୋର୍ଟାଲ ଆପଲିକେସନ (କାପା)ରେ କଲେଜ ଆକାଉଣ୍ଟସକୁ ଏହି ପୋର୍ଟାଲରେ ଅପଡେଟ୍‌ କରାଯାଏ । ଯେପରିକି କଲେଜକୁ ସରକାରୀ ଅନୁଦାନ, କଲେଜର ଖର୍ଚ୍ଚ, ବ୍ୟୟବରାଦ ଓ ଆର୍ଥିକ ପରିଚାଳନା ଆଦି ଏହି ପୋର୍ଟାଲରେ ଅପଡେଟ୍‌ କରାଯାଏ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ପାଣ୍ଠିର ହିସାବ ନିକାଶରେ ସ୍ବଚ୍ଛତା ଆଣିବା ପାଇଁ ଏହି ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.