ETV Bharat / state

ବଣ୍ଡା ଆଦିବାସୀ ହାଟରେ ବିଦେଶୀ ପର୍ଯ୍ୟଟକ; ଖାଇଲେ, ମହିଳାଙ୍କ ନିର୍ମିତ ସାମଗ୍ରୀ କିଣିଲେ - BONDA TRIBAL WEEKLY HAAT

କୋରାପୁଟ ଅନକାଡେଲି ଆଦିବାସୀ ସାପ୍ତାହିକ ହାଟ । ଆଦିମ ଜନଜାତିଙ୍କ ଖାଦ୍ୟ ଖାଇବା ସହ ବଣ୍ଡା ମହିଳାଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀ କିଣିଲେ ବିଦେଶୀ ପର୍ଯ୍ୟଟକ ।

KORAPUT ONUKUDELLI BONDA TRIBAL WEEKLY HAAT
KORAPUT ONUKUDELLI BONDA TRIBAL WEEKLY HAAT (ETV BHARAT ODISHA)
author img

By ETV Bharat Odisha Team

Published : Dec 28, 2024, 12:55 PM IST

କୋରାପୁଟ: ଓଡ଼ିଶାରେ ରହିଛି ଏମିତି ଏକ ହାଟ, ଯେଉଁଠି ଜମେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ । ସେହି ବଜାରରେ ରହିଛି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିର ଛାପ । ଆଦିବାସୀଙ୍କ ସାମଗ୍ରୀ କିଣିବା ସହ ଖାଦ୍ୟର ମଜା ଉଠାନ୍ତି ବିଦେଶୀ ନାଗରିକ । ପ୍ରତି ଗୁରୁବାର ବିଦେଶୀମାନେ ଏହି ହାଟକୁ ଆସିଥାନ୍ତି । ଆସନ୍ତୁ ଜାଣିବା ଏହି ହାଟ କେଉଁଠି ଏବଂ କଣ ରହିଛି ଏହାର ସ୍ବତନ୍ତ୍ରତା ?

"ଆଦିମ ଜନଜାତିଙ୍କ ବଜାର ଆମକୁ ବହୁତ ଭଲ ଲାଗିଲା । ସେମାନଙ୍କ ଜୀବନ ଶୈଳୀ ଆମର ବେଶ ପସନ୍ଦ । ଏମାନଙ୍କ ଆଭୂଷଣ ବହୁତ ସୁନ୍ଦର । ପ୍ରକୃତି ବିଷୟରେ ଏଠାରୁ ଆମେ ବହୁତ କିଛି ସିଖିବୁ । " ଏକଥା ଆମେ କହୁନୁ ବରଂ ଏଠାକୁ ବୁଲି ଆସିଥିବା ଜଣେ ପର୍ଯ୍ୟଟକ ଏପରି ମତ ରଖିଛନ୍ତି ।

KORAPUT ONUKUDELLI BONDA TRIBAL WEEKLY HAAT (ETV BHARAT ODISHA)

ଆଦିବାସୀଙ୍କ ହାଟରେ ବିଦେଶୀ :

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ଆଦିବାସୀ ସାପ୍ତାହିକ ହାଟ । ଏଠାରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଦୈନିକ ବ୍ୟବହୃତ ସାମଗ୍ରୀ ବିକ୍ରୟ କରାଯାଏ । ଏହି ଅନକାଡେଲି ଆଦିବାସୀ ସାପ୍ତାହିକ ହାଟର ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ବିଦେଶୀ ପର୍ଯ୍ୟଟକ । ଆଦିବାସୀଙ୍କ ଖାଦ୍ୟ ଖାଇବା ସହ ଜିନିଷ ମଧ୍ୟ କିଣାକିଣି କରନ୍ତି । ଆଦିମ ଜନଜାତିଙ୍କ ପରମ୍ପରା ଓ ସଂସ୍କୃତିକୁ ଅତି ନିକଟରୁ ଏହି ହାଟରେ ଦେଖିଥାନ୍ତି ବିଦେଶୀ ପର୍ଯ୍ୟଟକ। ବଣ୍ଡା ମହିଳା ମାନଙ୍କ ନିତ୍ୟ ବ୍ୟବହୃତ କାନ ଫୁଲ, ମାଳି ସହ ଅନ୍ୟାନ୍ୟ ଜିନିଷ ମଧ୍ୟ କିଣିଥାନ୍ତି ପର୍ଯ୍ୟଟକ । " ଆଦିବାସୀ ପର୍ଯ୍ୟଟନର ବିକାଶ କରିବାକୁ ହେଲେ ଆଦିବାସୀଙ୍କ କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା କରିବା ଆବଶ୍ୟକ " ବୋଲି ଇଟାଲି ପର୍ଯ୍ୟଟକ ପ୍ରିନଚେସ ମତ ରଖିଛନ୍ତି ।

KORAPUT ONUKUDELLI BONDA TRIBAL WEEKLY HAAT
KORAPUT ONUKUDELLI BONDA TRIBAL WEEKLY HAAT (ETV BHARAT ODISHA)

ସାପ୍ତାହିକ ହାଟରେ ପର୍ଯ୍ୟଟକଙ୍କ ପାଇଁ ସୁବିଧା ନାହିଁ:

ସାପ୍ତାହିକ ହାଟକୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ନିକଟରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି ବଣ୍ଡା ମହିଳା । ତେବେ ଏହି ଆଦିବାସୀ ସାପ୍ତାହିକ ହାଟରେ ପର୍ଯ୍ୟଟକମାନଙ୍କ ନିମନ୍ତେ କୌଣସି ସୁବିଧା ନଥିବା ଯୋଗୁଁ କମ ସମୟ ବିଦେଶୀ ପର୍ଯ୍ୟଟକମାନେ ହାଟରେ ବୁଲି ଫେରି ଯାଉଛନ୍ତି ବୋଲି ଭୁବନେଶ୍ୱରର ଟୁର ଅପରେଟର ଶ୍ରୀକାନ୍ତ ମିଶ୍ର କହିଛନ୍ତି । ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କ ପାଇଁ କଟେଜର ସୁବିଧା ଓ ଆଦିବାସୀ ସାପ୍ତାହିକ ହାଟର ଉନ୍ନତି କରଣ କରିବାକୁ ଦାବି ହେଉଛି l

ମୁମ୍ବାଇରୁ ଆସିଥିବା ଶିଳ୍ପା ରାମକ୍ରିଷ୍ଣା ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, ''ଏଠାକୁ ଆସି ଆମକୁ ବହୁତ ଭଲ ଲାଗିଲା । ଆଦିବାସୀମାନେ ଏଠାରେ ଏମିତି ରହୁଛନ୍ତି ଆମକୁ ବି ଜଣାନଥିଲା । ଏମାନଙ୍କ ଆଭୂଷଣ ବହୁତ ସୁନ୍ଦର । ସରକାର ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପ୍ରକୃତି ବିଷୟରେ ଏଠାରୁ ଆମେ ବହୁତ କିଛି ଶିଖିବୁ । ''

ଟୁର ଅପରେଟ ଶ୍ରୀକାନ୍ତ ମିଶ୍ର କହିଛନ୍ତି, ''ବିଦେଶୀ ପର୍ଯ୍ୟଟକଙ୍କ ଇଚ୍ଛା ଥାଏ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଦେଖିବାକୁ । ବଣ୍ଡା ହାଟ ଦେଖିବାକୁ ସେମାନେ ଭଲ ପାଆନ୍ତି । ହାଟରେ ପର୍ଯ୍ୟଟକଙ୍କ ପାଇଁ କୌଣସି ପ୍ରକାର ସୁବିଧା ନଥିବାରୁ ସେମାନେ ବେଶି ସମୟ ଏଟାରେ ରହୁନାହାନ୍ତି । ଏଠାରେ ଶୌଚାଳୟ ସୁବିଧା ମଧ୍ୟ ନାହିଁ । ''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.