ହାଇଦ୍ରାବାଦ: ଆମେରିକୀୟ ସ୍ପେଶ ଏଜେନ୍ସି ନାସା (NASA)ର ମହାକାଶ ଯାନ ପାର୍କର ସୋଲାର ପ୍ରୋବ (Parker Solar Probe) ସୂର୍ଯ୍ୟଙ୍କ ସବୁଠୁ ଅଧିକ ନିକତର ହୋଇ ଇତିହାସ ରଚିଛି । ନାସାର ଘୋଷଣା ଅନୁସାରେ ଯାନ ସୁରକ୍ଷିତ ଅଛି ଓ ସ୍ବାଭାବିକ ଭାବେ କାମ କରୁଛି । ଏହି ବଡ଼ ଉପଲବ୍ଧି ନାସା ଡିସେମ୍ବର 24 ତାରିଖରେ ହାସଲ କରିଛି, ଯେତେବେଳେ ଯାନଟି ସୂର୍ଯ୍ୟଙ୍କଠାରୁ ମାତ୍ର 3.8 ମିଲିୟନ ମାଇଲ (6.1 ମିଲିୟନ ବା 61 ଲକ୍ଷ କିଲୋମିଟର) ଦୂର ପର୍ଯ୍ୟନ୍ତ ପହଞ୍ଚିଥିଲା ।
Parker Solar Probe has phoned home!
— NASA Sun & Space (@NASASun) December 27, 2024
After passing just 3.8 million miles from the solar surface on Dec. 24 — the closest solar flyby in history — we have received Parker Solar Probe’s beacon tone confirming the spacecraft is safe. https://t.co/zbWT7iDVtP
ଏହି ଯାନଟି ସୂର୍ଯ୍ୟଙ୍କ ସବୁଠୁ ଅଧିକ ନିକଟତର ହେବାରେ ପ୍ରଥମ ଯାନ ହୋଇପାରିଛି । ଯେତେବେଳେ ଯାନଟି ସୂର୍ଯ୍ୟଙ୍କ ନିକଟତର ହୋଇଥିଲା ସେତେବେଳେ ସ୍ପେଶକ୍ରାଫ୍ଟ ସହିତ ବୈଜ୍ଞାନିକଙ୍କ ଯୋଗାଯୋଗ ହୋଇପାରିନଥିଲା । କିନ୍ତୁ ଗୁରୁବାର ମଧ୍ୟରାତ୍ରିରେ ପୁଣି ଯାନ ସହ ଯୋଗାଯୋଗ କରିପାରିଥିଲେ ବୈଜ୍ଞାନିକ । ନାସାର କହିବାନୁସାରେ, ଏହି ଯାଞ୍ଚ ସଫଳ ହୋଇଛି ଏବଂ ସୂର୍ଯ୍ୟଙ୍କଠାରୁ 61ଲକ୍ଷ କିଲୋମିଟର ଦୂରରେ ଯାନଟି ଗତି କରିବା ପରେ ମଧ୍ୟ ସ୍ବାଭାବିକ ଭାବେ କାମ କରୁଛି ।
ଏହି ଯାନର ଉପଲବ୍ଧି କିପରି ଖାସ ?
କିଛି ଲୋକଙ୍କ ମତରେ, 61ଲକ୍ଷ କିଲୋମିଟର ବହୁତ ଦୂର ହୋଇପାରେ । କିନ୍ତୁ ନାସାର ବୈଜ୍ଞାନିକ ଡଃ ନିକୋଲା ଫକ୍ସ ଏହି ଉପଲବ୍ଧିକୁ ଏପରି ଭାଷାରେ ବୁଝାଇଛନ୍ତି ଯେ ଧରି ନିଅନ୍ତୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତ୍ବ 1 ମିଟର ହୋଇଥିବା ବେଳେ ପାର୍କର ମହାକାଶ ଯାନଟି 4 ସେଣ୍ଟିମିଟର ଦୂର ପର୍ଯ୍ୟନ୍ତ ପହଞ୍ଚିପାରିଛି, ଯାହାକି ଏକ ବଡ଼ ସଫଳତା ।
କାହିଁକି ସୂର୍ଯ୍ୟଙ୍କ ନିକଟତର ହେଲା ପାର୍କର ?
ଏବେ ପ୍ରଶ୍ନ ଉଠୁଛି ସୂର୍ଯ୍ୟଙ୍କୁ ଏକ ଜ୍ବଳନ୍ତ ପିଣ୍ଡ ବୋଲି କୁହାଯାଏ । ତେବେ ନାସାର ବୈଜ୍ଞାନିକ ସୂର୍ଯ୍ୟଙ୍କ ନିକଟତର ହୋଇ କଣ ହାସଲ କରିବାକୁ ଚାହୁଛନ୍ତି ? ତେବେ ନାସାର ବୈଜ୍ଞାନିକମାନେ ପାର୍କରଠାରୁ ଏହି ଆଶା ରଖିଛନ୍ତି ଯେ, ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳ ଅର୍ଥାତ କୋରୋନା ଦେଇ ଯାନଟି ଯିବା ପରେ ଏପରି ତଥ୍ୟକୁ ସଂଗ୍ରହ କରିଥିବ, ଯାହାକି ବହୁ ଦିନରୁ ଲାଗି ରହିଥିବା ରହସ୍ୟ ଚର୍ଚ୍ଚାର ସମାଧାନ କରିପାରିବ ।
ଏହା ବି ପଢନ୍ତୁ |
ବୈଜ୍ଞାନିକମାନେ କହିଛନ୍ତି ଯେ ସୂର୍ଯ୍ୟଙ୍କ କୋରୋନା ବାସ୍ତବରେ ବହୁତ ଗରମ, ତେବେ ଏହା କାହିଁକି କାହାକୁ ଜଣାନାହିଁ । ସୂର୍ଯ୍ୟଙ୍କ ତାପମାତ୍ରା ପ୍ରାୟ 6000 ଡିଗ୍ରୀ ସେଲସିୟସଠାରୁ ବି ଅଧିକ, କିନ୍ତୁ କୋରୋନାର ତାପମାତ୍ରା ଲକ୍ଷ ଲକ୍ଷ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ ଯେତେବେଳେ କି ଏହା ସୂର୍ଯ୍ୟଙ୍କଠାରୁ ବହୁ ଦୂରରେ ଅଛି । ବୈଜ୍ଞାନିକମାନେ ଜାଣିବାକୁ ଚାହୁଁଛନ୍ତି ଯେ ଏପରି କଣ ଅଛି ଯାହାଦ୍ବାରା ସୂର୍ଯ୍ୟଙ୍କ କୋରୋନା ବା ବାହ୍ୟ ପରିବେଶ ଏତେ ମାତ୍ରାରେ ଗରମ ହୋଇଯାଉଛି ?
Parker Solar Probe has made history.
— NASA Sun & Space (@NASASun) December 27, 2024
After seven days of silence, Parker has resumed communication with Earth, confirming it's healthy after soaring just 3.8 million miles from the solar surface — the closest a human-made object has ever been to a star.https://t.co/YgLBDsRlGy pic.twitter.com/UMCNq0BzhA
ତଥ୍ୟ ଅପେକ୍ଷାରେ ବୈଜ୍ଞାନିକ
ଏହି ଐତିହାସିକ ଯାତ୍ରା ସହିତ ଯାନଟି ଘଣ୍ଟା ପ୍ରତି ବେଗ 4,30,000 ମାଇଲ ବା 6,92,000 କିଲୋମିଟର ରହିଥିଲା । ଏହାସହିତ 1800 ଡିଗ୍ରୀ ଫାରେନହାଇଟ୍ (982 ଡିଗ୍ରୀ ସେଲସିୟସ) ତାପମାତ୍ରାକୁ ସହ୍ୟ କରିଥିବ । ନାସା କହିଛି ଯେ, ପାର୍କର ସୋଲାର ପ୍ରୋବ 2025, ଜାନୁଆରୀ 1 ତାରିଖରେ ନିଜର ସ୍ଥିତି ଓ ଅନୁଭବ ସମ୍ପର୍କରେ ତଥ୍ୟ ପଠାଇବ । ସୌର ପଦାର୍ଥ ଲକ୍ଷ ଲକ୍ଷ ଡିଗ୍ରୀ ପର୍ଯ୍ୟନ୍ତ କିପରି ଗରମ ହୋଇଯାଉଛୁ, ସେ ସମ୍ପର୍କରେ ବୈଜ୍ଞାନିକମାନେ ଜାଣିପାରିବେ ବୋଲି ଆଶା ରଖିଛନ୍ତି । ଏହାସହ ସୌର ପବନ (ସୂର୍ଯ୍ୟଙ୍କଠାରୁ ବାହାରୁଥିବା ପଦାର୍ଥର ପ୍ରବାହ)ର ଉତ୍ପତ୍ତି ସ୍ଥଳ ଜଣାପଡ଼ିପାରେ । ବୈଜ୍ଞାନିକଙ୍କ ଅନୁସାରେ ସୂର୍ଯ୍ୟ, ଏହାର ଗତିବିଧି, ମହାକାଶ ପାଣିପାଗ, ସୌର ପବନକୁ ବୁଝିବା ପୃଥିବୀରେ ବାସ କରୁଥିବା ମାନବ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ । ଆଉ ନାସାର ଏହି ମିଶନଟି ହୁଏତ ଏହାର ସମାଧାନ କରିବାରେ ସକ୍ଷମ ହେବ ।