ETV Bharat / state

ମଣ୍ଡି ବୁଲିଲେ ନେତା, ଧାନ କିଣାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ - PADDY PROCUREMENT

ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ପରେ ମଣ୍ଡି ବୁଲିଲେ ନେତା । ଅନିୟମିତତା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ।

Paddy procurement In Balangir
Paddy procurement In Balangir (ETV Bharat Odisha)
author img

By ETV Bharat Odisha Team

Published : 16 hours ago

ବଲାଙ୍ଗୀର: ଧାନ କିଣା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିବେ ପରେ ବଲାଙ୍ଗୀରରେ ମଣ୍ଡି ବୁଲିଛନ୍ତି ଶାସକ ଓ ବିରୋଧୀ ନେତା । ଧାନ କିଣାରେ ମିଲକଙ୍କ ମନମାନି, କଟନୀ ଛଟନୀ ଓ ଅଖା ବସ୍ତାକୁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିଗୋଧୀ । କଂଗ୍ରେସ ଓ ବିଜେଡି ଧାନ କିଣା ଅବ୍ୟବସ୍ଥା ନେଇ ଆନ୍ଦୋଳନର ଧମକ ଦେଇଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଧାନ କିଣାରେ କୌଣସି ଦୁର୍ନୀତି ବରଦାସ୍ତ କରାଯିବ ନାହିଁ । କୌଣସି ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମଣ୍ଡି ବୁଲୁଛନ୍ତି ନେତା:

Paddy procurement In Balangir (ETV Bharat Odisha)

ବଲାଙ୍ଗୀରରେ ଗତ ୨ ତାରିଖରୁ ଖରିଫ ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଧାନକିଣାରେ ଅନିୟମିତତା ଅଭିଯୋଗ ଆସିବା ପରେ ମନ୍ତ୍ରୀ ଓ ଅନ୍ୟ ଦଳର ନେତା ମଣ୍ଡି ବୁଲୁଛନ୍ତି । ବିଜେଡି ବଲାଙ୍ଗୀର ବିଧାୟକ ବଲାଙ୍ଗୀରର ମଣ୍ଡି ବୁଲିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଅବ୍ୟବସ୍ଥାକୁ ନେଇ ସରକାରୀ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି । ଧାନରେ କଟନୀ ଛଟନୀ ନେଇ ଅଭିଯୋଗ ଆଣିବା ସହ ଚାଷୀଙ୍କୁ ଫଟା ଅଖା ବସ୍ତା ଦିଆଯାଇଥିବାର ଅଭିଯୋଗ ଆଣିଛନ୍ତି । ଏହି ଅବ୍ୟବସ୍ଥା ଶୀଘ୍ର ଠିକ ନ ହେଲେ ବିଜେଡି ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିବ ବୋଲି କହିଛନ୍ତି ।

ମଣ୍ଡି ବୁଲୁଛନ୍ତି କଂଗ୍ରେସ ନେତା:

Paddy procurement In Balangir
Paddy procurement In Balangir (ETV Bharat Odisha)

ସମାନ ଭାବରେ କଂଗ୍ରେସ ଦଳର ନେତା ମଧ୍ୟ ଧାନ ମଣ୍ଡି ବୁଲୁଛନ୍ତି । କେବଳ ବଲାଙ୍ଗୀର ନୁହେଁ ସାରା ରାଜ୍ୟରେ ଧାନ କିଣାରେ ଘୋର ଅବ୍ୟବସ୍ଥାର ଅଭିଯୋଗ କରିଛି କଂଗ୍ରେସ । ଏହାର ସମାଧାନ ନହେଲେ ଆଗକୁ କଂଗ୍ରେସ ଦଳ ବଡ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ କହିଛି । ସେପଟେ ନିଜେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବିଭିନ୍ନ ଧାନ ମଣ୍ଡିକୁ ଆକସ୍ମିକ ଗସ୍ତ କରିଛନ୍ତି । ମିଲରଙ୍କୁ ସିଧା ସଳଖ ତାଗିଦ୍ କରିବା ସହ କଟନୀ ଛଟନୀ କଲେ ବନ୍ଧା ହେବା ସହ ମିଲରଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି କହିଛନ୍ତି ।

'ଅଖା ବସ୍ତାରେ ଧାନ ଆଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି' :

ବଲାଙ୍ଗୀର ବିଜେଡ଼ି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି "ବଲାଙ୍ଗୀରରେ ଧାନ କିଣା ପ୍ରକ୍ରିୟାକୁ ମାତ୍ର କିଛି ଦିନ ହୋଇଛି । ଅଧିକ ଧାନ ଉଠାଇ ଯାଇଥିବା ନେଇ କାଗଜ ପତ୍ରରେ ତଥ୍ୟ ଦିଆଯାଇଛି, ହେଲେ ତାହା ହୋଇନାହିଁ । ସେହିପରି ଅଖା ବସ୍ତାରେ ଧାନ ଆଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । ଅଖା ବସ୍ତା ଦିଆ ଯାଇଛି । ଯାହା ସମ୍ପୂର୍ଣ୍ଣ ଫଟା ଦଦରା ଥିବାବେଳେ ଚାଷୀ କେମିତି ଏଥିରେ ଧାନ ଭର୍ତ୍ତି କରିବେ ? ସେହିପରି ସବୁଠି ୫ କିଲୋରୁ ଅଧିକ ଧାନ କଟନା ଛଟନୀ ହେଉଛି । ଯେଉଁଥିରେ ଅଖା ବସ୍ତାର ଦେଢ଼ କିଲୋ ଓଜନ ମଧ୍ୟ ଅଲଗା ଭାବରେ ଧାନ କଟନୀ ହେଉଛି । କଟନୀ ଛଟନୀରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । ଯାହାର ଅର୍ଥ ନୂଆ ବିଜେପି ସରକାର ଚାଷୀଙ୍କ ପାଇଁ କେତେ ଚିନ୍ତିତ ତାହା ଏଥିରୁ ସ୍ପଷ୍ଟ ହେଉଛି । ମୁଁ ସରକାରୀ ଅଧିକାରୀଙ୍କୁ ତାଗିଦ୍ କରିଛି ଏଭଳି ସ୍ଥିତି ରହିଲେ ଚାଷୀ ହଇରାଣ ହେଲେ ବିଜେଡ଼ି ନିହାତି ରାସ୍ତାରୋକ କରି ଆନ୍ଦୋଳନ କରିବ ।"

'ପୂର୍ବ ସରକାର ଠୁ ବଳିଗଲେ ଏ ସରକାର':
ସେହିପରି ପୂର୍ବତନ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, "ଏଠାରେ ମିଲର ରାଜ ଚାଲିଛି । ନିୟମ ଅନୁସାରେ ମିଲର ମଣ୍ଡିରେ ରହି ପାରିବେନାହିଁ । କେବଳ ଧାନ ଉଠାଇବା ସମୟରେ ସେମାନେ ଯିବେ ଓ ନିଜ ବସ୍ତାରେ ଧାନ ଉଠାଇବେ । ହେଲେ ଏଠି ପରିସ୍ଥିତି ଭିନ୍ନ ଅଛି । ଏଠାରେ ମିଲର ବିନା କଟନୀ ଛଟନୀରେ ଧାନ ଉଠାଉ ନାହାନ୍ତି । ସେପଟେ ଖରାପ ମାନର କହି ଏମାନେ ସବୁ ଧାନ କଟନୀ ଛଟନୀରେ ଉଠାଉଛନ୍ତି । ହେଲେ ଚାଉଳ ଦେବା ସମୟରେ ସବୁ ଧାନ ଭଲ ହୋଇ ଯାଉଛି । ଏହି କଟନୀ ଛଟନୀ ଧାନ କୁଆଡେ ଯାଉଛି ? କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ ରାଜ୍ୟର ସବୁଠୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସୁଛି । ପୂର୍ବର ସରକାର ଠୁ ବଳିକି କଟନୀ ଛଟନୀ ହେଉଛି । ଏହାର ଅଭିଯୋଗ କଲେ ଜିଲ୍ଲାପାଳ କିମ୍ବା ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ଓ ଏଥିପାଇଁ ସରକାର ଦାୟୀ ରହିବେ ।"

ମିଲରଙ୍କୁ ତାଗିଦ୍:

ସେପଟେ ଏହି ସବୁ ଅଭିଯୋଗ ଉପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, "ଆମ ସରକାର ଯାହା କହିଥିଲା ତାହା କରିକି ଦେଖାଇଛି । ସବୁ ମଣ୍ଡିରେ ବିନା କଟନୀ ଛଟନୀରେ ଧାନ କିଣା ଯିବାର ନିର୍ଦ୍ଦେଶ ଦେଇଛି । ଏହା ଉପରେ କଡା ନଜର ରଖା ଯାଉଛି । ଜିଲ୍ଲାପାଳ ସିଏସ ଓ ସମସ୍ତଙ୍କୁ ଏହାକୁ ନେଇ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଦଲାଲ କିମ୍ବା ମିଲର ଏଭଳି କଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ମିଲକୁ ସମ୍ପୂର୍ଣ୍ଣ ଧାନ କିଣାରୁ ବାଦ ଦିଆଯିବା ସହ ତାଙ୍କର ବିଦ୍ୟୁତ୍ କାଟ ସହିତ ତାଙ୍କୁ ବନ୍ଧା ଯିବ । ତେବେ ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଜାଣିବା ଦରକାର ଯେ ୨୪ ବର୍ଷ ଶାସନରେ ସେମାନେ କେତେ ମଣ୍ଡି ବୁଲିଥିଲେ । ଏବେ କିଛି ଫଟା ବସ୍ତା ନେଇ ଗଣ ମାଧ୍ୟମ ଆଗରେ ଦୁର୍ନୀତି କଥା କହୁଛନ୍ତି । ହେଲେ ଆମେ ଚାଷୀଙ୍କ ପାଇଁ ଅଛୁ । ଚାଷୀଙ୍କୁ କୌଣସି ମତେ ହଇରାଣ ହେବାକୁ ଦେବୁ ନାହିଁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.