ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଭାରତ ବନାମ ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ । କଟକ ବରାବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଖେଳ ନେଇ ଚାରିଆଡେ ଖେଳପ୍ରେମୀଙ୍କ ଉତ୍ସାହ । ଏଥିପାଇଁ ଚାଲିଛି ଜୋରଦାର ଆୟୋଜନ । ଏପଟେ ଆସନ୍ତା ୭ତାରିଖରେ ଓଡ଼ିଶାରେ ପହଞ୍ଚିବେ ଭାରତୀୟ ଏବଂ ଇଂଲଣ୍ଡ କ୍ରିକେଟ ଟିମ୍ ।
ମ୍ୟାଚ ନେଇ ହୋଟେଲ ଠାରୁ ଆରମ୍ଭ କରି ବିମାନବନ୍ଦର ଓ ବାରବାଟୀ ଷ୍ଟାଡିୟମ ସହ କଟକ ଓ ଭୁବନେଶ୍ୱରର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ପୋଲିସ ସେବା ଭବନରେ ପୋଲିସ କମିଶନର ଅନ୍ତର୍ଜାତୀୟ ଖେଳର ଆୟୋଜନ କିଭଳି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ସେନେଇ ବିଭିନ ସଂସ୍ଥା ସହିତ ଆଲୋଚନା କରିଛନ୍ତି । ବିଶେଷ କରି ଯେଉଁମାନେ ଖେଳାଳିଙ୍କ ପାଇଁ ଡ୍ୟୁଟିରେ ରହିବେ ଯଥା ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସଏଫ୍ ସହ ହୋଟେଲ ମେ ଫେୟାର ଓ ଓସିଏ ଅଫିସିଆଲଙ୍କ ସହ ଆଲୋଚନ କରିଛନ୍ତି।
![cricket match security](https://etvbharatimages.akamaized.net/etvbharat/prod-images/05-02-2025/od-bbs-02-cricket-match-security-avb-7203832_05022025165825_0502f_1738754905_254.jpg)
ପୋଲିସ କମିଶନର ସୂଚନା ଦେଇ କହିଛନ୍ତି, "ମ୍ୟାଚ୍ ପାଇଁ ପ୍ରସ୍ତୁତ ଚାଲିଛି । ଅନେକଙ୍କ ସହ ଆଲୋଚନା ହୋଇଛି ଯାହା ଦ୍ବାରା ସ୍ମୁଥ ସେଫ ସେକ୍ୟୁର ମୁଭମେଣ୍ଟ ହୋଇପାରିବ । ସେନେଇ ଖେଳାଳିଙ୍କ ପ୍ରକ୍ଟିସ ଓ ମ୍ୟାଚ ଦିନ କିଭଳି ସୁରୁଖୁରୁରେ ପହଞ୍ଚିବେ ଓ ଖେଳ ସମ୍ପର୍ଣ୍ଣ ହେବ ସେନେଇ ଆଲୋଚନା ହୋଇଛି । ଏଥିପାଇଁ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଖେଳାଳିଙ୍କ ରହଣି ସହିତ କଟକ ଯିବାଆସିବା ଓ ଖେଳ ସମୟରେ ମଧ୍ୟ ଗହଳି ନିୟନ୍ତ୍ରଣ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଇଛି ।"
ବାରବାଟୀ ଜଗିବେ ୫୦ ପ୍ଲାଟୁନ-
- ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ
- ସୂଚନା ଦେଲେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ
- ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ
- ୮ରେ ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳ, ୯ରେ ମ୍ୟାଚ
![cricket match security](https://etvbharatimages.akamaized.net/etvbharat/prod-images/05-02-2025/od-bbs-02-cricket-match-security-avb-7203832_05022025165825_0502f_1738754905_152.jpg)
୭ରେ ପହଞ୍ଚିବେ ଦୁଇ ଦେଶର ଖେଳାଳି-
ଆସନ୍ତା ସାତ ତାରିଖ ଅପରାହ୍ନରେ ପହଞ୍ଚିବେ ଦୁଇ ଦେଶର ଖେଳାଳି । ଏନେଇ 8 ତାରିଖରେ ଅଭ୍ୟାସ ପାଇଁ କଟକ ଅଭିମୁଖେ ବାହାରିବେ ଦୁଇ ଟିମ୍ । ଉଭୟ ଭାରତୀୟ ଓ ଇଂଲଣ୍ଡ ଟିମ୍ ଖେଳାଳିଙ୍କ କଟକ ଗସ୍ତ ପାଇଁ ସମୟ ଧାର୍ଯ୍ଯ ହୋଇଛି । ସକାଳ ସମୟରେ ଗୋଟିଏ ଟିମ୍ ଓ ଉପରବେଳା ଅନ୍ୟ ଏକ ଟିମ୍ ପ୍ରକ୍ଟିସ ପାଇଁ ଯିବେ । ସେହିପରି ୯ତାରିଖ ଦିନ ଖେଳ ଯେହେତୁ ଉଭୟ ଟିମ୍ ଏକ ସମୟରେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିବେ ଓ ଷ୍ଟାଡିୟମରୁ ବାହାରି ହୋଟେଲରେ ମଧ୍ୟ ପହଞ୍ଚିବେ ।
![cricket match security](https://etvbharatimages.akamaized.net/etvbharat/prod-images/05-02-2025/od-bbs-02-cricket-match-security-avb-7203832_05022025165825_0502f_1738754905_1069.jpg)
50 ପ୍ଲାଟୁନ ଫୋର୍ସ-
କଟକରେ ଷ୍ଟାଡିୟମ ଭିତରେ ଓ ବାହାରେ ଖେଳ ପାଇଁ ପୋଲିସ ଆୟୋଜନ ଓ ଭୁବନେଶ୍ୱରରୁ କଟକ ପର୍ଯନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ଏସକର୍ଟ ଠାରୁ ଆରମ୍ଭ କରି ଟ୍ରାଫିକ ରେ ଛକରେ ପୋଲିସ ମୁତୟନ ମଧ୍ୟ ରହିବେ । ମୋଟ ୫୦ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏଥିପାଇ ଏୟାରପୋର୍ଟଠୁ ଆରମ୍ଭ କରି ହୋଟେଲ ପର୍ଯନ୍ତ ମଧ୍ୟ ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତା କଡରେ ମଧ୍ୟ ଭିଡ ଜମିବ । ତେଣୁ ସେସବୁ ପରିସ୍ଥିତିର ମୁକାବିଲା ଭଳି ଯୋଜନା ସହ ସୁରକ୍ଷିତ ଭାବେ ହୋଟେଲରେ ପହଞ୍ଚାଇବା ସହ ହୋଟେଲରୁ ଷ୍ଟାଡିୟମ ପର୍ଯନ୍ତ ଏପରିକି ଯଦି ଚାହିଁବେ ଖେଳ ଭିତରେ କୁଆଡେ ବୁଲିବା ପାଇଁ ଯିବାକୁ ସେଥିପାଇଁ ମଧ୍ୟ ବ୍ୟାପକ ପୋଲିସ ବନ୍ଦୋବସ୍ତ ହୋଇଛି । ୫୦ପ୍ଲାଟୁନ ଫୋର୍ସ ମୁତୟନ ହେବା ପାଇଁ ସ୍ଥିର ହୋଇଛି।
![cricket match security](https://etvbharatimages.akamaized.net/etvbharat/prod-images/05-02-2025/od-bbs-02-cricket-match-security-avb-7203832_05022025165825_0502f_1738754905_677.jpg)
6 ବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆର ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ ଆସନ୍ତା 9 ତାରିଖରେ ବାରବାଟୀରେ ଖେଳାଯିବ ।