Chilika Lake: ଉଦଘାଟନ ଅପେକ୍ଷାରେ ଚିଲିକାର ଫ୍ଲୋଟିଂ ହୋଟେଲ ଗରୁଡ଼ - ଚିଲିକାର ଫ୍ଲୋଟିଂ ହୋଟେଲ ଗରୁଡ଼

🎬 Watch Now: Feature Video

thumbnail

By

Published : May 27, 2022, 9:10 AM IST

ଖୋର୍ଦ୍ଧା: ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛି ପର୍ଯ୍ୟଟନ ବିଭାଗ । ବର୍ଷ ତମାମ ଏସିଆର ସର୍ବବୃହତ ହ୍ରଦ ଚିଲିକାକୁ ଉପଭୋଗ ପାଇଁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । ନଳବଣ, ମଙ୍ଗଳା ଯୋଡିର ପକ୍ଷୀ ଅଭୟାରଣ୍ୟ, କାଳିଜାଇ, ଚଡେଇଗୁହା ବୁଲି ଭ୍ରମଣର ମଜା ନେଇଥାନ୍ତି ପର୍ଯ୍ୟଟକ । ଏବେ ଚିଲିକା ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ତାହା ହେଉଛି ଫ୍ଲୋଟିଂ ହୋଟେଲ ଗରୁଡ଼। ଏହି ହୋଟେଲରେ ରହିଛି ଶୀତତାପ ନିୟନ୍ତ୍ରିତ ରହଣିର ବ୍ୟବସ୍ଥା । ଭାସମାନ ଅବସ୍ଥାରେ ଚିଲିକାର ନୀଳ ଜଳରାଶିରେ 5ରୁ 7 କିଲୋମିଟର ପର୍ଯ୍ୟନ୍ତ ବୁଲିବାର ମଜା ଉଠାଇ ପାରିବେ ପର୍ଯ୍ୟଟକ । ଯଦିଓ ନିର୍ଦ୍ଦିଷ୍ଟ ଭାବରେ ମୂଲ୍ୟ ନିର୍ଦ୍ଧାରଣ ହୋଇନାହିଁ। 6 ପରିବାର ରହିବା ଆଉ 66 ଯାତ୍ରୀ ସବାର କରିବା ବ୍ୟବସ୍ଥା ଥିବା ସୂଚନା ମିଳିଛି । ବିକାଶ ଇକୋ ରିସର୍ଟ ଏବଂ ଓଡିଶା ପର୍ଯ୍ୟଟନ ବିଭାଗ ସହଭାଗିତାରେ ଏହା ସମ୍ଭବ ହୋଇଛି । କେବେଳ ଉଦଘାଟନକୁ ଅପେକ୍ଷା । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.