ଘର ଛାଡ଼ି ପଳାଉଥିଲେ ପତ୍ନୀ, ଅଭିଯୋଗ କରିବାକୁ ଜ୍ବାଇଁକୁ ଜୋତାରେ ପିଟିଲା ଶ୍ବଶୁର - Nagaur Crime News

🎬 Watch Now: Feature Video

thumbnail

By

Published : May 25, 2022, 10:03 PM IST

ଜୟପୁର: ପାରିବାରିକ ବିବାଦରେ ଆପୋଷ ବୁଝମଣା ପାଇଁ ଡକାଇ ଜ୍ବାଇଁଙ୍କୁ ଜୋତା ମାଳ ପିନ୍ଧାଇ ଜୋତାରେ ପିଟିଲା ଶ୍ବଶୁର । ରାଜସ୍ତାନ ନାଗୋର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଗାାନା ଥାନା ଅଞ୍ଚଳର ମନୋହର ନାମକ ବ୍ୟକ୍ତିଙ୍କ ପତ୍ନୀ ବାରମ୍ବାର ଘର ଛାଡ଼ି ଚାଲି ଯାଉଥିଲେ । ଏହାକୁ ନେଇ ମହିଳାଙ୍କ ପିତାଙ୍କୁ ଜଣାଇବାରୁ ସେ ଆପୋଷ ବୁଝମଣା ପାଇଁ କୋର୍ଟକୁ ଜ୍ବାଇଁକୁ ଡକାଇଥିଲେ । ତେବେ ଆସିବା ବେଳେ ଅଧା ରାସ୍ତାରୁ ତାଙ୍କୁ ଉଠାଇ ନେଇ ତାଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଡେଗାନା ଥାନାରେ ଏକ ମାମଲା ରୁଜୁ ମଧ୍ୟ କରାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.