ମୌସୁମୀ ଗାଏବ, ବର୍ଷା ପାଇଁ ଖଞ୍ଜଣି ବଜାଇ ଚାଷୀର ଗୁହାରି - ବର୍ଷା ପାଇଁ ଇନ୍ଦ୍ରଙ୍କୁ ଖଞ୍ଜଣି ବଜାଇ ଚାଷୀର ଗୁହାରି
🎬 Watch Now: Feature Video
ଭାଦ୍ରବରେ ଅସହ୍ୟ ତାତି । ବର୍ଷା ବିନା ଗୁଳିଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ବର୍ଷା ଗାଏବ ହେବାରୁ ଜମି ଫାଟି ଆଁ କରିଛି । ବର୍ଷାକୁ ଚାତକ ପରି ଚାହିଁଛି ଚଷାପୁଅ । ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି । ଜିଲ୍ଲାରେ ଖରିଫ ଧାନ ଫସଲ ମୁଖ୍ୟ ଫସଲ । ଚଷାପୁଅ ତରତର ହୋଇ ବିଲରେ ଧାନ ରୁଆ ପୋତା କରି ଦେଇଥିଲା । ଲକ୍ଷ୍ୟ ଥିଲା ଭଲ ଫସଲ ହେବ କିନ୍ତୁ ଦୀର୍ଘ ୧୫ ଦିନ ହେବ ବର୍ଷା ଗାଏବ ହୋଇଛି । ବର୍ଷା ଅଭାବରୁ ରୁଆ ହୋଇଥିବା ବିଲ ଫାଟି ଆଁ କରିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇଛି ବସିଛି । ବର୍ଷା ପାଇଁ ବାଜା ବଜାଇ ବିଲ ହିଡରେ ବସି ଖଞ୍ଜଣୀ ଧରି ନିଆରା ଉପାୟରେ ବର୍ଷାକୁ ନିମନ୍ତ୍ରଣ କିରଛି ଚଷାପୁଅ ଯାହାର ଭିଡିଓ ଭାଇରାଲ ହେଉଛି ।