Digital dialogue: ଓଡ଼ିଶାରେ ସର୍ବୋତ୍କୃଷ୍ଟ ଡାଟା ପଲିସି, ଭାରତର ଡାଟା ସେଣ୍ଟର ହୋଇପାରେ ରାଜ୍ୟ - ଇଟିଭି ଭାରତ ଡିଜିଟାଲ ଡାଇଲଗ
🎬 Watch Now: Feature Video
ଭୁବନେଶ୍ବର: ଆଇଟି ସ୍ପେସ୍ ଗୋଟିଏ ବିଭାଗରେ ସୀମିିତ ନୁହେଁ । ସମୟ ସହ ଆଇଟିର ଚାହିଦା ବଢିଛି । ଯଦି କହିବା କୋଭିଡ ପରେ ଆଇଟିର ଆବଶ୍ୟକତା ବହୁଗୁଣରେ ବଢ଼ିଛି । ଆଇଟିରେ ହାର୍ଡୱେର ଯେତିକି ଆବଶ୍ୟକତା ରହିଛି, ସଫ୍ଟୱେର ମଧ୍ୟ ସେତିକି ଆବଶ୍ୟକତା ରହିଛି । ଭାରତ ପାଇଁ ଏକ ନୂଆ ପଲିସି-ଡାଟା ପଲିସି ଫର ଇଣ୍ଡିଆ- ଏବେ ଷ୍ଟାଣ୍ଡିଂ କମିଟିର ବିଚାରଧୀନ ରହିଛି । ଯାହାର ସାରମର୍ମ ହେଲା ସମୟ ଆସିବ ଯେତେବେଳେ ଭାରତର ଡାଟା ଭାରତରେ ରହିବ। ବର୍ତ୍ତମାନ ଭାରତର ଡାଟା ଆମେରିକା ଅନ୍ୟାନ୍ୟ ଦେଶରେ ଷ୍ଟୋର ହେଉଛି। ଯଦି ଏହି ଡାଟା ଭାରତରେ ରହିବ, ତେବେ ଏକ ନୂଆ ଶିଳ୍ପ ପାଇଁ ଏହା ଭାରତରେ ବିରାଟ ସୁଯୋଗ ତିଆରି କରିବ । ଏହା ହେଉଛି ଡାଟା ପଲିସିର ଆଭିମୁଖ୍ୟ । ଯେତେବେଳେ ଡାଟା ପଲିସି ତିଆରି ହେଉଛି ଓ ଡାଟା ସେଣ୍ଟର କ୍ଷେତ୍ରରେ ଅଗ୍ରଗତି ଘଟୁଛି, ସେତେବେଳେ ବିଭିନ୍ନ ରାଜ୍ୟ ପରସ୍ପର ମଧ୍ୟରେ ପ୍ରତିଯୋଗତା କରିବା ସ୍ବାଭାବିକ । ସେଥିପାଇଁ ଓଡ଼ିଶା ସରକାର ଏକ ସ୍ବତନ୍ତ୍ର ଡାଟା ସେଣ୍ଟର ପଲିସି ଆଣିଛନ୍ତି, ଯାହା କୌଣସି ରାଜ୍ୟର ପଲିସିଠାରୁ ସର୍ବୋକୃଷ୍ଟ । ଓଡ଼ିଶାର ବିଶେଷତ୍ବ ହେଉଛି ଏହାର ଅବସ୍ଥିତି । ପୂର୍ବ ଉପକୂଳରେ ଓଡ଼ିଶା ଭଳି ସୁଯୋଗ ଥିବା ରାଜ୍ୟ ନାହିଁ । ଆମେ ବିଦ୍ୟୁତ ବଳକା ରାଜ୍ୟ, ଏଠାରେ ପାଣି ସମସ୍ୟା ନାହିଁ, ମାନବ ସମ୍ବଳର ଅଭାବ ନାହିଁ । ଆମର ଶିଳ୍ପ ଅନୁକୂଳ ପଲିସି ରହିଛି। ତେଣୁ ଆସନ୍ତା 2ରୁ 3 ବର୍ଷ ମଧ୍ୟରେ ଓଡ଼ିଶା ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତର ଡାଟା ସେଣ୍ଟର ହବ୍ ହେବାର ସମସ୍ତ କ୍ଷମତା ରଖିଛି । ଏଥର ଇଟିଭି ଭାରତ ଡିଜିଟାଲ ଡାଇଲଗରେ ଓଡ଼ିଶା ଇଲେକ୍ଟ୍ରୋନିକ, ଆଇଟି, ସାଇନ୍ସ ଓ ଟେକ୍ନୋଲୋଜି ବିଭାଗ ସଚିବ, ମନୋଜ କୁମାର ମିଶ୍ର । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ୍ ରୁଦ୍ର ନାରାୟଣ ଦାସ ।
Last Updated : Apr 17, 2022, 6:29 PM IST