ହାଇଦ୍ରାବାଦ: ଆଜି ବାରବାଟୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ କ୍ୟାପଟେନ ରୋହିତ ଶର୍ମା । ଭାରତୀୟ ଦଳର ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଦ୍ବିତୀୟ ସର୍ବାଧିକ ରନ୍ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ଯଦି ସେ 50 ରନ କରନ୍ତି ତେବେ ତାଲିକାରେ ଓପନର ଭାବରେ ସର୍ବାଧିକ ରନ କରିବାରେ ଦ୍ବିତୀୟରେ ରହିବେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ଦିନିକିଆ ମ୍ୟାଚ ତାଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଓପନର ଭାବେ ବିରେନ୍ଦ୍ର ସେହଓ୍ବାଗ ସର୍ବାଧିକ ରନ କରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ 321 ମ୍ୟାଚରେ 41.90 ହାରରେ 15758 ରନ କରିଛନ୍ତି । ସେହିପରି ତେନ୍ଦୁଲକର 346 ମ୍ୟାଚରେ 48.06 ହାରରେ 15335 ରନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା 342 ମ୍ୟାଚରେ 45.22 ହାରରେ 15285 ରନ କରି ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚରେ ସେ 50 ରନ ଯଦି କରନ୍ତି ତେବେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିବେ ।
ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ରନ୍ କରିବା ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି ରୋହିତ । ସନଥ ଜୟସୁରିଆ ଶୀର୍ଷରେ ଅଛନ୍ତି, ତାଙ୍କ ପରେ କ୍ରିସ୍ ଗେଲ୍, ଡେଭିଡ୍ ୱାର୍ଣ୍ଣର, ଗ୍ରେମ୍ ସ୍ମିଥ୍, ଡେସମଣ୍ଡ ହେନ୍ସ, ସେହୱାଗ ଏବଂ ତେନ୍ଦୁଲକର ରହିଛନ୍ତି । ନାଗପୁରରେ ଜନ୍ମଗ୍ରହଣ କରିଥିବା ରୋହିତ 179ଟି ଦିନିକିଆ ମ୍ୟାଚ୍ରେ 55.23 ହାରରେ 8838 ରନ୍ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଓପନର ଭାବରେ 2797 ରନ ଏବଂ ଟି20ରେ 3750 ରନ ମଧ୍ୟ କରିଛନ୍ତି। ମୋଟ 342 ମ୍ୟାଚ୍ ଖେଳି 15258 ରନ୍ କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକା:
ସନଥ ଜୟସୁରିଆ - ୫୦୬ ମ୍ୟାଚ୍ରୁ ୧୯୨୯୮ ରନ୍
କ୍ରିସ୍ ଗେଲ୍ - ୪୪୧ ମ୍ୟାଚ୍ରୁ ୧୮୮୬୭ ରନ୍
ଡେଭିଡ୍ ୱାର୍ଣ୍ଣର - ୩୭୪ ମ୍ୟାଚ୍ରୁ ୧୮୭୪୪ ରନ୍
ଗ୍ରାଏମ ସ୍ମିଥ - ୩୪୨ ମ୍ୟାଚ୍ରୁ ୧୬୯୫୦ ରନ୍
ଡେସମଣ୍ଡ ହେନ୍ସ - ୩୫୪ ମ୍ୟାଚ୍ ରୁ ୧୬୧୨୦ ରନ୍
ବୀରେନ୍ଦ୍ର ସେହୱାଗ - ୩୩୨ ମ୍ୟାଚ୍ରୁ ୧୬୧୧୯ ରନ୍
ସଚିନ ତେନ୍ଦୁଲକର - ୩୪୬ ମ୍ୟାଚ୍ରୁ ୧୫୩୩୫ ରନ୍
ରୋହିତ ଶର୍ମା - ୩୪୨ ମ୍ୟାଚ୍ରୁ ୧୫୨୮୫ ରନ୍