thumbnail

By

Published : Jun 28, 2022, 9:36 PM IST

ETV Bharat / Videos

Watch Video: ହାତୀ କବଳରେ ମୟୂରଭଞ୍ଜର ୫୦ରୁ ଊର୍ଦ୍ଧ୍ବ ଗାଁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ । କେତେବେଳେ ଜାତୀୟ ରାଜପଥ ୪୯କୁ ଅବରୋଧ କରୁଛନ୍ତି ତ କେତେବେଳେ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି ହାତୀପଲ । ଏହି ପଲରେ ୨୩ଟି ହାତୀ ଦେଖାଯାଉଛନ୍ତି । ଏମାନଙ୍କ ପାଇଁ ଏବେ କରଞ୍ଜିଆ, ଶୁକୃଳି ଓ ରରୁଆ ବ୍ଲକର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩, ଶିରମଣିପୁରରେ ୧୮ ଓ ତୁଳସୀପଶି ଗାଁ ନିକଟରେ ଥିବା ଜଙ୍ଗଲରେ ୫ଟି ହାତୀ ଥିବା ବନବିଭାଗ ସୂଚନା ଦେଇଛି । ଗତକାଲି ବିଳମ୍ବିତ ରାତିରେ ଜରାଡ଼ି ଗ୍ରାମରେ ଜଣକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ହାତୀପଲ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.