ETV Bharat / technology

ମହିନ୍ଦ୍ରା BE 6 ଓ XEV 9eର ବୁକିଂ ଆରମ୍ଭ; ମାର୍ଚ୍ଚ ମଧ୍ୟଭାଗରୁ ଡେଲିଭରି - MAHINDRA BE6 AND XEV 9E BOOKINGS

ମହିନ୍ଦ୍ରା ଏହାର ଇଲେକଟ୍ରିକ ଏସୟୁଭି XEV 9e ଓ BE 6ର ବୁକିଂ ଆଜିଠୁ ଭାରତରେ ଆରମ୍ଭ କରିଥିବା ବେଳେ ଏହାର ଡେଲିଭରି ମାର୍ଚ୍ଚ ମଧ୍ୟଭାଗରୁ ଆରମ୍ଭ ହେବ ।

Mahindra BE6 and XEV 9e bookings finally open
Mahindra BE6 and XEV 9e bookings finally open (Image Credit: Mahindra Group)
author img

By ETV Bharat Tech Team

Published : Feb 14, 2025, 6:15 PM IST

ହାଇଦ୍ରାବାଦ: ସ୍ବଦେଶୀ ଏସୟୁଭି ନିର୍ମାତା କମ୍ପାନୀ Mahindra & Mahindra ନିଜର ଇଲେକଟ୍ରିକ ଏସୟୁଭି BE 6 ଓ XEV 9eର ବୁକିଂ ଆଜିଠୁ ସାରା ଦେଶରେ ଆରମ୍ଭ କରିଛି । ଏବେ ଗ୍ରାହକ ଉଭୟ ଅନଲାଇନ ଓ ଅଫଲାଇନ ଭାବେ ମହିନ୍ଦ୍ରା ଡିଲରସିପ ନିକଟରୁ ଉଭୟ କାରର ସମସ୍ତ ଭାରିଏଣ୍ଟର ବୁକିଂ କରିପାରିବେ । ଏହି ଦୁଇ କାରର ଦାମ କେତେ ଓ କଣ ଏଥିରେ ସୁବିଧା ମିଳୁଛି ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।

  • ଡିଜାଇନ

କମ୍ପାନୀ BE 6ରେ ଡୁଆଲ-ପଡ୍‌ ହେଡଲାଇଟ୍ସ, c-ଆକାରର LED DRLs ଓ ଟେଲ୍‌ ଲାଇଟ୍ସ ଏବଂ 19 ଇଞ୍ଚର ଷ୍ଟାଇଲିସ ଆଲଏ ହ୍ବିଲ୍‌ ସହିତ ଏକ ବୋଲ୍ଡ ଲୁକ୍‌ ରହିଛି । ସେପଟେ XEV 9e ସାଧାରଣ ଏସୟୁଭି-କୁପ୍‌ ଡିଜାଇନ ସହ ଭର୍ଟିକାଲ LED ହେଡଲାଇଟ୍ସ, ଇନଭର୍ଟେଡ୍‌ L-ସେପଡ୍‌ ଏଲଇଡି ଡିଆରଏଲ, ଟେଲ୍‌ ଲାଇଟ୍ସ ଓ 19-ଇଞ୍ଚ ଆଲଏ ହ୍ବିଲ ସହ ଆସିଛି ।

  • କ୍ୟାବିନ୍‌ ଓ ଫିଚର

ମହିନ୍ଦ୍ରା BE 6 ଟେକ୍‌ ଲୋଡେଡ ଇଣ୍ଟିରିଅର ସହ ଆସିଥିବା ବେଳେ ଏଥିରେ ଡୁଆଲ 12.3 ଇଞ୍ଚ ଡିସପ୍ଲେ, ପୁଲ୍‌ ଟାବ୍‌ ଡୋର୍‌ ହ୍ୟାଣ୍ଡେଲ୍‌, ଗୋଟିଏ 2-ସ୍ପୋକ୍‌ ଷ୍ଟିଅରିଂ ହ୍ବିଲ, ଡୁଆଲ ୱେୟାରଲେସ୍‌ ଚାର୍ଜର, 16-ସ୍ପିକର୍‌ ହାରମ୍ୟାନ୍‌ କାର୍ଡନ ସାଉଣ୍ଡ ସିଷ୍ଟମ, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, ପେନାରୋମିକ୍‌ ଗ୍ଲାସ୍‌ ରୁଫ୍‌, ସେଲ୍ଫି କ୍ୟାମେରା ରହିଛି । ସୁରକ୍ଷା ଫିଚର ଭାବେ 7ଟି ଏୟାରବ୍ୟାଗ୍‌, 360 ଡିଗ୍ରୀ କ୍ୟାମେରା, ଲେଭଲ୍‌ 2 ADAS ଫିଚର ରହିଛି ।

ସେହିପରି XEV 9eରେ ଟ୍ରିପଲ୍‌ 12.3 ଇଞ୍ଚ ଡିସପ୍ଲେ ସେଟଅପ୍‌, ସିଙ୍ଗଲ୍‌ ୱେୟାରଲେସ୍‌ ଚାର୍ଜର ରହିଛି । ଏଥିରେ ମଧ୍ୟ 7ଟି ଏୟାରବ୍ୟାଗ୍‌, 360 ଡିଗ୍ରୀ କ୍ୟାମେରା ଓ ଅତ୍ୟାଧୁନିକ ଲେଭଲ୍‌ 2 ADAS ସୁରକ୍ଷା ଫିଚର ରହିଛି ।

ମହିନ୍ଦ୍ରା BE 6 ଓ XEV 9eର ବୁକିଂ ଆରମ୍ଭ
ମହିନ୍ଦ୍ରା BE 6 ଓ XEV 9eର ବୁକିଂ ଆରମ୍ଭ (Image Credit: Mahindra Group)
  • କାର୍ଯ୍ୟଦକ୍ଷତା ଓ ରେଞ୍ଜ

ଫିଚର ଓ ଡିଜାଇନ ବ୍ୟତୀତ ଉଭୟ ଏସୟୁଭି ସମାନ ପାୱାରଟ୍ରେନ ସହ ଆସିଛନ୍ତି । ଉଭୟ ଏସୟୁଭିରେ ଦୁଇଟି ବ୍ୟାଟେରୀ ପ୍ୟାକ୍‌ ଅପସନ 59କିଲୋୱାଟ୍‌ ଓ 79 କିଲୋୱାଟ୍‌ ଲିଥିୟମ ଆଇରନ ଫସଫେଟ୍‌ (LFP) ଅଛି । ପ୍ରାରମ୍ଭିକ ଭାବେ ଉଭୟ BE 6 ଓ XEV 9eରେ 59kWh ବ୍ୟାଟେରୀ ପ୍ୟାକ୍‌ ଦିଆଯିବ । ମହିନ୍ଦ୍ରାର କହିବାନୁସାରେ, ଉଭୟ ଏସୟୁଭି 175kw DC ଫାଷ୍ଟ ଚାର୍ଜରରେ ମାତ୍ର 20ମିନିଟରେ 20-80% ଚାର୍ଜ ହୋଇପାରିବ ।

BE 6 ଛୋଟ ଓ ବଡ଼ ବ୍ୟାଟେରୀର ରେଞ୍ଜ ଯଥାକ୍ରମେ 557କିମି ଓ 683କିମି ରହିଛି । ସେହିପରି XEV 9e ଛୋଟ ଓ ବଡ଼ ବ୍ୟାଟେରୀର ରେଞ୍ଜ ଯଥାକ୍ରମେ 542କିମି ଓ 656କିମି ରହିଛି । ଅନ୍ୟପଟେ ଛୋଟ ବ୍ୟାଟେରୀ 228bhp ଓ ବଡ଼ ବ୍ୟାଟେରୀ 278bhp ଶକ୍ତି ପ୍ରଦାନ କରୁଥିବାବେଳେ ଉଭୟ ବ୍ୟାଟେରୀ 380Nm ଟର୍କ ଉତ୍ପନ୍ନ କରିଥାନ୍ତି ।

  • ଭାରିଏଣ୍ଟ

ମହିନ୍ଦ୍ରା BE 6 5ଟି ଭାରିଏଣ୍ଟ ଯଥାକ୍ରମେ Pack One, Pack One Above, Pack Two, Pack Three Select ଓ Pack Three ସହିତ ଉପଲବ୍ଧ ହୋଇଥିବା ବେଳେ XEV 9e 4ଟି ଭାରିଏଣ୍ଟ Pack One, Pack Two, Pack Three Select ଓ Pack Three ଉପଲବ୍ଧ ।

  • ଦାମ ଓ ଡେଲିଭରି

ମହିନ୍ଦ୍ରା BE 6ର ପ୍ରାରମ୍ଭିକ ଏକ୍ସ ଶୋ'ରୁମ ମୂଲ୍ୟ 18.90 ଲକ୍ଷ ଟଙ୍କାରୁ 26.90 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି XEV 9eର ଏକ୍ସ ଶୋ'ରୁମ ମୂଲ୍ୟ 21.9 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ 30.50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଉଭୟ କାରର ବିତରଣ ମାର୍ଚ୍ଚ ମଧ୍ୟଭାଗରୁ ଆରମ୍ଭ ହେବାକୁ ଯାଉଛି ।

  • କାହାକୁ ଦେବ ଟକ୍କର ?

ମହିନ୍ଦ୍ରା BE 6ର ମୁକାବିଲା ବଜାରରେ Hyundai Creta Electric, Tata Curvv EV, MG ZS EV ଓ ଲଞ୍ଚ ହେବାକୁ ଥିବା Maruti e Vitara ସହ ହେବ । ସେପଟେ ମହିନ୍ଦ୍ରା XEV 9eର ମୁକାବିଲା ଲଞ୍ଚ ହେବାକୁ ଥିବା Tata Harrier EV ସହ ହେବ ।

ଏହା ବି ପଢନ୍ତୁ
  1. Mahindra XEV 9e କାର ଦାମର ଖୁଲାସା; ଜାଣନ୍ତୁ କଣ ମିଳିବ ଫିଚର
  2. BNCAP କ୍ରାସ୍‌ ଟେଷ୍ଟରେ ମହିନ୍ଦ୍ରା XEV 9e, BE 6ର କମାଲ୍‌; ହାତେଇଲେ 5-ଷ୍ଟାର ରେଟିଂ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.