ରଙ୍ଗବତୀ ଗାଇ ମତୁଆଲା କଲେ ସୁର, ଭିଡିଓ ଭାଇରାଲ - sura routray music video latest news

🎬 Watch Now: Feature Video

thumbnail

By

Published : Nov 30, 2020, 8:02 PM IST

ଭୁବନେଶ୍ବର: ରାପର୍ ପାଲଟିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ଖାଲି ରାପ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁର । ସାମ୍ନାକୁ ଆସିଛି ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ । ଏଥିରେ ସୁରଙ୍କ ସମେତ କଣ୍ଠଶିଳ୍ପୀ ଭାବନା ଓ ବର୍ଣ୍ଣାଳୀ ହୋତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଅର୍ମାନ୍ ମ୍ୟୁଜିକ୍ ବ୍ୟାନରରେ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ ଭିଡିଓରେ ରାପ୍ କରିବା ସହ ଅଭିନୟରେ ଧମାଲ କରିଛନ୍ତି ସେ । ଗୀତର ସଙ୍ଗୀତ ନିର୍ଦ୍ଦେଶନା ଜାପାନୀ ଦେଇଥିଲାବେଳେ ଲିରିକ୍ସ ଲାଇନ୍ ସଜାଇଛନ୍ତି ତପୁ ନାୟକ । ସୋସିଆଲ୍ ମିଡିଆରେ ଏହି ଗୀତଟି ଖୁବ ଭାଇରାଲ୍ ହେଉଛି । ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.