ETV Bharat / state

ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି - NEPALI STUDENT DEATH

ଘରୋଇ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣା । କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ । ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ (ETV Bharat Odisha)
author img

By ETV Bharat Odisha Team

Published : Feb 22, 2025, 5:46 PM IST

ଭୁବନେଶ୍ବର: ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫୋନ ଯୋଗେ କଥା ହେବା ସହ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପିଲାମାନଙ୍କ ଭରସା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି । ସେହିପରି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ । ସରକାରଙ୍କ କାର୍ଯ୍ୟନୁଷ୍ଠାନ ଉପରେ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ନେପାଳର ପିଲାମାନେ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ପିଲାମାନେ ଏଠାରେ ପଢିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

CM MOHAN MAJHI
CM MOHAN MAJHI (ETV BHARAT ODISHA)

ନେପାଳ ପିଲା ମଧ୍ୟ ଆମ ପିଲା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆରଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ କିଟ ଘଟଣା ସମ୍ପର୍କରେ ହୋଇଛି ଉଭୟ ମଧ୍ୟରେ ଆଲୋଚନା । ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ସେମାନେ ଏଠାରେ ପଢିବେ । ରାଜ୍ୟ ସରକାର ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି । ତ୍ୱରିତ ପଦକ୍ଷେପ ନେଉଛନ୍ତି । ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ଭରସା ଓ ଆତ୍ମ ବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।

NEPALI STUDENT DEATH CASE (ETV BHARAT ODISHA)

ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:

ସେହିପରି ନେପାଳ ଦୂତାବାସର ଅଧିକାରୀ ନବୀନ ରାଜ ଅଧିକାରୀ ଏବଂ ସଞ୍ଜୀବ ଶର୍ମା ଦାସ ମଧ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଘଟଣାରେ 10 ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସହ ସମ୍ପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘରୋଇ ବିଶ୍ବ ବିଦ୍ୟାଳୟ ପରିସରରେ ଶିକ୍ଷାର ବାତାବରଣ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ (ETV Bharat Odisha)

ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଲେ ନେପାଳ ଅଧିକାରୀ:

ନେପାଳର ଅଧିକାରୀ କହିଛନ୍ତି, "ଘଟଣାରେ ଓଡିଶା ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା ନେପାଳରୁ ଆସି ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି । ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

ସେମାନେ ଆହୁରି ମଧ୍ୟ କହିଛନ୍ତି, "ନେପାଳ ଓ ଓଡିଶା ମଧ୍ୟରେ ଅତି ପୁରାତନ ସମ୍ପର୍କ ରହିଆସିଛି । ଏହି ସୁସମ୍ପର୍କ କେବେ ବ୍ୟାହତ ହେବ ନାହିଁ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ ।

ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ:

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ''ଯେଉଁ ମାନଙ୍କୁ ଏହି ଘଟଣାରେ ସମନ କରାଯାଇଥିଲା ସେମାନେ ଉଚ୍ଚ ସ୍ତରୀୟ କମିଟି ନିକଟରେ ପକ୍ଷ ରଖିଛନ୍ତି । ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି ଯାହା ଯାହା ପଚାରିବାର ଥିଲା ତାକୁ ରେକର୍ଡ କରି ରଖାଯାଇଛି । ଏହାକୁ ନେଇ ଯେଉଁ ନିଷ୍କର୍ଷ ଆସିବା ପରେ ସେହି ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ଘଟଣାରେ 10 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ବାଉନସର, ଟ୍ରେନର, ସିକ୍ୟୁରିଟି ଗାର୍ଡ ଅଛନ୍ତି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ବି ଚାଲିଛି । ସିସିଟିଭି ଫୁଟେଜ ଫରେନସିକ ଲ୍ୟାବକୁ ଯାଇଛି । ଫରେନସିକ ଲ୍ୟାବରୁ ଏକ କପି ସରକାରଙ୍କ ପାଖକୁ ଆସିଛି । ତା ଉପରେ ଯାଞ୍ଚ ହେଉଛି। ''

ଦୁଇ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ:

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆହୁରି ମଧ୍ୟ କହିଛନ୍ତି, ''ଏହି ଘଟଣାରେ ଘରୋଇ ବିଶ୍ଵବିଦ୍ୟାଳୟର ଯେଉଁ ଦୁଇ ମହିଳାଙ୍କ ଭିଡ଼ିଓ ସାମ୍ନାକୁ ଆସିଥିଲା ସେ ଦୁଇ ଜଣ ସସପେଣ୍ଡ ହୋଇଛନ୍ତି । ଉଚ୍ଚସ୍ତରୀୟ ଯାଞ୍ଚ କମିଟି ସେ ଦୁଇ ମହିଳାଙ୍କୁ ସମନ କରିଥିଲା । ଯାଞ୍ଚ କମିଟି ଆଗରେ ଗତକାଲି ଦୁଇ ମହିଳା ନିଜର ପକ୍ଷ ରଖିଛନ୍ତି । ସେଦିନ କଣ ଘଟଣା ଘଟିଥିଲା ? ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି ଯାହା ଅନୁଭବ କରିବ, ସେଇ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । ବର୍ତ୍ତମାନ ଯେଉଁ ଅଡିଓ ସାମ୍ନାକୁ ଆସିଛି ତାର ସତ୍ୟାସତ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଭଏସ ସ୍ପେକଟ୍ରଗ୍ରାଫି ଆଧାରରେ ତଦନ୍ତ ଚାଲିଛି । ଯଦି ତାହା ସତ ହୋଇଥାଏ ତେବେ ଆକ୍ଟ ବି ଲାଗିବ । ''

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଖସି ପଳାଉଥିଲେ ଛାତ୍ର, ବିମାନ ବନ୍ଦରରୁ ବାନ୍ଧିଲା ପୋଲିସ - NEPALI STUDENT DEATH

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ନ୍ୟାୟ ଦାବି କଲେ ମୃତକଙ୍କ ବାପା, ସରକାର ଗଢ଼ିଲେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି - NEPAL STUDENT DEATH CASE

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁର ଅନୁଧ୍ୟାନ କଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି - NEPAL STUDENT DEATH CASE

ଜମି ଜବରଦଖଲ ମୁକ୍ତ ପାଇଁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ:

ସେପଟେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ''ଘରୋଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ଯେଉଁଠି ଯେଉଁଠି ଅଛି, ଜବରଦଖଲ ମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ GA ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି । ବହୁତ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ । ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି, ତାହା ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ୍ ଭାବେ ଜବରଦଖଲ ହେଉ, ସେ ବାବଦରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କିଛି ଦିନ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ କହିଥିଲେ ଓ ଏବେ ସେନେଇ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.