ETV Bharat / bharat

ବାଃ ବାଃ ଆପ୍ ସରକାର ! ବିଭାଗ ନାହିଁ, 20 ମାସ ଦାୟିତ୍ୱରେ ରହିଲେ ପଞ୍ଜାବ ମନ୍ତ୍ରୀ - PUNJAB AAP NON EXISTENT DEPT

ନା ଥିଲେ ଷ୍ଟାଫ୍, ନା ବସୁଥିଲା ବୈଠକ । ପଞ୍ଜାବରେ 20 ମାସ ଚାଲିଲା 'ଭୂତ' ବିଭାଗ, ଏବେ ହଟିଲେ ମନ୍ତ୍ରୀ ।

PUNJAB CM BHAGWANT MANN
PUNJAB CM BHAGWANT MANN (ETV Bharat)
author img

By ETV Bharat Odisha Team

Published : Feb 22, 2025, 5:53 PM IST

Updated : Feb 22, 2025, 6:02 PM IST

ଚଣ୍ଡିଗଡ: ପଞ୍ଜାବରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ବିଭାଗ ହିଁ ନଥିଲା କିନ୍ତୁ ଥିଲେ ମନ୍ତ୍ରୀ । ଦିନେ କି ବର୍ଷେ ନୁହେଁ, ଦୀର୍ଘ 20 ମାସ କାଳ ରହିଲେ ବିଭାଗ ଦାୟିତ୍ୱରେ । ଶେଷରେ ହେଲା ଖୁଲାସା । ବିନା ବିଭାଗରେ 20 ମାସ କାଳ ମନ୍ତ୍ରୀ ଥିଲେ ପଞ୍ଜାବ ଆପ ସରକାରରେ କୂଲଦୀପ ସିଂ ଧଲିଓ୍ବାଲ୍ । ପ୍ରଶାସନିକ ସଂସ୍କାର ନାମକ ଏକ ବିଭାଗ ନଥିବା ବେଳେ ଦୀର୍ଘ 20 ମାସ ଧରି ଏହାର ଦାୟିତ୍ୱରେ ଥିଲେ କୂଲଦୀପ ସିଂ ଧଲିଓ୍ବାଲ୍ । ଘଟଣାର ଖୁଲାସା ବର୍ତ୍ତମାନ ହୋଇଛି । ଗତକାଲି ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରି ପଞ୍ଜାବ ସରକାର ଏହି ବିଭାଗ ନଥିବା ସ୍ପଷ୍ଟ କରିଛନ୍ତି । ଆଉ ଏହା ପରେ ଧଲିଓ୍ବାଲ୍ ଙ୍କ ପାଖରେ କେବଳ ଏନଆରଆଇ ବ୍ୟାପାର ପୋର୍ଟଫୋଲିଓ (NRI Affairs portfolio) ରହିବେ ।

ପ୍ରାରମ୍ଭରୁ ଧଲିଓ୍ବାଲଙ୍କ ଅଧିନରେ ଥିଲା କୃଷି ଏବଂ କୃଷକ କଲ୍ୟାଣ ବିଭାଗ । ପରେ 2023 ମେ ମାସରେ ଭଗବନ୍ତ ମାନ ସରକାରରେ ହୋଇଥିଲା କ୍ୟାବିନେଟ ଅଦଳବଦଳ । ଏହି କ୍ୟାବେନଟ ଅଦଳ ବଦଳରେ ତାଙ୍କ ଠାରୁ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ନେଇ ଏନଆରଆଇ ବ୍ୟାପାର ପୋର୍ଟଫୋଲିଓ ଦେଇଥିଲେ ମୁଖ୍ୟମନ୍ତ୍ରୀ ମାନ । ଏହା ପରେ ତାଙ୍କୁ ପ୍ରଶାସନିକ ସଂସ୍କାର ନାମକ ଏକ ଅତିରିକ୍ତ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ବିଭାଗ ହିଁ ନଥିବା ଜଣାପଡିଥିଲା ।

ଏହା ବି ପଢନ୍ତୁ- କଂଗ୍ରେସ ସହ ହାତ ମିଳାଇଥିଲେ ସରକାର ଗଢିଥାନ୍ତା ଆପ୍‌, ଜାଣନ୍ତୁ କେମିତି ? - DELHI ELECTIONS 2025

ଏହି ଘଟଣା ସାମ୍ନାକୁ ଆସିବା ପରେ ଆପ ସରକାରକୁ ଟାର୍ଗେଟ କରିଛି ବିରୋଧି ବିଜେପି । ଏହା ଆପ ସରକାରର ଏହା ଏକ ଗୁରୁତ୍ୱର ତୃଟି ବୋଲି କହିଛନ୍ତି ବିଜେପି । ଖାଲିସେତିକି ନୁହେଁ ପଞ୍ଜାବରେ ସରକାର ନାଁରେ ମୁଖ୍ୟମନ୍ତ୍ରୀ ମାନ ନାଟକ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ । ପ୍ରଦୀପ ପୁଣି କହିଛନ୍ତି, "ଆପ ସରକାର ପଞ୍ଜାବରେ ସରକାରର ଧଜିଆ ଉଡାଇଛନ୍ତି । ଆପ ମନ୍ତ୍ରୀ ଏକ ବିଭାଗର ମନ୍ତ୍ରୀ ଥିଲେ ଯେଉଁ ବିଭାଗ 20 ମାସ କାଳ ହିଁ ନଥିଲା । ଥରେ ଚିନ୍ତା କରନ୍ତୁ, 20 ମାସ କାଳ ମୁଖ୍ୟମନ୍ତ୍ରୀ ଜାଣି ପାରିଲେ ନାହିଁ ତାଙ୍କର ଜଣେ ମନ୍ତ୍ରୀ ଗୋଟିଏ ଏମିତି ବିଭାଗର ମନ୍ତ୍ରୀ ଅଛନ୍ତି, ଯେଉଁଟା ହିଁ ନାହିଁ ।"

ପ୍ରକାଶ ଯେ, ଗତ ବର୍ଷ 2024 ସେପ୍ଟେମ୍ବର ମାସରେ ପଞ୍ଜାବ ସରକାରଙ୍କ କ୍ୟାବିନେଟ ଅଦଳ ବଦଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ମାନ କ୍ୟାବିନେଟରେ ଅଦଳ ବଦଳ କରି 4 ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବାଦ ଦେଇଥିଲେ । ଏହା ସହିତ କ୍ୟାବିନେଟରେ 5 ଜଣଙ୍କୁ ସ୍ଥାନ ମିଳିଥିଲା ।

Last Updated : Feb 22, 2025, 6:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.