ରଥଖଳା ହାଲଚାଲ: ନୃସିଂହ ଚତୁର୍ଦ୍ଦଶୀ ଅବସର, ରଥଖଳାରେ ହେଲା ଗୁଜ ଅନୁକୁଳ

By

Published : May 14, 2022, 3:30 PM IST

Updated : May 14, 2022, 7:53 PM IST

thumbnail

ଭୁବନେଶ୍ବର: ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରହିଛି ରଥଖଳା । ଆଜି(ଶନିବାର) ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥଖଳାରେ ଗୁଜ ଅନୁକୁଳ ହୋଇଛି । ତିନି ରଥର ତୁମ୍ବ ବିନ୍ଧକାର୍ଯ୍ୟ ଏବଂ ତୁମ୍ବରେ ଅର ସଂଯୋଗ ପାଇଁ ଅର କଣ୍ଟା ବିନ୍ଧକାର୍ଯ୍ୟ ଶେଷ ହୋଇଛି । ତିନିରଥର କାର୍ଯ୍ୟ ଆରମ୍ଭ କରିଛନ୍ତି ରୂପକାର ସେବକ । 42 ଟି ଗୁଜ ଓ କୁଡୁକା ଚଉପଟ କରି ରୂପକାର ସେବକଙ୍କୁ ଦିଆଯିବା ପରେ ସେଥିରେ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଥାଏ । ପରେ ଗୁଜ, କୋଣ ଗୁଜ, ଜଳ ଯନ୍ତ୍ର ଆଦି ତିଆରି ହୋଇଥାଏ । ଆଜିଠାରୁ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଥିବା ଯନ୍ତାଗାଡକୁ ଭୋଇ ସେବକମାନେ ଖୋଳି ବାହାର କରିଛନ୍ତି । ସେଠାରେ ତୁମ୍ବରେ ଅର ସଂଯୋଗ ପାଇଁ ଭୋଇ ସେବକମାନେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ କରିଥାନ୍ତି । ତିନିରଥର ତୁମ୍ବ ବିନ୍ଧକାର୍ଯ୍ୟ ଏବଂ ତୁମ୍ବରେ ଅର ସଂଯୋଗ ନିମନ୍ତେ ଅରକଣ୍ଟା ବିନ୍ଧକାର୍ଯ୍ୟ ଶେଷ ହୋଇଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 14, 2022, 7:53 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.