ଜରାଜୀର୍ଣ୍ଣ ଅବସ୍ଥାରେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ - health center office neglected
🎬 Watch Now: Feature Video
ଜଗତସିଂହପୁର: ଘରର ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ଗଲାଣି । କାନ୍ଥ ଫାଟି ଆଁ ଆଉ କରିଥିବା ବେଳେ ପରସ୍ତ ପରସ୍ତ ଶିଉଳି ମାଡି ଯାଇଛି କାନ୍ଥରେ । ସଭା ଓ ପ୍ରଶିକ୍ଷଣ ଗୃହର କବାଟ ଝରକା ନାହିଁ, ଘର ଭିତରେ ଛିନ ଛତର ହୋଇ ପଡି ରହିଛି କାଗଜ ପତ୍ର ସହ ଭଙ୍ଗା ଟେବୁଲ ଚୌକି । କନିଷ୍ଠ କିରାଣୀଙ୍କ ଗୃହ ରହିଛି ହେଲେ ତାଲା ଝୁଲୁଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ । ରକ୍ଷଣାବେକ୍ଷଣ ଅଭାବରୁ ଅଫିସ ଗୃହ, ସଭାଗୃହ, ଷ୍ଟୋର ରୁମ ଆଦି ଘର ଗୁଡିକ ଭୂତକୋଠିରେ ପରିଣତ ହୋଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟର ଚର୍ତୁଃପାର୍ଶ୍ବ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଛାତରୁ ପାଣି ଗଳୁଛି । ଘର ଗୁଡିକ ଅତି ବିପଦଜନକ ସ୍ଥିତିରେ ଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ଏହି ଘର ଗୁଡିକ ଭୁଶୁଡି ପଡିବ ତାହା କିଏ କହିବ । ଯାହାକୁ ନେଇ କର୍ମଚାରୀ ମାନେ ଭୟଭୀତ ଥିବା ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ଏ ଅବସ୍ଥା ନେଇ ଉପରଅଧିକାରୀଙ୍କୁ ଜଣାଥିଲେ ବି ସମସ୍ୟର ସମାଧାନ ହୋଇନାହିଁ । ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ
ଇଟିଭି ଭାରତ, ଜଗତସିଂହପୁର