ମହୁଲ ଖାଇ ନିଶାରେ ଦନ୍ତା ! ଚିକିତ୍ସା ଚଳାଇଛି ବନ ବିଭାଗ - ମହୁଲ ଖାଇ ଅସୁସ୍ଥ ଦନ୍ତା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15521372-thumbnail-3x2-pp.jpg)
ଅନୁଗୋଳ: ମହୁଲ ପୋଚ୍ ଖାଇ ନିଶାରେ ଚୁର୍ ଦନ୍ତାହାତୀ । ହାତୀଟିକୁ ବନ ବିଭାଗ ଜଗିରହିଥିବାବେଳେ ସୁସ୍ଥ କରିବାକୁ ଚିକିତ୍ସା ଚଳାଇଛି । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ ବୁଢାଜୁକୁବୁ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡିଛି । ଗୁରୁବାର ଠାରୁ ତାର ଚିକିତ୍ସା ଚାଲିଛି । ହାତୀ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ସେ ସମ୍ପୂର୍ଣ୍ଣ ଭଲ ଅଛି । ତେଣୁ ମହୁଲପୋଚ୍ ଖାଇ ନିଶା ଶକ୍ତ ଅବସ୍ଥାରେ ପଡିଥିବା ଡାକ୍ତର ଅନୁମାନ କରୁଛନ୍ତି । ବନ ବିଭାଗର ଏକ ଟିମ ତାକୁ ଜଗି ରହିଛନ୍ତି । ନିଶା ଛାଡିବା ପରେ ହାତୀଟି ସେଠାରୁ ଚାଲିଯିବ ବୋଲି ଡାକ୍ତର କହିଛନ୍ତି ।
ଇଟିଭି ଭାରତ, ଅନୁଗୋଳ
Last Updated : Jun 10, 2022, 1:15 PM IST