ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ

By

Published : Nov 17, 2020, 10:09 PM IST

thumbnail

ଭୁବନେଶ୍ବର: ଆସନ୍ତା 20ରୁ ପାଗରେ ହେବ ପରିବର୍ତ୍ତନ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ବୁଧବାର ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ । ଯେହେତୁ କୌଣସି ପାଗରେ ପ୍ରତିକୂଳ ସ୍ଥିତି ନାହିଁ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏହାପରେ 20ରୁ ବର୍ଷାହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.