ଯକ୍ଷ୍ମାରେ ପୀଡିତ ପତ୍ନୀ, ଚିକିତ୍ସା ପାଇଁ ସ୍ବାମୀର ଗୁହାରି

🎬 Watch Now: Feature Video

thumbnail

By

Published : Jun 29, 2020, 6:52 PM IST

ବଲାଙ୍ଗୀର: କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଏହା ପ୍ରକୃତରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହି ଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀରରୁ । ଏକ ଗରିବ ସ୍ଵାମୀ ନିଜ ଯକ୍ଷ୍ମା ରୋଗରେ ପୀଡ଼ିତ ସ୍ତ୍ରୀର କରାଇ ପାରୁନାହାନ୍ତି ଚିକିତ୍ସା । ବଲାଙ୍ଗୀର ପୁଇନ୍ତଳା ବ୍ଲକ୍ ଠେଲକୋମୁଣ୍ଡା ଗ୍ରାମର ନିଧୀ ହରିପାଲଙ୍କ ସ୍ତ୍ରୀ ବନିତା ହରିପାଲଙ୍କୁ ଗତ ବର୍ଷେ ତଳୁ ଯକ୍ଷ୍ମା ରୋଗ ହୋଇଛି । ତେବେ ନିକଟସ୍ଥ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ନେବାର ପରାମର୍ଶ ଦେଇଥିଲେ । ହେଲେ ଏହାକୁ ଦୁଇ ମାସ ବିତି ଯାଇଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ବାହାରକୁ ନେଇ ପାରୁନାହାନ୍ତି । ଦିନ ମଜୁରିଆ ଭାବରେ କାମ କରି ବହୁ କଷ୍ଟରେ ନିଜ ଚାରି ଶିଶୁ ଓ ପରିବାର ଚଳାଉ ଥିବାବେଳେ ନିଜ ସ୍ତ୍ରୀଙ୍କ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ । ସେପଟେ ସବୁଆଡେ ସାହାଯ୍ୟମାଗି ବିଫଳ ହୋଇଥିବା ଏହି ପରିବାର ଗତ ଏକ ବର୍ଷ ହେବ ଏହି ଭଳି ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.