ଓଲଟି ପଡିଲା ଚିପ୍ସ ବୋଝେଇ ଟ୍ରକ, ଚାପି ହୋଇଗଲେ ଯୁବକ - truck accident
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12955070-thumbnail-3x2-p.jpg)
ଯାଜପୁର: ଓଲଟିଲା ଚିପ୍ସ ବୋଝେଇ ଟ୍ରକ, ଟ୍ରକ ତଳେ ଚାପି ହୋଇଗଲେ ଯୁବକ । ଦୀର୍ଘ ସମୟ ଧରି ଚେଷ୍ଟା ପରେ ଶେଷରେ ଉଦ୍ଧାର ହେଲେ ଯୁବକ ଜଣଙ୍କ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ୧୬ ନମ୍ବର ଜାତୀୟ ରାଜପଥରେ । ଜଗନ୍ନାଥ କ୍ଲଥଷ୍ଟୋର ସମ୍ମୁଖରେ ଏକ ଚିପ୍ସ ବୋଝେଇ ହାଇଓ୍ବା ଡ୍ରେନରେ ପଶିଯିବାରୁ ଓଲଟି ପଡିଥିଲା । ଫଳରେ ଜଣେ ଯୁବକ ଟ୍ରକ ତଳେ ଚାପିହୋଇ ଯାଇଥିଲେ । ଧର୍ମଶାଳା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ୨ଟି ହିତାଚି ମେସିନ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଯୁବକ ଜଣକ ଥାନୁଆଳ ଗାଁର ସନ୍ତୋଷ କୁମାର ଓଝା ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।