ଅଧ୍ୟାପକ ଦେଖାଇଲେ ମାନବିକତା, ଦୂର କଲେ କୁକୁରର କଷ୍ଟ - ନଳିନୀ ଦାସ

🎬 Watch Now: Feature Video

thumbnail

By

Published : Dec 6, 2020, 2:12 PM IST

ନବରଙ୍ଗପୁର: ଅଧ୍ୟାପକଙ୍କ ମାନବିକତା l ଖାଦ୍ୟ ଅନ୍ବେଷଣରେ ଯାଇ ମୁହଁରେ ପ୍ଲାଷ୍ଟିକ ଡବା ଲାଗି ଯାଇଥିବା ଏକ ବୁଲା କୁକୁରର ମୁହଁରୁ ପ୍ଲାଷ୍ଟିକ ଡବା ବାହାର କରି ମନୁଷ୍ୟତ୍ବ ଦେଖାଇଲେ ଅଧ୍ୟାପକ ନଳିନୀ ଦାସ l ଭୋକରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ସନ୍ଧାନରେ ବାହାରି ଥିଲା ଏକ ବୁଲା କୁକୁର l ଏକ ପ୍ଲାଷ୍ଟିକ ଡବା ଭିତରେ କିଛି ଖାଇବା ଦେଖି ସେହି ଭିତରକୁ ମୁହଁ ଭରିଦେଇଥିଲା କୁକୁର । ଖାଦ୍ୟ ଖାଇବ କଣ ଓଲଟା ସେହି ଡବା ଭିତରେ କୁକୁରର ମୁହଁ ଫସି ଯାଇଥିଲା l ଆଉ ବାହାରି ନଥିଲା l ଗତ ଦୁଇ ଦିନ ଧରି କୁକୁର ମୁହଁରେ ପ୍ଲାଷ୍ଟିକ ଡବା ଲାଗି କଷ୍ଟ ପାଉଥିଲା l ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଅଧ୍ୟାପକ ନଳିନୀ ଦାସଙ୍କ ନଜରକୁ ଆସିଥିଲା କୁକୁର ଏହି କଷ୍ଟ l ସଙ୍ଗେ ସଙ୍ଗେ ସେ କୌଣସି ଭୟରେ କୁକୁର ମୁହଁରୁ ପ୍ଲାଷ୍ଟିକ ଡବା ବାହାର କରିଥିଲେ l ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.