Merry Christmas: ପୁରୀ ବେଳାଭୂମିରେ ବିଶ୍ବର ସର୍ବ ବୃହତ୍ତ Santa Claus ! ଲାଗିଲା ୫୦୦୦ ଗୋଲାପ - Sudarsan Pattnaik made Santa Claus sand art

🎬 Watch Now: Feature Video

thumbnail

By

Published : Dec 24, 2021, 8:41 PM IST

ପୁରୀ: ଖ୍ରୀଷ୍ଟମାସ ବା ବଡ଼ଦିନ ଅବସରରେ ସାରା ବିଶ୍ୱବାସୀଙ୍କୁ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ଅବସରରେ ଏକ ସୁନ୍ଦର ସାନ୍ତାକ୍ଲଜର ପ୍ରତିକୃତି ତିଆରି କରିଛନ୍ତି । ଯାହାକି ବିଶ୍ୱର ସବୁଠୁ ବଡ଼ ବାଲୁକା ଚିତ୍ରକଳା । 50 ଫୁଟ ଲମ୍ବ ଓ 28 ଫୁଟ ଓସାରର ଏହି ବିଶାଳ ସାନ୍ତାକ୍ଲଜ ପ୍ରତିକୃତିରେ 5 ହଜାର ଗୋଲାପ ଫୁଲ ଲଗାଯାଇଛି । ଏହି ବାଲୁକା ଚିତ୍ରକଳା ନିର୍ମାଣ ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ 8 ଘଣ୍ଟା ସମୟ ଲାଗିଥିଲା । ତେବେ ବିଶ୍ୱବାସୀ କୋଭିଡ ଗାଇଡଲାଇନ ମାନି ଖ୍ରୀଷ୍ଟମାସ ମନାଇବାକୁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.