ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୬ଟି ପ୍ରସ୍ତାବରେ ମୋହର - ରାଜ୍ୟ କ୍ୟାବିନେଟ ବୈଠକ
🎬 Watch Now: Feature Video
ଭୁବନେଶ୍ବର : ଶେଷ ହେଲା ରାଜ୍ୟ କ୍ୟାବିନେଟର ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । 16 ଟି ପ୍ରମୁଖ ପ୍ରସ୍ତାବକୁ କ୍ୟାବିନେଟର ମୋହର ବାଜିଛି । ଶକ୍ତି, କୃଷି ଏବଂ କୃଷକ କଲ୍ୟାଣ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାସନ ତଥା ଜନଅଭିଯୋଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଏବଂ ଖଣି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମିଶନ ଶକ୍ତି ନାମକ ଏକ ନୂତନ ବିଭାଗ ଗଠନ ନେଇ ଥିବା ପ୍ରସ୍ତାବକୁ କ୍ୟାବିନେଟ ମାରିଛି ମୋହର ।