ETV Bharat / state

ଚର୍ଚ୍ଚାରେ ‘2024’ ଅପରାଧ ଦୁନିଆ: ବିଶ୍ବାସରେ ବିଷ ବୁଣିଲା ସମ୍ପର୍କ, ଭରତପୁରକୁ ଜାଣିଲା ଭାରତ - YEAR ENDER 2024

କିଛି ଦିନ ପରେ କ୍ୟାଲେଣ୍ଡର ଫର୍ଦ୍ଦ ହୋଇ ରହିଯିବ 2024 । ଅପରାଧର ଘଟଣାବଳୀ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା ଓଡ଼ିଶା । ପଢନ୍ତୁ ‘2024’ର ଅପରାଧ ଦୁନିଆ ।

YEAR ENDER 2024
YEAR ENDER 2024 (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 6:28 PM IST

ଭୁବନେଶ୍ବର: ଅପରାଧୀଙ୍କ ମାୟାଜାଲ । ସମ୍ପର୍କରେ ଧୋକା । ବିଶ୍ବାସରେ ବିଷ । ହୃଦୟ ଭାଙ୍ଗିଲା 99 ରାଣୀଙ୍କ ରାଜା । ଥାନା-କଚେରୀର ଚକ୍କର କାଟିଲେ ନେତା । ଭାରତ ଜାଣିଲା ଭରତପୁର । ବିଦାୟୀ ବର୍ଷ 2024 ଏପରି କିଛି ଥିଲା ଘଟଣାବହୁଳ । ଅପରାଧ ଦୁନିଆ ପାଇଁ ବେଶ ଚର୍ଚ୍ଚାରେ ରହିଲା ବର୍ଷ 2024 । କେଉଁ କେଉଁ ଘଟଣାକୁ ନେଇ ବେଶ ଚର୍ଚ୍ଚା ସାଉଁଟିଥିଲା 2024 । ଦେଖନ୍ତୁ ଏହି ବିଦାୟୀ 2024ର ସ୍ପେଶାଲ ରିପୋର୍ଟ ।

ବର୍ଷର କିଛି ଚର୍ଚ୍ଚିତ ହତ୍ୟା ଘଟଣା...

ପତ୍ନୀଙ୍କୁ ଆନାସ୍ଥେସିଆ ଦେଇ ହତ୍ୟା:

ଚର୍ଚ୍ଚାରେ ୨୪ର ଅପରାଧ ଦୁନିଆ
ଚର୍ଚ୍ଚାରେ ୨୪ର ଅପରାଧ ଦୁନିଆ (ETV Bharat Odisha)

ରାଜଧାନୀର ଏହି ଘଟଣା ବେଶ ଚର୍ଚ୍ଚା ସାଉଣ୍ଟିଥିଲା। । ପରକୀୟା ପ୍ରୀତି ରାସ୍ତାରେ କଣ୍ଟା ସାଜିଥିଲେ ପତ୍ନୀ । ଆଉ ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର କରିଥିଲା ଫାର୍ମାଷ୍ଟିସ ସ୍ବାମୀ । ସ୍ତ୍ରୀକୁ ହତ୍ୟା ପାଇଁ ଆନାସ୍ଥେସିଆକୁ କରିଥିଲା ଅସ୍ତ୍ର । ଭରତପୁର ଅଞ୍ଚଳର ଏହି ଘଟଣା ବେଶ ଆଲୋଡନ ସୃଷ୍ଟି କରିଥିଲା । ବର୍ଷ ଶେଷ ଆଡ଼କୁ ଅକ୍ଟୋବର ୨୮ ତାରିଖରେ ଆନାସ୍ଥେସିଆ ଭଳି ଇଞ୍ଜେକ୍ସନ ଦେଇ ପତ୍ନୀକୁ ହତ୍ୟା କରିଥିଲା । ଭରତପୁର ଥାନା ଅଞ୍ଚଳରେ ଫାର୍ମାସିଷ୍ଟ ପ୍ରଦ୍ୟୁମ୍ନ କୁମାର‌ଜେନା ତାର‌ ଦୁଇ ବାନ୍ଧବୀ ରୋଜି ପାତ୍ର ଓ ଏଜିତା ଭୂୟାଁ ସହ ମିଶି ନିଜର ପତ୍ନୀ ଶୁଭଶ୍ରୀ ନାୟକଙ୍କୁ ହତ୍ୟା କରିଥିଲା । ତାହା ପୁଣି ଚିକିତ୍ସା ଆଳରେ ଇଞ୍ଜେକ୍ସନ ଦେଇ । ସ୍ତ୍ରୀର ମୃତ୍ୟୁ ପରେ ହସ୍ପିଟାଲ ଆଣି ରୋଗରେ ମୃତ୍ୟୁର ରୂପ ଦେବା ପାଇଁ ବସିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ଏଭଳି ହତ୍ୟାର ପର୍ଦ୍ଦାଫାସ କରିଥିଲା ତିନି ଜଣଙ୍କୁ ଗିରଫ କରିଥିଲା କମିସନରେଟ ପୋଲିସ ।

ସାର୍ଟ ଟ୍ୟାଗ ଧରାଇଲା ଅଭିଯୁକ୍ତ:

ପରକୀୟା ପ୍ରୀତିରୁ ପତ୍ନୀଙ୍କୁ ବୀଭତ୍ସ ହତ୍ୟା । ନଦୀ ପଠାରୁ ମିଳିଥିଲା ମୃତଦେହ । ହେଲେ ସାର୍ଟ ଓ ପ୍ୟାଣ୍ଟରେ ଲାଗିଥିଲା ଟ୍ୟାଗ ଧରାଇ ଦେଇଥିଲା ଅଭିଯୁକ୍ତ । କଟକ କନ୍ଦରପୁର ହତ୍ୟା ଘଟଣା ପୋଲିସ ପାଇଁ ବେଶ ଚ୍ୟାଲେଞ୍ଜିଂ ସୃଷ୍ଚି କରିଥିଲା । ହେଲେ 30 ଘଣ୍ଟାରେ ଧରାପଡିଥିଲେ ଅଭିଯୁକ୍ତ । ଚଳିତ ମାସରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଘଟଣା ଥିଲା କଟକ କନ୍ଦରପୁର ଥାନା ପରମହଂସ ନଦୀ ପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଖୋଳତାଡ ପରେ ଗୁଜୁରାଟରୁ ହତ୍ୟାକାରୀକୁ ଗିରଫ କରିଥିଲା ପୋଲିସ । ଏକ ସାର୍ଟର ଟ୍ୟାଗରୁ ଅଭିଯୁକ୍ତଙ୍କ ସୁରାକ ଖୋଜି ପାଇବାରେ ସଫଳ ହୋଇଥିଲା ପୋଲିସ । ପରକୀୟା ପ୍ରୀତି ପାଇଁ ପତ୍ନୀ ପଦ୍ମାବତି ସାମଲକୁ ହତ୍ୟା ପାଇଁ ସ୍ବାମୀ ବଳରାମ ଦେହୁରି ଓ ଦୁଇ ଭାଇ ଜଗନ୍ନାଥ ଦେହୁରି, ହାପି ଦେହୁରି ହତ୍ୟା କରିଥିଲେ । ହେଲେ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

ଜେଲରୁ ଫେରି ନାବାଳିକାକୁ କଲା ଖଣ୍ଡ ଖଣ୍ଡ:

ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିଲା । ଅଭିଯୋଗ ନଉଠାଇବାରୁ ବେଲରେ ଆସି ଜେଲ ଫେରନ୍ତା ଅଭିଯୁକ୍ତ ନାବାଳିକାକୁ କଲା ଖଣ୍ଡ ଖଣ୍ଡ । ମୃତଦେହକୁ ବିଭିନ୍ନ ସ୍ଥାନରେ ଫୋପାଡି ଦେଇଥିଲା । ଏପରି ଏକ ଚାଞ୍ଚଲ୍ୟ ଘଟଣା ଘଟିଥିଲା ସୁନ୍ଦରଗଡରେ । ଟିଭି ଶୋ’ରୁ ଦେଖି ଅପରାଧ ଘଟାଇଥିଲା ଅଭିଯୁକ୍ତ । ଘଟଣା ଏମିତି ଥିଲା, ଜେଲ ଫେରନ୍ତା ଅଭିଯୁକ୍ତ ତନୁ କିଶାନକୁ ଗତ ୧୨ତାରିଖରେ ଗିରଫ କରିଥିଲା ପୋଲିସ ।ଯେତେବେଳେ ହନୁମାନ ବାଟିକା ପାଖରୁ କଟାମୁଣ୍ଡ ଓ ଶରୀର ଅବଶେଷକୁ ଏକ ଅଖାରେ ବାନ୍ଧି ବ୍ରାହ୍ମଣି ନଦୀରେ ଫୋପାଡି ଥିଲେ ବିଭିନ୍ନ ସ୍ଥାନରେ । ପୂର୍ବରୁ ନାବାଳିକା ଦୁଷ୍କର୍ମ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲା । ପରେ ଜେଲରୁ ଆସି କେସ ଉଠାଇବା ପାଇଁ ନାବାଳିକାକୁ ହତ୍ୟା କରି ଏଭଳି ବିଭିନ୍ନ ଜାଗାରେ ଫୋପାଡି ଥିଲା । ଏହି ଘଟଣା ବେଶ ଚର୍ଚ୍ଚିତ ଥିଲା ।

ପରକୀୟା ପ୍ରୀତି ଗର୍ଭବତୀ ପତ୍ନୀଙ୍କୁ ଗୁଳି:

ପରକୀୟା ପ୍ରୀତିରେ ମସଗୁଲ ସ୍ବାମୀ କେତେ ନିଷ୍ଠୁର ପାଲଟିପାରେ ଏହି ଘଟଣା ଥିଲା ଉଦାହରଣ । ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଲୁଟେରାଙ୍କ ନାଁ ଦେଇ ଖସି ଯିବାକୁ ବସିଥିଲା ଅଭିଯୁକ୍ତ ସ୍ବାମୀ । ହେଲେ ଶେଷରେ ସତ ସବୁ ସାମ୍ନାକୁ ଆସିଥିଲା । ସୁନ୍ଦରଗଡର ଏହି ହତ୍ୟା ଘଟଣା ପୂରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ସରକାରୀ ଚାକିରି କରୁଥିବା ସୁନ୍ଦରଗଡ ଟିକାୟତପାଲିର ଦେବେନ ବେହେରା ଅନ୍ୟ ଯୁବତୀ ପ୍ରେମରେ ପଡି ନିଜ ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ଯାଯାବର ଗୋଷ୍ଠୀର 5 ଜଣଙ୍କୁ ହତ୍ୟା:

ଅକ୍ଟୋବର ୨୯ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ କରମଡିହିର ଗୀତାପଡ଼ାରେ ଯାଯାବର ଗୋଷ୍ଠୀର ୫ଜଣଙ୍କୁ ହତ୍ୟା ସହ ୫ଜଣଙ୍କୁ ଗୁରୁତର ଆହତ ହେବା ଘଟଣା ବେଶ ଚର୍ଚ୍ଚାକୁ ଆସିଥିଲା । କର୍ଣ୍ଣାଟକ ପୋଲିସ ସହାୟତାରେ ଚାରି ଜଣଙ୍କୁ ଗିରଫ କରିଥିଲା ପୋଲିସ । ଯେଉଁ ମାନେ କି ଓ୍ବାର୍ଧା ଅଞ୍ଚଳର ଯାଯାବର ଗୋଷ୍ଠୀର ଥିଲେ ।

ଅନ୍ଧବିଶ୍ବାସର କରୁଣ ପରିଣତି, ମୁଣ୍ଡରୁ ବାହାରିଲା ପୁଳା ପୁଳା ଛୁଞ୍ଚି:

ଅନ୍ଧବିଶ୍ବାସର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଦେଖାଇଲା 2024 । ବଲାଙ୍ଗୀର ଜଣେ ଯୁବତୀଙ୍କ ମୁଣ୍ଡରୁ ବାହାରିଥିଲା 70 ଛୁଞ୍ଚି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଲାଙ୍ଗୀର ଅଞ୍ଚଳର ଜଣେ ଯୁବତୀ ଅସ୍ବାଭାବିକ ଆଚରଣ କରୁଥିବାରୁ ତାନ୍ତ୍ରିକ ପାଖକୁ ନେଇଥିଲେ ପରିବାର । ଚିକିତ୍ସା ନାଁରେ ନାବାଳିକା ମୁଣ୍ଡରେ ପୁଳା ପୁଳା ଛୁଞ୍ଚି ଫୋଡିଦେଇଥିଲା ଗୁଣିଆ । ବୁର୍ଲା ଭୀମସାରରେ ଅପରେସନ ପାଇଁ ଛୁଞ୍ଚି ଗୁଡିକୁ ବାହାର କରାଯାଇଥିଲା ।

ପୁଅ-ବୋହୂଙ୍କୁ ଜାଳିଦେଲା ବାପା:

ଟଙ୍କା ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ । ସାମାନ୍ୟ ଟଙ୍କାକୁ ନେଇ ପୁଅ-ବୋହୂଙ୍କୁ ଜାଳି ଦେଲା ବାପା । ଗତ ନଭେମ୍ବରରେ କଟକର ବାରଙ୍ଗ ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ଟଙ୍କା ନେଇ ବାପା-ପୁଅଙ୍କ ମଧ୍ୟରେ ହୋଇଥିଲା ତିକ୍ତତା । ଯାହାକୁ ନେଇ ପୁଅ-ବୋହୂ ଖାଉଥିବା ସମୟରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ଚିକିତ୍ସାଧିନ ଅବସ୍ଥାରେ ପୁଅ-ବୋହୂ ପ୍ରାଣ ହରାଇଥିଲେ । ବେସାହାରା ହୋଇଗଲା ତାଙ୍କ 6 ବର୍ଷର ପୁଅ । ଏହି ଦୁଃଖଦ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ମାଓ ଅପରେସନ, ଟଳିଲେ ଟପ ମାଓନେତା

ଟପ ମାଓନେତା ଦସ୍ରୁକୁ ଏନକାଉଣ୍ଟର:

ମାଓବାଦୀ ବର୍ଷ ୨୪ରେ ଭାଙ୍ଗିଥିଲା ମାଓ ଗଡ଼ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ଟଳିଥିଲେ ଟପ ମାଓନେତା । ଫେବୃଆରୀ ୩ରେ KKBN ଡିଭିଜନର ଡିଷ୍ଟ୍ରିଟ କମାଣ୍ଡର ଦସ୍ରୁକୁ ଏନକାଉଣ୍ଟର କରିଥିଲା ପୋଲିସ । କନ୍ଧମାଳ ଜଙ୍ଗଲରେ କାକେରକୁପା ଜଙ୍ଗଲରେ ସୁଦ୍ରା ଗ୍ରାମପଞ୍ଚାୟତରେ ଏନକାଉଣ୍ଟର କରିଥିଲା ପୋଲିସ । ଯାହାକି ଓଡ଼ିଶା ପୋଲିସ ପାଇଁ ଥିଲା ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ ।

ନବରଙ୍ଗପୁରରେ ଟପ ମାଓବାଦୀ ନିହତ:

ମେ’ ୯ରେ ନବରଙ୍ଗପୁରରେ ମାଓ ଅପରେସନ ବେଳେ ଗରିଆବନ୍ଧର ଜଣେ ଟପ୍ ମାଓବାଦୀ ନିହତ ହୋଇଥିଲା । ରାଇଘର ହାଣି ଗାଁ ଜଙ୍ଗଲରେ ପୋଲିସ ମାଓବାଦି ଗୁଳି ବିନିମୟ ବେଳେ ଗରିଆ ବନ୍ଧ ଓ ମୈନପୁରୀ ଡିଭିଜନ ଥିବା ଟପ୍ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲା ।

ଏହା ମଧ୍ୟ ପଢନ୍ତୁ:

କନ୍ଦାଇଲା ‘2024’, ଭାରତ ହରାଇଲା ମିଡିଆ ଆଇକନ-ଶିଳ୍ପ ରତ୍ନ

୨୦୨୪ରେ ଦେଖିଛି ନାରୀଶକ୍ତିର ଝଲକ, ସଫଳତା ପାଇଁ ଶିରୋନାମାରେ ମହିଳା

ବିବାଦରେ IPS ଅଫିସର

ବର୍ଷ ୨୪ରେ ବିବାଦରେ ଆସିଥିଲେ ଆଇପିଏସ ଅଫିସର । ନିର୍ବାଚନ ସମୟରେ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ ପାଇଁ ମହଙ୍ଗା ପଡ଼ିଥିଲା ତିନି ଜଣ ଆଇପିଏସ ଅଫିସରଙ୍କୁ । ୨୦୦୪ ବ୍ୟାଚ ଆଇପିଏସ ଆଶିଷ ସିଂଙ୍କ ସହ ୧୯୯୭ ବ୍ୟାଚ ଆଇପିଏସ ଡିଏସ କୁଟ୍ଟେ ବିବାଦ ଘେରରୁ ଆସିଥିଲେ । ଏନେଇ ଡିଏସ କୁଟ୍ଟେଙ୍କୁ ନିଲମ୍ବନ କରିବା ସହ ଆଶିଷ ସିଂକୁ ମିଛ ପ୍ରମାଣରେ ଛୁଟି ନେଇଥିବା ନେଇ ତୁରନ୍ତ କର୍ମରେ ଯୋଗଦେବା ପାଇଁ କୁହାଯାଇଥିଲା । ପରେ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ବ ଦିଆଯାଇଥିଲା‌ । ସେହିପରି ଓଡ଼ିଶା କ୍ୟାଡ଼ର କେନ୍ଦ୍ରିକ ଡେପୁଟେସନରେ କେନ୍ଦ୍ରୀୟ ଆବାସିକ କମିଶନର ଥିବା ୧୯୯୮ବ୍ୟାଚ ଆଇପିଏସ ରବିକାନ୍ତଙ୍କୁ ନିର୍ବାଚନ ସମୟରେ ମଧ୍ୟ ଓଏସଡି ଦାୟିତ୍ବ ଦିଆଯାଇଥିଲା ।

ବିବାହିତା ମହିଳାଙ୍କ ଘରେ ପଶି ବିବାଦକୁ ଆସିଥିଲେ IPS:
୨୦୦୪ ବ୍ୟାଚ ଆଇପିଏସ ରାଜେଶ ଉତ୍ତମରାଓ ପଣ୍ଡିତ ଯେ କି ଡିଆଇଜି ହୋମଗାର୍ଡ ଭାବେ କାମ କରୁଥିଲେ । ଜୁଲାଇ ୨୭ରେ ଜଣେ ବିବାହିତ ମହିଳା ଇନସ୍ପେକ୍ଟରଙ୍କ ଘରେ ପଶିବା ପଡ଼ିଥିଲା ମହଙ୍ଗା । ଅଲ୍ ଇଣ୍ଡିଆ ସର୍ଭିସ ରସୁଲ ୧୯୬୯ର ଉଲ୍ଲଙ୍ଘନ ନେଇ ମହଙ୍ଗା ପଡ଼ିଥିଲା ।

ଚର୍ଚ୍ଚାରେ ଦାମୀ କାର...

ଚର୍ଚ୍ଚା ବଢାଇଥିଲା ଦାମୀ କାର । ଫେବୃଆରୀରେ ଧରାପଡିଥିଲା ଆନ୍ତଃରାଜ୍ୟ କାର ଚୋରି ରାକେଟ୍ । କାର ରିମୋର୍ଟକୁ ହ୍ୟାକ ଚୋରି କରୁଥିଲେ ଦାମୀ କାର । ସନ୍ଦେହ ନ ହେବା ପାଇଁ ଫାମିଲ ଟ୍ରାଭେଲ ଆଳରେ ବୁଲୁଥିଲେ । ୫୦ ଲକ୍ଷର ଫର୍ଚୁନରକୁ ୧୫ ଲକ୍ଷରେ ବିକ୍ରି ଯୋଜନା ବେଳେ ଧରିଥିଲା ପୋଲିସ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୫ଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ମାଷ୍ଟରମାଇଣ୍ଡ ଜଣକ ବିବିଏ ପଢିଥିଲା ।

ବିଜେଡି ନେତାଙ୍କ ଘରୁ ଦାମୀ କାର ସିଜ୍‌:

ସେହିପରି ଫେବୃଆରୀ 16ରେ ବିଜେଡି MLAଙ୍କ ଘରୁ ଦାମୀ କାର୍ ସିଜ ହୋଇଥିଲା । ED ହାତରେ ଲାଗିଥିଲା ଏକ ଦାମି କାର‌ ଯାହାକୁ ବିଧାୟକ ପ୍ରଫୁଲ ସାମଲଙ୍କ ପୁଅର ପଳାଶପଲ୍ଲୀ ସ୍ଥିତ ଘରୁ ସିଜ କରାଯାଇଥିଲା ।

ଫଳଦୋକାନୀକୁ ଧକ୍କା ଦେଲା ଫର୍ଚୁନର:

  • ସେହିପରି ଫେବୃଆରୀ ୧୮ରେ ଫଳ ଦୋକାନୀକୁ ଧକ୍କା ଦେଇଥିଲା ଫର୍ଚୁନର । ଭୁବନେଶ୍ୱର BMC ଅଫିସ ଆଗରେ ଭୟଙ୍କର ଦୁର୍ଘଟଣା ଘଟାଇ ଫଳ ଦୋକାନୀ ରାଜେନ୍ଦ୍ର ପ୍ରଧାନ ଜୀବନ ନେଇଥିଲା ।
  • ସେହିପରି ମାର୍ଚ୍ଚ 30ରେ ଚଳନ୍ତା କାର ଧକ୍କାରେ ଚା’ ଦୋକାନୀ ମୃତ୍ୟୁ । ସହୀଦ ନଗର ଥାନା ପଣ୍ଡା ପାର୍କ କଡ଼ରେ ଘଟିଥିଲା ଘଟଣା । ମର୍ସଡିଜ କାରକୁ ନେଇ ସେତେବେଳେ ହୋଇଥିଲା ଚର୍ଚ୍ଚା ।
  • ସେହିପରି ନିର୍ବାଚନ ସମୟରେ ଡ୍ରଙ୍କନ ଡ୍ରାଇଭ୍ ବେଳେ ଚର୍ଚ୍ଚାକୁ ଆସିଥିଲା ଅନେକ ଦାମୀ କାର । ଯେଉଁମାନଙ୍କ ନାଁରେ ଚାଲାଣ ସହ ଡ଼୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ । ଯାହାର ଚର୍ଚ୍ଚାରେ ମଧ୍ୟ ମଦୁଆ ଚେକିଂ ଧରାପଡିଲା କଟକ ଏଡିଏମଙ୍କ ଗାଡି । ଡ୍ରଙ୍କନ ଆଣ୍ଡ ଡ୍ରାଇଭ୍ ଚେକ୍ନାଇଟ ବ୍ଲକି ଚେକି ବେଳେ ଧରପଡି ଚର୍ଚ୍ଚାକୁ ଆସିଥିଲା ।
ଥାନା-କଚେରୀ ଚକ୍କର କାଟିଲେ ନେତା

ଫେବୃଆରୀ ୨୩ ତାରିଖ ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣାରେ ଭୁବନେଶ୍ୱର କୋର୍ଟରେ MLA ରମେଶ ଜେନା ହାଜର ହୋଇଥିଲେ । ସ୍ବତନ୍ତ୍ର ଏମପି ଏମଏଲ ଏ କୋର୍ଟରେ ଗୁଳିକାଣ୍ଡ ଘଟଣାର ଶୁଣାଣି ପାଇଁ ହାଜର ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ରମେଶ ଜେନା ସହ ତାଙ୍କର କିଛି ସହଯୋଗୀ ।

ଇଡିରେ ହାଜର ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ:

ବରପଦା ଇଞ୍ଜିୟରିଂ ଦୁର୍ନୀତି ମାମଲାରେ EDରେ ହାଜର ହୋଇଥିଲେ ବିଜେଡ଼ି ବରିଷ୍ଠ ନେତା ପ୍ରଫୁଲ ସାମଲ । ଇଡ ସମନ ଆଧାରରେ ହାଜର ହୋଇ ପକ୍ଷ ରଖିଥିଲେ । ପୁଅ ଓ ବାପାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କୋର୍ଟରେ ଆତ୍ମସମର୍ପଣ କଲେ ଜୟନାରାୟଣ:

ଜୟ ନାରାୟଣ ମିଶ୍ର
ଜୟ ନାରାୟଣ ମିଶ୍ର (ETV Bharat Odisha)

ସେହିପରି ସେପ୍ଟେମ୍ବର ୨ରେ ଦିଲେଶ୍ବର ହତ୍ୟା ଘଟଣାରେ ଚାର୍ଜ ପ୍ରେମ୍ ପାଇଁ କୋର୍ଟରେ ଆତ୍ମସମର୍ପଣ କରିଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତାଙ୍କ ନାଁରେ ଜାରି କରାଯାଇଥିବା ଗିରଫ ବିହିନ ପରୱାନା ଆଧାରରେ ସେ କୋର୍ଟରେ ହାଜର ହୋଇଥିଲେ । ପରେ ତାଙ୍କୁ ଜାମିନ ମିଳିଥିଲା ।

ବ୍ରହ୍ମପୁର ସାଂସଦଙ୍କୁ ଆଶ୍ବସ୍ତି:

ପ୍ରଦୀପ ପାଣିଗ୍ରାହୀ
ପ୍ରଦୀପ ପାଣିଗ୍ରାହୀ (ETV Bharat Odisha)

ସେହିପରି ଡିସେମ୍ବର 10ରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହି କୋର୍ଟରୁ ମିଳିଥିଲା ଆଶ୍ୱସ୍ତି । ନିଜ ନାଁରେ ଥିବା ଅପରାଧିକ କେସରୁ ମୁକ୍ତି ପାଇଛନ୍ତି ସେ । ଦୁଇ ଅଭିଯୋଗକାରି ନିଜ କୋର୍ଟରେ ତାଙ୍କୁ ପଇସା ଦେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ କେସ କରିବା ପାଇଁ ବାଧ୍ୟ କରାଯାଇଥିବା କୋର୍ଟରେ ଜଣାଇଛନ୍ତି । ଏନେଇ ଦୁଇଟି ଗୋଳନ୍ଥରା ଥାନା କେସରେ ମୁକ୍ତି ମିଳିଛି । ଟାଟାରେ ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗ ରହିଥିଲା ପ୍ରଦିପ ପାଣିଗ୍ରାହୀଙ୍କ ନାଁରେ ।

ଏହା ମଧ୍ୟ ପଢନ୍ତୁ:

YearEnder: ଅପବାଦ ମୁଣ୍ଡାଇଲା ‘2024’, ଭାବାବେଗ ସହ ଖେଳିଲା ଲଡୁ

୨୦୨୪ର ଚର୍ଚ୍ଚିତ ଚେହେରା: କିଏ ସୁନାମ ପାଇଁ ଶୀର୍ଷରେ ତ ଆଉ କିଏ ବିବାଦ ପାଇଁ ବଦନାମ ...

2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ

ଭାରତରେ ଚର୍ଚ୍ଚିତ ହେଲା ଭରତପୁର:

ଭରତପୁର ଥାନା
ଭରତପୁର ଥାନା (ETV Bharat Odisha)

ସେପ୍ଟେମ୍ବର ୧୫ରେ ଭୁବନେଶ୍ବରରେ ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଦେବା ଘଟଣା ରାଜ୍ୟ ଡେଇଁ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭରତପୁର ଥାନାରେ ଆର୍ମି ଅଫିସରଙ୍କୁ ନିର୍ଯାତନା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏନେଇ ରାସ୍ତାକୁ ଓହ୍ଲାଇବ ଆସିଥିଲେ ଆର୍ମି ଅଫିସର । ଆର୍ମି ଅଫିସର ଓ ପୋଲିସ ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ସହ କାର୍ଯ୍ୟରେ ଅବହେଳା ପାଇଁ ପାଞ୍ଚ ଜଣ ପୋଲିସଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି ।

ସଂସାର ଉଜାଡି ଦେଲା ହସ୍ପିଟାଲ ବ୍ଲାଷ୍ଟ:

ସେହିପରି ବର୍ଷ ଆରମ୍ଭରୁ ଏକ ଘରୋଇ ହସ୍ପିଟାଲରେ ଏସି କମ୍ପ୍ରେସର ବ୍ଲାଷ୍ଟ ଘଟଣା ଯୋଗୁଁ ଛାରଖାର ହୋଇଗଲା ଗୋଟିଏ ପରିବାର । ସ୍ବାମୀଙ୍କ ଦେହାନ୍ତ ଭାବି ସହିନପାରି ପତ୍ନୀ ହାରିଦେଲେ ଜୀବନ । ଏକ ହସ୍ପିଟାଲ ବ୍ଲାଷ୍ଟ ଘଟଣାରେ ପ୍ରାଣ ହରାଇଥିବା ଦିଲ୍ଲୀପ ସାମନ୍ତରାୟ ପତ୍ନୀ ସୋମ୍ୟାଶ୍ରୀ ଜେନାଙ୍କ ମୃତ୍ୟୁ ପରେ କହିଥିଲେ ସେ ଜୀବିତ ବୋଲି । ହେଲେ ହସ୍ପିଟାଲରେ ଚିକିତ୍ସା ସମୟରେ ନିଜ ପରିଚୟ ପାଇବା ସତ୍ତ୍ବେ ମଧ୍ୟ ପରେ ହୋଇଥିଲା ଦେହାନ୍ତ । ଫଳରେ ଏକ ଦୁର୍ଘଟଣା ପାଇଁ ଏକ ପରିବାର ଛାରଖାର ହେବା ଚର୍ଚ୍ଚାର ବିଷୟ ହୋଇଥିଲା ।

ପୋଲିସ ଫାସରେ ପଡିଲା 99 ରାଣୀର ରାଜା:

99 ରାଣୀଙ୍କ ରାଜା
99 ରାଣୀଙ୍କ ରାଜା (ETV Bharat Odisha)

ସାଇବର ଠକେଇ, ମାଟ୍ରିମୋନିଆଲ ଠକେଇ ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । ପ୍ରାୟତଃ ମାଟ୍ରିମୋନିରେ ଠକେଇ ଘଟଣା ସାମ୍ନାକୁ ଆସେ । ହେଲେ ଆମେ ଯେଉଁ ଘଟଣା ବିଷୟରେ କହୁଛୁ ଏହା ବେଶ ଚର୍ଚ୍ଚା ସାଉଁଟିଥିଲା । ଠକ ହେଉଛି ନୃସିଂହ ସାହୁ ସଦର ଥାନା ପୁରୀ ଜିଲ୍ଲା ଅଞ୍ଚଳର । ଯିଏକି ବିବାହିତ ହୋଇ ବି ଓଡିଆ ମାଟ୍ରିମୋନିଆଲ ସାଇଟରେ ଆଇଡି ଖୋଲିଥିଲା । କିଛି ସୁନ୍ଦରି ଝିଅଙ୍କୁ ବିବାହ ଓ ବିଧବା ଓ ଏକୁଟିଆ ମହିଳାଙ୍କୁ ବିବାହ ପାଇ ପ୍ରସ୍ତାବ ଦେଇ ଫସାଉଥିଲା । ଯାହାକୁ ଗିରଫ ପରେ ଜଣା ପଡିଥିଲା 99ଜଣଙ୍କ ସହ ସମ୍ପର୍କରେ ରହି ଠକାମିର ଲମ୍ବା ତାଲିକା ବଢିଥିଲା ।

ସକ୍ରିୟ CBI

ଚଳିତ ବର୍ଷ ବେଶ ସକ୍ରିୟ ହୋଇଥିଲା ସିବିଆଇ । ଫେବୃଆରୀ ୫ରେ ଓଡିଶା ମହିଳା ୟୁଟ୍ୟୁବରଙ୍କ ନାଁରେ CBI ଚାର୍ଜସିଟ୍ ଦାଖଲ କରିଥିଲା । PMOର ନକଲି ଦସ୍ତାବିଜ ଉପସ୍ଥାପନ ଅଭିଯୋଗରେ ଦୀପ୍ତି ରାଣି ପିନିତ୍ତ ନାମକ ମହିଳାଙ୍କ ନାରେ ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । 2018 ମସିହାରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । ୟୁଟ୍ୟୁବର ଦୀପ୍ତିରାଣୀ ପିନିତ୍ତ ଯେଉଁ ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ବିଭାଗର ସମ୍ପର୍କିତ ବୋଲି ଉପସ୍ଥାପନା କରିଥିଲେ ।

ପୋଷ୍ଟାଲ ଚାକିରି ନେଇ ଚଢାଉ:

ଜାଲ ମାଟ୍ରିକ ସାର୍ଟିଫିକେଟରେ ପୋଷ୍ଟାଲ ଚାକିରି ନେଇ ରାଜ୍ୟରେ ସିବିଆଇର ବଡ଼ ଧରଣ ଚଢାଉ କରିଥିଲା ସିବିଆଇ । ୬୭ଟି ସ୍ଥାନରେ ବଡ଼ ରେଡ ୨୦୪ଟି ଅଫିସର ବିଭିନ୍ନ ସ୍ଥାନରେ ରେଡ ହୋଇଥିଲା । ୧୨୨ଜଣ ସିବିଆଇ ଅଫିସର ସହ ମାଟ୍ରିକ ବୋର୍ଡ ଓ ଅନ୍ୟ ବିଭାଗକୁ ମିଶାଇ ୮୨ ଜଣ ଅଫିସର ମିଶି ବିଭିନ୍ନ ସ୍ଥାନରେ ରେଡ କରିଥିଲେ ।

ଲାଞ୍ଚ କାରବାର ନାଁରେ ଚଢାଉ:

ନୟାପଲ୍ଲୀରେ ଏକ ତାରକା ହୋଟେଲ ସାମ୍ନାରେ ଲାଞ୍ଚ କାରବାର ଘଟଣାରେ ଏଣ୍ଟ୍ରି ମାରିଥିଲା ସିବିଆଇ । ଯାହାକି ଏକ ବଡଧରଣର ଚଢାଉ ଥିଲା । ରାଜଧାନୀ ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଯେଉଁଥିରେ ଆଇଏଏସ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା । ସିବିଆଇ ପକ୍ଷରୁ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସମନ ପଠାଇବା ସହ ତାଙ୍କର ଡ଼୍ରାଇଭରଙ୍କୁ ମଧ୍ୟ ଜେରା କରିଥିଲା । ଟେଣ୍ଡର ଫିକ୍ସ ନେଇ ଏଭଳି ଲାଞ୍ଚ କାରବାର ହେଉଥିବା ଚର୍ଚ୍ଚା ହୋଇଥିଲା ।

ଚର୍ଚ୍ଚାରେ ରହିଲା ନ୍ୟାୟ

ତ୍ବରିତ ବିଚାର ପ୍ରକ୍ରିୟାର ବିରଳ ଉଦାହରଣ ଦେଖିବାକୁ ମିଳିଥିଲା । କେସର ୪ ଦିନରେ ଚାର୍ଜସିଟ ସହ ୭ଦିନରେ ଶୁଣାଣି ହୋଇଥିଲା । ଏଭଳି ଦୃଷ୍ଟାନ୍ତ ମୂଳକ ଘଟଣା ଘଟିଥିଲା ବିଦେଶିନୀଙ୍କୁ ଲିଙ୍ଗରାଜ ମନ୍ଦିରର ପାଖରେ ଅସଦାଚରଣ ଘଟଣାରେ । ଏନେଇ ଏହି କେସର ପ୍ରଥମ ଦିନରେ ଶୁଣାଣି ବେଳେ କୋର୍ଟରେ ହାଜର ହୋଇଥିଲେ ପୀଡିତା ବିଦେଶିନୀ ସହ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ୧ ହୋଇଥିଲା ତ୍ବରିତ ଶୁଣାଣି ପ୍ରକ୍ରିୟା । ତେବେ ୨୭ଦିନ ମଧ୍ୟରେ ସଜ୍ଜା ଶୁଣାଇଥିଲେ କୋର୍ଟ ।

5 ଜଣଙ୍କୁ ଆଜୀବନ କାରାଦଣ୍ଡ:

ସେହିପରି ଚର୍ଚ୍ଚାରେ ଲୁଟ ଓ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ । ମାର୍ଚ୍ଚ 27 ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ୫ଜଣଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଲେ ୨ୟ ଅତିରିକ୍ତ ଜିଲ୍ଲା ଦୋରାଜଜ କୋର୍ଟ । ହତ୍ୟାକାରୀ ଚାକରାଣୀ ସହ ୫ ଜଣ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ । ଲୁଟ ଓ ଡ଼କାୟତି ପାଇଁ ହୋଇଥିଲା ଯୋଜନବଦ୍ଧ ହତ୍ୟାକାଣ୍ଡ ‌। ୧୫ ନଭେମ୍ବର ୨୦୧୫ ମସିହାରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର କ୍ବାଟର ନମ୍ବର VIM 608ରେ ଅତି ବୀଭତ୍ସ ଭାବେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ କୁମାର ମିଶ୍ରଙ୍କୁ ତଣ୍ଟିଚିପି ଓ ପତ୍ନୀ ସୁଷମାରାଣୀ ମିଶ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ପରେ ହତ୍ଯାକାରୀ ଡାକ୍ତରଙ୍କ ଘରୁ ସୁନା ଗହଣା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିଲେ ।

ସ୍ବାମୀକୁ ଫାଶୀ ଦଣ୍ଡ:

ଅଗଷ୍ଟ 1ରେ ପତ୍ନୀଙ୍କୁ ୩୩ର ଛୁରି ଭୁସି ହତ୍ୟା ଘଟଣାରେ ପତ୍ନୀହନ୍ତା ସ୍ବାମୀକୁ ଫାଶୀ ଦଣ୍ଡରେ ଦଣ୍ତିତ କରିଥିଲେ କୋର୍ଟ । ଭରତପୁର ଥାନା ଘାଟିକିଆ ସରସ୍ବତୀ ଦାସ ହତ୍ୟା ମାମଲାରେ ଖୋର୍ଦ୍ଧା ୨ୟ ଅତିରିକ୍ତ ଜିଲ୍ଲା ଦୋରାଜଜ କୋର୍ଟ ଜଜ୍ ବନ୍ଦନା କର ଏଭଳି ରାୟ ପ୍ରକାଶ କରିଛନ୍ତି । ଗତ ୯ ଜୁନ ୨୦୨୨ରେ ପତ୍ନୀ ସରସ୍ବତୀ ଦାସକୁ ଅତି ନିର୍ମମ ଭାବେ ନିଜ ଝିଅ ବା ଦୁଇ ଛୁଆ ସାମ୍ନାରେ ୩୩ ଥର‌ ଛୁରି ଭୁସି ହତ୍ୟା କରିଥିଲା ସ୍ବାମୀ ।

ଏହା ମଧ୍ୟ ପଢନ୍ତୁ:

2024 କ୍ରୀଡ଼ାରେ ଚମକିଲା ଭାରତ: T20 ବିଶ୍ବକପ ଟାଇଟଲ, ଅଲିମ୍ପିକ୍ସ ହକି ବ୍ରୋଞ୍ଜ, ଗ୍ରାଣ୍ଡମାଷ୍ଟର ଗୁଗେସଙ୍କ ରେକର୍ଡ

2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ

ଚାଲାଣ ବେଳେ ଧରାପଡିଲା ସୁନା

ଧରାପଡ଼ିଲା ସୁନା ଚାଲାଣ:

ଗତ ମାର୍ଚ୍ଚ 30ରେ କାରରେ ସୁନା ଚୋରା ଚାଲାଣ ବେଳେ ଧରିଥିଲା DRI । ସାଢେ ୬ କୋଟି ଟଙ୍କାର ସୁନା ବିସ୍କୁଟ, ସୁନା ତସ୍କରିର ଗଳା ବାଟର ପର୍ଦ୍ଦାଫାସ କରିଥିଲା ଡିଆରଆଇ । କଟକ ମଙ୍ଗୁଳି ଟୋଲ ପ୍ଲାଜାରୁ ଏକ କାର ଜବତ କରିବା ସହ ୬୫ଟି ସୁନା ବିସ୍କୁଟ ଓ ଦୁଇ ଜଣଙ୍କୁ ଗିରଫ କରିଥିଲା ଡିଆରଆଇ ଟିମ୍ ।

ଏୟାର ପୋର୍ଟରୁ ମିଳିଲା ସୁନା:

ଅଗଷ୍ଟ 27ରେ ଏୟାରପୋର୍ଟରୁ ପୁଳା ପୁଳା ଗହଣା ଠାବ କରିଥିଲା ସିଟି ଜିଏସଟି ବିଭାଗ । ଭୁବନେଶ୍ବର ବିମାନ ବନ୍ଦର ଦେଇ ଚାଲାଣ ବେଳେ ୫୦ କେଜି ସୁନା ସହ ୨୦୦ କେଜି ରୁପା ଜବତ କରିଥିଲା CT GST ଏନଫୋର୍ସମେଣ୍ଟ ଟିମ । ଏସବୁ ଅଳଙ୍କାର ନାମି ଦାମୀ ଗହଣା ଦୋକାନୀ ଗଳା ବାଟଦେଇ ଚାଲାଣ କରୁଥିବା ତଦନ୍ତ ବେଳେ ଜଣାପଡିଥିଲା ।

ଚର୍ଚ୍ଚାରେ NCERT ନକଲି ବହି
ଭୁବନେଶ୍ୱରରେ‌ ବିଭିନ୍ନ ସ୍ଥାନରେ‌ ନକଲି NCERT ବହି ନେଇ ରେଡ ହୋଇଥିଲା ହୋଇଥିଲା । ଗୌହାଟି ପରେ ଭୁବନେଶ୍ୱର ଗୋଦାମ ଠାବ ହୋଇଥିଲା । ବଡଗଡ ଥାନା ରବି ଟକିଜ ଛକ ପାଖରୁ ଏକ ଗୋଦାମରୁ ଜବତ ହୋଇଥିଲା ନକଲି NCERTର ପୁଳା ପୁଳା ବହି । ଏନେଇ କମିସନରେଟ ପୋଲିସ ପକ୍ଷରୁ ରେଡ କରାଯାଇଥିଲା ।

ଓଡ଼ିଶାରେ ସିମବକ୍ସ ରାକେଟ ଠାବ:
ବାଂଲାଦେଶରେ ରହି ଓଡିଶାରେ ଚାଲିଥିଲା ସିମବକ୍ସ ରାକେଟ । ପ୍ରଥମେ ଭୁବନେଶ୍ବର ପରେ କଟକରୁ ଠାବ ହୋଇଥିଲା ସିମ ବକ୍ସ । ପଶ୍ଚିମବଙ୍ଗ ଯୁବକ ସହାୟତାରେ ଭୁବନେଶ୍ବରରେ ଅପରେଟ ହେଉଥିଲା ସିମ ବକ୍ସ । ଏହି ଘଟଣାର ଖୋଳତାଡ କରିଥିଲା କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ:

ବିଶ୍ବ ସ୍ପେଶ୍‌ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍‌ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ

ଆକାଶରେ ଦ୍ବିତୀୟ ଜହ୍ନଠୁ କାଠ ସାଟେଲାଇଟ ଲଞ୍ଚ୍‌ ପର୍ଯ୍ୟନ୍ତ; ବିଦାୟୀ ବର୍ଷ ଫର୍ଦ୍ଦରେ ମହାକାଶ ବିଜ୍ଞାନ

କମ ବଜେଟ୍ ବଡ଼ ଧମାକା, ଲୋକପ୍ରିୟତା ସହ ଛାପିଲା ମୋଟା ନୋଟ୍

ବାଜିଲା ସାହାନାଇ, 2024ରେ ପାଇଲେ ଜୀବନସାଥୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.