ETV Bharat / state

ବଦଳୁଛି ପାଗ, ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ଆଲର୍ଟ - ODISHA WEATHER

ଦୁର୍ବଳ ହୋଇଛି ଲଘୁଚାପ । କାଲି ପାଗ ମୁଖ୍ୟତଃ ଶୁଖିଲା ରହିବ । ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ।

Weather Update
Weather Update (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 6:40 PM IST

ଭୁବନେଶ୍ବର: ଦୁର୍ବଳ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ସକ୍ରିୟ ଥିବା ସଦୃଶ ଲଘୁଚାପ । ଫଳରେ ଧୀରେ ଧୀରେ ବଦଳୁଛି ପାଗ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କାଁଭାଁ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

କାଲିଠୁ ଶୁଖିଲା ପାଗ:

Weather Update (ETV Bharat Odisha)

ଓ୍ବେଲମାର୍କ ଲୋପ୍ରେସର(ସଦୃଶ ଲଘୁଚାପ) ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିଲା । ଧୀରେ ଧୀରେ ପାଗ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କାଁଭାଁ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ଆଜିଠୁ ବଢିବ ଶୀତ, ଘନ କୁହୁଡି ଆଲର୍ଟ:

Weather Update
Weather Update (IMD)

ସେପଟେ ଆଜିଠାରୁ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡିର ସର୍ତକତା ଦେଇଛି ବିଭାଗ । ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର କନ୍ଧମାଳ, କଳାହାଣ୍ଡି ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବା ସହ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ସମ୍ବଲପୁରରେ ଘନ କୁହୁଡ଼ି ନେଇ ସତର୍କ କରାଇବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହାସହ ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏଁ କୌଣସି ପରିବର୍ତ୍ତନ ନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଏହା ବି ପଢନ୍ତୁ...ଆଜି ପ୍ରବଳ ବର୍ଷା ସହ ହେବ ହାଡ ଭଙ୍ଗା ଶୀତ, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ବି ପଢନ୍ତୁ...ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲା ବର୍ଷା, ପାଣିରେ ଭିଜୁଛି ବର୍ଷକର ଫସଲ - CROP DAMAGE

ଏହା ମଧ୍ୟ ପଢନ୍ତୁ-ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା - RAIN DAMAGE PADDY CROP

ନର୍ଲାରେ ସର୍ବାଧିକ ବର୍ଷା:

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ କଳାହାଣ୍ଡିର ନର୍ଲାରେ ସର୍ବାଧିକ ବର୍ଷା ୮୪.୦୦ ମିଲିମିଟର ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଜଗତସିଂହପୁରରେ ୧୪.୦୦ ଡିଗ୍ରୀ ଓ ପାହାଡିଆ ଅଞ୍ଚଳ କୋରାପୁଟରେ ୧୨.୪ ଡିଗ୍ରୀ ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ...ଓଡ଼ିଶାରେ ଆଉ ୨ ଦିନ ବର୍ଷା ଆଲର୍ଟ, କାଲି ଭିଜିବ ଦକ୍ଷିଣ ଓଡ଼ିଶା: IMD - ODISHA WEATHER UPDATE

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.