ETV Bharat / bharat

ରାମୋଜୀ ରାଓ: ମିଡିଆ ଟାଇକୁନ, ସର୍ବବୃହତ୍ତ ଫିଲ୍ମ ସିଟି ଗଢିଥିବା ଜଣେ ଦୁର୍ଦ୍ଦଶ ଉଦ୍ୟମୀ - RAMOJI RAO

ପ୍ରତ୍ୟେକ ଆହ୍ବାନପୂର୍ଣ୍ଣ କ୍ଷେତ୍ରରୁ ସଫଳତା ସାଉଁଟିଥିବା ଜଣେ ଦୁର୍ଦ୍ଦଶ ଉଦ୍ୟମୀଙ୍କ କାହାଣୀ । ମିଡିଆ ରିଭୋଲ୍ୟୁସନଠୁ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟିର ନିର୍ମାଣ ପର୍ଯ୍ୟନ୍ତ ।

RAMOJI RAO
RAMOJI RAO (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 7:36 PM IST

ହାଇଦ୍ରାବାଦ: ମିଡିଆ ବିପ୍ଳବର ମହାନାୟକ, ସିନେମା ଜଗତର ଚମ୍ପିଆନ, ମନୋରଞ୍ଜନ ଦୁନିଆର ବାଦଶାହ, ଶବ୍ଦର ଯାଦୁଗର ତଥା ଜଣେ ଶୀର୍ଷ ସଫଳ ଉଦ୍ୟୋଗୀ ହେଉଛନ୍ତି ରାମୋଜୀ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସ୍ବର୍ଗତଃ ରାମୋଜୀ ରାଓ । ସେ କେବଳ ଭାରତୀୟ ଗଣମାଧ୍ୟମରେ ବିପ୍ଲବ ଆଣି ନଥିଲେ ବରଂ ମୂଲ୍ୟବୋଧ ସାମ୍ବାଦିକତା ଓ ଏହାର ସ୍ୱାଧୀନତା ପାଇଁ ଆଜୀବନ ଲଢେଇ କରିଥିବା ଜଣେ ଯୋଦ୍ଧା ଥିଲେ ରାମୋଜୀ ।

  • ଆଜୀବନ ସମସ୍ତଙ୍କ ହୃଦୟରେ ରହିବେ କିମ୍ବଦନ୍ତୀ ପୁରୁଷ ରାମୋଜୀ ରାଓ

ଏକ ସାଧାରଣ ଚାଷୀ ପରିବାରରେ ଜନ୍ମ ହୋଇ ଅସାଧାରଣ ସଫଳତାର ଅଧିକାରୀ ହୋଇଥିଲେ ରାମୋଜୀ ରାଓ । ତାଙ୍କର ପୁରା ନାମ ଚେରିକୁରୀ ରାମୋଜୀ ରାଓ । ମାଡ୍ରାସ ପ୍ରେସିଡେନ୍ସି (ବ୍ରିଟିଶ-ଇଣ୍ଡିଆ)ରେ କ୍ରିଷ୍ଣା ଜିଲ୍ଲାର ପେଡାପାରୁପୁଡି ଗ୍ରାମ ୧୯୩୬ ମସିହା ନଭେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ରାମୋଜୀ ୨୦୨୪ ମସିହା ଜୁନ ୮ ତାରିଖରେ ଦୁନିଆରୁ ବିଦାୟ ନେଇଥିଲେ । ୮୭ ବର୍ଷର ଜୀବନ ଯାତ୍ରାରେ କେବଳ ସଫଳତା ନୁହେଁ ବରଂ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ନିଜର କଠିନ ଅଧ୍ୟବସାୟ ଓ ସଫଳତାକୁ ନେଇ ଏକ ଦୀର୍ଘ ପଦାଙ୍କ ଛାଡି ଯାଇଥିବା ରାମୋଜୀ ଆଗାମୀ କେଇ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ।

ଭାରତୀୟ ଗଣମାଧ୍ୟମରେ ବିପ୍ଳବ ସହ ଗଢିଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମ ସିଟି
ଭାରତୀୟ ଗଣମାଧ୍ୟମରେ ବିପ୍ଳବ ସହ ଗଢିଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମ ସିଟି (ETV Bharat Odisha)
  • ପ୍ରତିଷ୍ଠା କରିଛନ୍ତି ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି:

ମିଡିଆ, ଫିଲ୍ମ, ମନୋରଞ୍ଜନଠୁ ନେଇ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ମନୋରଞ୍ଜନ କ୍ଷେତ୍ରରେ ଦେଖିଥିବା ନିଜ ସ୍ୱପ୍ନକୁ ସେ ବାସ୍ତବିକତାର ଆକାର ଦେଇଥିଲେ । ୧୯୯୬ ମସିହାରେ ହାଇଦ୍ରାବାଦରେ ବିଶ୍ବର ସର୍ବବହୃତ ଫିଲ୍ମ ଷ୍ଟୁଡିଓ ‘ରାମୋଜୀ ଫିଲ୍ମ ସିଟି’ ନିର୍ମାଣ କରିଥିଲେ । ଯାହା ପର୍ଯ୍ୟଟକମାନଙ୍କ ପାଇଁ ହଲିଡେ ପଏଣ୍ଟ, ଫିଲ୍ମ ବିଷୟରେ ଜାଣିବାକୁ ଆଗ୍ରହୀଙ୍କ ପାଇଁ ଏକ ବିଶେଷ ସ୍ଥାନ । ଜଣେ ପ୍ରତିବଦ୍ଧ ଚଳଚ୍ଚିତ୍ର ନିର୍ମାତା ଥିଲେ ରାମୋଜୀ । ସାମାଜିକ ଦାୟିତ୍ବ ନେବା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ସହ ସେ ଥିଲେ ଆଗଧାଡିର ଯୋଦ୍ଧା । ଜଣେ କୃଷକର ପୁଅ ଭାବେ ସେ କେବେ ନିଜ ମୂଳ ପୃଷ୍ଠଭୂମିକୁ ଭୁଲି ନଥିଲେ । ନିଜ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ ।

  • ବଚନ ଓ କର୍ମର କର୍ମଯୋଗୀ

ଏହି ମହାନାୟକଙ୍କ ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଯୋଗ୍ୟ । କଠିନ ପରିଶ୍ରମ, ଅଧ୍ୟବସାୟ, ଦୂରଦୃଷ୍ଟି ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ବ ବଳରେ ସେ ଲକ୍ଷ ଲକ୍ଷ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଥିଲେ । ମହାନ ଜନନାୟକ ରାମୋଜୀ ରାଓ ନିଜର କାର୍ଯ୍ୟକ୍ଷେତ୍ରକୁ କେବଳ ଗଣମାଧ୍ୟମରେ ସୀମିତ କରିନଥିଲେ । ଆର୍ଥିକ ବ୍ୟାପାର, ଚଳଚ୍ଚିତ୍ର ନିର୍ମାଣ, ଷ୍ଟୁଡିଓ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ହୋଟେଲ, ହସ୍ତଶିଳ୍ପ, ବୟନଶିଳ୍ପ, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଦ୍ୟମ କରି ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ଯାହା ତାଙ୍କ ଦୂରଦୃଷ୍ଟି ଓ ଅଧ୍ୟବସାୟର ବଳିଷ୍ଠ ପରିଚୟ ଦିଏ । ତାଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ଲକ୍ଷାଧିକ ହୃଦୟକୁ ଛୁଇଁ ପାରିଥିଲା । ସେ ଏଭଳି ଏକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯାହାଙ୍କୁ ନିଜ ସ୍ୱପ୍ନକୁ ବାସ୍ତବତାର ଆକାର ଦେବା ପାଇଁ କୌଣସି ଶକ୍ତି ଅଟକାଇ ପାରିନଥିଲା । ସେ ଥିଲେ ଗଣମାଧ୍ୟମର ଟ୍ରେଣ୍ଡସେଟର, ଯିଏ ପ୍ରଚଳିତ ପୁରୁଣା ଢାଞ୍ଚାକୁ ଚ୍ୟାଲେଞ୍ଜ କରି ଇନାଡୁ ଭଳି ସଂସ୍ଥା ଆରମ୍ଭ କରିଥିଲେ । ଯାହା ସମସ୍ତ ବର୍ଗର ପାଠକଙ୍କୁ ସେବା ଯୋଗାଇଥିଲା ।

  • ଏକାଧାରାରେ ଦାର୍ଶନିକ ଏବଂ ମାର୍ଗଦର୍ଶକ

ଚେରୁକୁରି ରାମୋଜୀ ରାଓ, ଯିଏ ରାମୋଜୀ ରାଓଙ୍କ ନାଁରେ ଜଣାଶୁଣା, ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱର ଏକ ବଳିଷ୍ଠ ଦିଗ ଅଛି । ତାଙ୍କ ନିକଟତରମାନଙ୍କ ପାଇଁ ସେ ଜଣେ ଭଲ ବନ୍ଧୁ, ଦାର୍ଶନିକ ଏବଂ ମାର୍ଗଦର୍ଶକ ଥିଲେ । ସେ ପ୍ରତ୍ୟେକ ଜିନିଷ ପୂର୍ବରୁ ଯୋଜନା କରୁଥିଲେ । ଏଭଳିକି ନିଜର ଅନ୍ତିମ ସଂସ୍କାର କେଉଁଠି ହେବ ସେନେଇ ମଧ୍ୟ ପୂର୍ବରୁ ବ୍ୟବସ୍ଥା କରିଦେଇଥିଲେ । ରାମ ରାମୋଜୀ ଫିଲ୍ମ ସିଟିରେ ଅନ୍ତିମ ସଂସ୍କାର ପାଇଁ ସ୍ମୃତି ଭବନ ନିର୍ମାଣ କରିଥିଲେ । ଯେଉଁଠାରେ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା ।

  • ଜଣେ ବହୁମୁଖୀ ଉଦ୍ୟୋଗୀ

ଉଦ୍ୟୋଗୀଙ୍କ ଗୁଣ ନେଇ ଜନ୍ମ ହୋଇଥିଲେ ରାମୋଜୀ ରାଓ । ପ୍ରତ୍ୟେକ ବର୍ଗର ଯେପରିକି ପାଠକ, ଫିଲ୍ମ ପ୍ରତି ରୁଚି ରଖୁଥିବା ଲୋକେ, ଖାଦ୍ୟ ପ୍ରତି ରୁଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ କିଛି ନା କିଛି କରିବା ପାଇଁ ତାଙ୍କ ନିକଟରେ ଯୋଜନା ଓ ଅଦମ୍ୟ ଇଚ୍ଛା ରହିଥିଲା । ସେ ଏକାଧିକ ମିଡିଆ ପବ୍ଲିକେସନ କରିଥିଲେ ଯାହା ସମାଜର ପ୍ରତ୍ୟେକ ବର୍ଗ ଯେପରିକି କୃଷି, ମହିଳା, ଶିଶୁ, ଯୁବକ ଓ ଚାକିରି ଆଶାୟୀଙ୍କ ପାଖରେ ପହଞ୍ଚି ପାରୁଥିଲା । ସେହିଭଳି ୧୯୬୨ରେ ମାର୍ଗଦର୍ଶୀ ଚିଟଫଣ୍ଡ, ୧୯୭୪ରେ ଇନାଡୁ, ୧୯୮୦ରେ ପ୍ରିୟା ଫୁଡ୍, ୧୯୮୦ରେ ଡଲଫିନ ଗ୍ରୁପ ହୋଟେଲ, ୧୯୮୩ରେ ଉଷାକିରଣ ମୁଭି, ୧୯୯୫ରେ ଇଟିଭି ଚାନେଲ, ୧୯୯୬ରେ ରାମୋଜୀ ଫିଲ୍ମ ସିଟି, ୨୦୦୨ରେ ରମାଦେବୀ ପବ୍ଲିକ ସ୍କୁଲ ଓ ୨୦୧୯ରେ ଇଟିଭି ଭାରତ ପ୍ରତିଷ୍ଠା କରିଥିଲେ ।

  • ପ୍ରେସ ସ୍ୱାଧୀନତାର ଯୋଦ୍ଧା

‘ଇନାଡୁ’ର ପ୍ରତିଷ୍ଠାତା ରାମୋଜୀ ରାଓ ଗଣମାଧ୍ୟମର ସ୍ୱାଧିନତାର ଯୋଦ୍ଧା ବୋଲି କୁହାଯାଏ । କାରଣ ୧୯୭୫ ମସିହା ଜୁନ ୨୫ରେ ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଜରୁରୀ ସ୍ଥିତି ଘୋଷଣା କରିଥିଲେ । ସେଥିରେ ଗଣମାଧ୍ୟମ ପାଇଁ ଏକ କଡା ସେନ୍ସରସିପ ରହିଥିଲା । 'ଇନାଡୁ'ର ପ୍ରତିଷ୍ଠାତା ରାମୋଜୀ ରାଓ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଖବର କାଗଜ ଉପରେ ଲଗାଯାଇଥିବା ସେନ୍ସରସିପକୁ କଡା ବିରୋଧରେ କରିଥିଲେ । ସତ ଖବର ଛାପିବା ସହ ସରକାରଙ୍କ ଦୁର୍ନୀତିକୁ ଚ୍ୟାଲେଞ୍ଜ କରିଥିଲେ ।

  • ଗଣମାଧ୍ୟମର ଆଇକନ

ପାଞ୍ଚ ଦଶନ୍ଧି ମଧ୍ୟରେ ରାମୋଜୀ ରାଓ ଖବର କାଗଜ, ମାଗାଜିନ, ବୈଦ୍ୟୁତିକ ଗଣମାଧ୍ୟମର ଏକ ବିଶାଳ ସେଟ ଅପ ନିର୍ମାଣ କରିଥିଲେ । ଇନାଡୁ ତେଲୁଗୁ ଦୈନିକ ଖବର କାଗଜ, ଇଟିଭି, ଇଟିଭି ଭାରତ, ଅନ୍ନଦାତା, ବାଲ ଭାରତ, ଚତୁର ଓ ବିପୁଳ । ଇନାଡୁ ଖବର କାଗଜ ୧୯୭୪ରେ ଆରମ୍ଭ ହୋଇଥିଲା ଯାହା ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତି ପାଳନ କରିଛି ।

ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜନେତା, ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ରାମୋଜି ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମୋଜି ରାଓଙ୍କ ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ରାମୋଜି ଗ୍ରୁପ୍ ଚେୟାରମ୍ୟାନ୍ କେବଳ ଭାରତୀୟ ଗଣମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ କରିନାହାଁନ୍ତି ବରଂ ଦେଶର ବିକାଶ ପାଇଁ ଏକ ଉତ୍ସାହ ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ Xରେ ଏକ ପୋଷ୍ଟରେ କହିଛନ୍ତି ଯେ ମୋର ସୌଭାଗ୍ୟ ମୁଁ ଅନେକ ଥର ତାଙ୍କ କଥା ବାର୍ତ୍ତାଳାପ କରିବାର ସୁଯୋଗ ପାଇଛି ଓ ତାଙ୍କ ଜ୍ଞାନରୁ ଉପକୃତ ହୋଇଛି ।

ବରିଷ୍ଠ ସାମ୍ବାଦିକ ତଥା ହିନ୍ଦୁ ପବ୍ଲିସିଙ୍ଗ୍ ଗ୍ରୁପର ନିର୍ଦ୍ଦେଶକ ଏନ ରାମ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ସ୍ମୃତି ସଭାରେ ସମ୍ବୋଧିତ କରି କହିଛନ୍ତି, "ରାମଜୀ ରାଓ ଇନାଡୁକୁ ସତ୍ୟ ଓ ନ୍ୟାୟ ପାଇଁ ଲଢିବା ପାଇଁ ଏକ ବଳିଷ୍ଠ ଆଡଭୋକେଟରେ ପରିଣତ କରିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧରେ ସରକାରଙ୍କ ଅତ୍ୟାଚାର, ଦୁର୍ନୀତି ଓ ଧମକ ବିରୋଧରେ କ୍ରମାଗତ ଭାବରେ ଛିଡା ହୋଇଛନ୍ତି । " ଇନାଡୁ ପରିଚାଳନା ନିର୍ଦ୍ଦେଶକ ତଥା ରାମୋଜି ରାଓଙ୍କ ବଡ ପୁଅ ଚେରୁକୁରି କିରନ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ନିର୍ମାଣରେ 10 କୋଟି ଦାନ କରିଥିଲେ ।

  • ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି ରାମୋଜୀ ରାଓଙ୍କ ନିଜସ୍ୱ ବିଚାର

ସାମ୍ବାଦିକତା ଓ ଗଣମାଧ୍ୟମ ପ୍ରତି ରାମୋଜୀ ରାଓଙ୍କ ଚିନ୍ତାଧାରା ଅନନ୍ୟ ଥିଲା । ସାମ୍ବାଦିକତା ଓ ଗଣମାଧ୍ୟମରେ ଅଗଣିତ ପରୀକ୍ଷଣ କରିଥିଲେ ସେ । ତାଙ୍କ ନେତୃତ୍ୱରେ ଇନାଡୁ ତେଲୁଗୁ ସାମ୍ବାଦିକତାରୁ ଗୌରବାନ୍ବିତ କରିଛି । ଭବିଷ୍ୟତ ପାଇଁ ସାମ୍ବାଦିକତା ଶିକ୍ଷା କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ସେ ଇନାଡୁ ସାମ୍ବାଦିକତା ବିଦ୍ୟାଳୟ ମଧ୍ୟ ଆରମ୍ଭ କରିଥିଲେ । ସେ ସାମ୍ବାଦିକତା ସେବା ମାଧ୍ୟମରେ ଯୁବକ ବୃଦ୍ଧ, ଛାତ୍ର, ଶିଶୁ, ମହିଳା, କୃଷକ ଲକ୍ଷ ଲକ୍ଷ ହୃଦୟକୁ ଛୁଇଁଥିଲେ ।

  • ସମାଜକୁ ସଶକ୍ତ କରୁଛି ରାମୋଜୀ ଫାଉଣ୍ଡେସନ:-

ସଫଳତାର ଲମ୍ବା ପଦାଙ୍କ ଛାଡି ଯାଇଥିବା ରାମୋଜୀ ରାଓ ଥିଲେ ଜଣେ ଉତ୍ସର୍ଗୀକୃତ ସମାଜସେବୀ । ତାଙ୍କର ସମଗ୍ର ବ୍ୟବସାୟିକ ସାମ୍ରାଜ୍ୟର କେନ୍ଦ୍ରରେ ଥିଲା ଜନକଲ୍ୟାଣମୁଖୀ ଆଭିମୁଖ୍ୟ । ରାମୋଜୀ ଫାଉଣ୍ଡେସନ୍ ମାଧ୍ୟମରେ ସେ ସାମାଜିକ କର୍ପୋରେଟ ଉତ୍ତରଦାୟିତ୍ବ (ସିଏସ୍ଆର୍) ପାଣ୍ଠି ଆକାରରେ ପ୍ରାୟ 131 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାରି ମଧ୍ୟରେ ରହିଛି ଗ୍ରାମୀଣ ବିକାଶ ଯୋଜନା ଅଧୀନରେ ବିଭିନ୍ନ ପଦକ୍ଷେପ । ସେ ନିଜ ଜନ୍ମମାଟି ପେଡାପାରୁପୁଡି ଗ୍ରାମ ସହ ନାଗନପଲ୍ଲୀ ନାମକ ଦୁଇଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ସମସ୍ତ ସମସ୍ୟା ଦୂର କରି ସେଠାରେ ଶିକ୍ଷା ସ୍ବାସ୍ଥ୍ୟ ଓ ଅନ୍ୟ ଗୁଣାତ୍ମକ ଭିତ୍ତିଭୂମିର ବିକାଶ କରିବା ଦିଗରେ ସେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଓ ଏହାର ସଫଳ କ୍ରିୟାନ୍ବୟନ ମଧ୍ୟ କରି ବାସ୍ତବତାରେ ପରିଣତ ମଧ୍ୟ କରିଥିଲେ । ଉଭୟ ଗ୍ରାମର ଭିତ୍ତିଭୂମି ବିକାଶ ପାଇଁ ରାମୋଜୀ ଫାଉଣ୍ଡେସନ ପ୍ରାୟ 40 କୋଟି ଟଙ୍କା ଖର୍ଚ୍ଚ କରିଥିଲା । ସେହିପରି କେବଳ ପୋଷ୍ୟଗ୍ରାମ ନୁହେଁ ବରଂ ଅବଦୁଲ୍ଲାପୁରମେଟ, ଇବ୍ରାହିମପାଟନମ ଏବଂ ହାୟତନଗରେ ଏକାଧିକ ଭିତ୍ତିଭୂମିମୂଳକ ନିର୍ମାଣ ପାଇଁ ମଧ୍ୟ ସେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା:-

କେବଳ ସାମାଜିକ ଉତ୍ଥାନ ନୁହେଁ ବରଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ରାମୋଜୀ ଫାଉଣ୍ଡେସନ ନିଜ ସାମାଜିକ ମୂଲ୍ୟବୋଧ ଭୁଲିନଥିଲା । ଆନ୍ଧ୍ର ଓ ତେଲେଙ୍ଗାନା ଦୁଇ ତେଲୁଗୁ ରାଜ୍ୟକୁ 20 କୋଟି ଏବଂ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପଡୋଶୀ ତାମିଲନାଡୁକୁ 3 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲା ରାମୋଜୀ ଫାଉଣ୍ଡେସନ । ଅନ୍ୟାନ୍ୟ ଅବଦାନ ମଧ୍ୟରେ ଗ୍ରାମୀଣ ବିକାଶ ପାଇଁ ପାଇଁ 10 କୋଟି, ମେଡିକାଲ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ 8 କୋଟି ଟଙ୍କା, ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ, ହସ୍ପିଟାଲ ତଥା ଅନୁସନ୍ଧାନ ପାଇଁ କ୍ୟାନସର ଫାଉଣ୍ଡେସନ ପ୍ରତିଷ୍ଠା କରିବା ଆଦିରେ ତାଙ୍କର ପ୍ରତ୍ୟକ୍ଷ ତଥା ବଳିଷ୍ଠ ଭୂମିକା ଥିଲା । ତାଙ୍କ ନିଧନ ପରେ ତାଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ପରିବାର ମଧ୍ୟ ସମାଜସେବାର ଏହି ଧାରା ବଜାୟ ରଖିଛି । ଦକ୍ଷତା ବିକାଶ, କଳା ଏବଂ ସଂସ୍କୃତିର ପ୍ରଚାର ଏବଂ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ରାମୋଜୀ ଫାଉଣ୍ଡେସନ ନିଜର ସହଯୋଗ ଜାରି ରଖିଛି ।

  • ରାମୋଜୀଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା ରାମୋଜୀ ଫିଲ୍ମ ସିଟି

ଭାରତୀୟ ସିନେମାକୁ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇଥିବା ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ଥିଲା ‘ରାମୋଜୀ ଫିଲ୍ମସିଟି’ । ଏହା ଥିଲା ରାମୋଜୀଙ୍କ ସ୍ବପ୍ନର ପ୍ରକଳ୍ପ । ଯାହା ସେ ପୂରଣ ମଧ୍ୟ କରିପାରିଥିଲେ । ଭାରତୀୟ କଳା ଓ ବିଶେଷ ଭାବେ ଫିଲ୍ମ ମେକିଂରେ ବିପ୍ଳବ ଆଣିପାରିଛି ଏହି ଫିଲ୍ମସିଟି । ବାହୁବଳୀ, ଗଜିନି, ଚନ୍ଦ୍ରମୁଖୀ, ରୋବଟ ଏବଂ ପୁଷ୍ପା ପରି ସୁପରହିଟ ଫିଲ୍ମ ସମେତ 3000ରୁ ଅଧିକ ଚଳଚ୍ଚିତ୍ର ରାମୋଜୀ ଫିଲ୍ମସିଟିର ବିଭିନ୍ନ ଲୋକେସନରେ ନିର୍ମିତ ହୋଇଛି । କେବଳ ଫିଲ୍ମ ମେକିଂ ନୁହେଁ ବରଂ ସିନେମା କ୍ଷେତ୍ରରେ ରୁଚି ରଖୁଥିବା ହଜାର ହଜାର କଳାପ୍ରେମୀଙ୍କ ପାଇଁ ଏହି ଫିଲ୍ମସିଟି ଏକ ବିଶ୍ବବ୍ୟାପୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ଆଦୃତି ହାସଲ କରିପାରିଛି ।

ଏହା ମଧ୍ୟ ପଢନ୍ତୁ:

କନ୍ଦାଇଲା ‘2024’, ଭାରତ ହରାଇଲା ମିଡିଆ ଆଇକନ-ଶିଳ୍ପ ରତ୍ନ

ରାମୋଜୀ ରାଓଙ୍କ ଜନ୍ମ ବାର୍ଷିକୀରେ 3 ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ

ରାମୋଜୀ ରାଓ: ଭବିଷ୍ୟତକୁ ଆକାର ଦେଇଥିବା ସ୍ୱପ୍ନର ସୌଦାଗର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.