ETV Bharat / politics

‘BJP ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର - DHARMENDRA COUNTER NAVEEN

ନବୀନଙ୍କୁ କାଉଣ୍ଟର କରି କାମର ହିସାବ ଦେଲେ ଧର୍ମେନ୍ଦ୍ର । ଉଠାଇଲେ ସୁଭଦ୍ରା ଯୋଜନା କଥା । ଦରଦାମ, ଚାଷୀ ଓ ମିଶନ ଶକ୍ତି ମହିଳାଙ୍କ କଥା ଉଠାଇ ସମାଲୋଚନା କରିଥିଲେ ନବୀନ ।

‘ବିଜେପି ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କୁ ମନ୍ତବ୍ୟକୁ କାଉଣ୍ଟର କଲେ ଧର୍ମେନ୍ଦ୍ର
‘ବିଜେପି ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କୁ ମନ୍ତବ୍ୟକୁ କାଉଣ୍ଟର କଲେ ଧର୍ମେନ୍ଦ୍ର (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 6:19 PM IST

Updated : Dec 26, 2024, 7:10 PM IST

ବ୍ରହ୍ମପୁର/ଭୁବନେଶ୍ବର: ଦଳର ପ୍ରତିଷ୍ଠା ଦିବସରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପି ସରକାର ଉପରେ ବର୍ଷିଥିଲେ । ବିଜେପି ରାଜ୍ୟବାସୀଙ୍କୁ ମିଛ କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବୋଲି ନବୀନ କହିଥିଲେ । ଏହାକୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ କ୍ଷମତା କାଳରେ ଗତ 24 ବର୍ଷରେ ରାଜ୍ୟରେ କ’ଣ ହୋଇଥିଲା ଓ ସେମାନେ (ବିଜେପି ସରକାର) କ୍ଷମତାକୁ ଆସିବା ପରେ କ’ଣ କରିଛନ୍ତି, ତାର ଏକ ଉଦାହରଣ ରଖି ଧର୍ମେନ୍ଦ୍ର ନବୀନଙ୍କୁ ପାଲଟା ସମାଲୋଚନା କରିଛନ୍ତି ।

ନବୀନଙ୍କୁ ମନ୍ତବ୍ୟକୁ କାଉଣ୍ଟର କଲେ ଧର୍ମେନ୍ଦ୍ର (ETV Bharat odisha)
  • ଗଞ୍ଜାର ଉଦାହରଣ ଦେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର

ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି,‘‘ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାରେ 7-8ଟି ବଡ ବଡ ମେଗା ପାଇପ୍ ଓ୍ୱାଟର ଯୋଜନା ଆରମ୍ଭ ହୋଇଥିଲା । ସେଥିମଧ୍ୟରୁ ଗୋଟିଏକୁ ଛାଡି ଅନ୍ୟ 6ଟି ପ୍ରକଳ୍ପର କାମ ଅଧାପନ୍ତରା ହୋଇପଡିଛି । ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଆମେ ବିଭିନ୍ନ ସ୍ଥାନରେ ପାଇପ ବିଚ୍ଛା ଯାଇଥିବା ଦେଖିବାକୁ ପାଇଲୁ । ନଳ ଅଛି, ହେଲେ ଜଳ ନାହିଁ । ଭଞ୍ଜନଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗ୍ରାମ ହୋଇଥିବା ବେଳେ ଏଠାରେ ୨୪ ବର୍ଷର ଶାସନରେ ଯଦି ଏହି କାର୍ଯ୍ୟ ହୋଇପାରିଲା ନାହିଁ, ତେବେ ଏହାକୁ କଣ କୁହାଯିବ ।’’

  • ସ୍ୱର୍ଗକୁ ନିଶୁଣି ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ: ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି,‘‘ଗଞ୍ଜାମ ଜିଲ୍ଲାରେ ବିଜେପି ସରକାର ସୁଭଦ୍ରା ଯୋଜନାରେ 500 କୋଟିରୁ ଅଧିକ ଟଙ୍କା ମା’-ଭଉଣୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚି ସାରିଛି । ଏହି ସଂଖ୍ୟା ଆଗାମୀ ଆର୍ଥିକବର୍ଷ ସୁଦ୍ଧା 1000 କୋଟି ଟଙ୍କାରେ ପହଞ୍ଚିବ । ଏପରିକି ଗଞ୍ଜାମରେ ଏହି ଯୋଜନାରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ଅଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ 44 ଲକ୍ଷ କ୍ୱିଣ୍ଟାଲ ଧାନ କିଣବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କେବଳ ରାଜ୍ୟ ସରକାର କୁଇଣ୍ଟାଲ ପିଛା ଧାନରେ ‘ଏମଏସପି’ ବାବଦକୁ 3100 ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି 400ରୁ 500 କୋଟି ଟଙ୍କା ମିଳିବ । ଯଦି ଏହା କାହାକୁ ମିଛ ଲାଗେ, ତେବେ କ’ଣ କୁହାଯିବ ? ସ୍ୱର୍ଗକୁ ନିଶୁଣି ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ । ତାଙ୍କୁ କିଏ ଲେଖିକି ଦେଇଥିବ, ସେ ପଢି ଦେଇଥିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ:

ପେପର ବାଲଟ ସପକ୍ଷରେ ବିଜେଡି: ନବୀନଙ୍କ ଇସାରା, EVM ଚଞ୍ଚକତା ପରାଜୟର କାରଣ

ପରାଜୟର କାରଣ କହିଲେ ନବୀନ, ‘ଶହେ ବର୍ଷ ପର୍ଯ୍ୟନ୍ତ ସେବା କରିବ ବିଜେଡି’

  • 100 ବର୍ଷ ନୁହେଁ 100 ଦିନ ଦେଖନ୍ତୁ ନବୀନ: ବିଜେପି

ରାଜ୍ୟ ବିଜେପି ଉପ-ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ ମଧ୍ୟ ନବୀନଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ବିରଞ୍ଚି କହିଛନ୍ତି,‘‘ଦୀର୍ଘ 24 ବର୍ଷ ଧରି ବୋଧହୁଏ ମିଛ ସ୍ଲୋଗାନ ତିଆରି କରୁଥିଲେ । ସେଥିପାଇଁ ବିଜେଡିର ପରାଜୟ ପରେ ନବୀନ ଏଭଳି କହୁଛନ୍ତି । ଓଡିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି । ରାଜ୍ୟବାସୀଙ୍କ ଠାରୁ ପ୍ରତ୍ୟାକ୍ଷିତ ହେବା ପରେ କିଛି ତ ଲୋକଙ୍କୁ କହିବାକୁ ପଡିବ । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି । 100 ବର୍ଷ ନୁହେଁ 100 ଦିନ ଦେଖନ୍ତୁ ନବୀନ । ବିଜେଡି ହାରିବାର 200 ଦିନ ହୋଇନାହିଁ, ତାଙ୍କ (ବିଜେଡି) ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିମାନେ ବିଜେପିରେ ମିଶୁଛନ୍ତି । ନୂଆ ସରକାରଙ୍କ ସଫଳତା ଦେଖିକି ବିଜେଡି ହତୋତ୍ସାହିତ ହୋଇପଡିଛି । ସେଥିପାଇଁ ସେମାନେ ବିଳିବିଳେଇବା ଆରମ୍ଭ କରିଛନ୍ତି ।’’

ECIଙ୍କୁ ଭେଟିବା ପରେ ୨୦୨୪ ନିର୍ବାଚନ ଭୋଟ୍ ଅସଙ୍ଗତି ଅଭିଯୋଗ ଦୋହରାଇଲା ବିଜେଡି

ନବୀନଙ୍କ ଜୀବନୀ ପୁସ୍ତକ: ରୁବେନଙ୍କୁ ଅରୁଣଙ୍କ ଟାର୍ଗେଟ୍, ବିଜେପି କହିଲା ସତକୁ ଗ୍ରହଣ କର

  • ଦରଦାମ, ଚାଷୀ ଓ ମିଶନ ଶକ୍ତି ମହିଳାଙ୍କ କଥା ଉଠାଇ ସମାଲୋଚନା କରିଥିଲେ ନବୀନ

ଆଜି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନବୀନ କହିଥିଲେ,‘‘ ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୂଆଁ ବୁଲାଇ ସରକାରକୁ ଆସିଛି । ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି,ଚାଉଳଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶଛୁଆଁ ହୋଇଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା'ମାନେ ଦୁଃଖରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନାହିଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୂଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମ ଠାରୁ କମ ଭୋଟ ପାଇଛି । ଆମର ଭୁଲ ହେଲା ଆମେ ସେମାନଙ୍କ ମିଛର ଠିକ ଭାବରେ ଜବାବ ଦେଇ କରିପାରିଲୁ ନାହିଁ ।’’

ନବୀନଙ୍କ ହାତ ଛାଡୁଛନ୍ତି ନେତା, BJDକୁ ବଳ ଦେବ କି ସାଙ୍ଗଠନିକ ନିର୍ବାଚନ ?

୭ BJD ରାଜ୍ୟସଭା ସାଂସଦଙ୍କ ଦମ୍ଭୋକ୍ତି 'ଆମେ ନବୀନଙ୍କ ସହ ଅଛୁ, ଛାଡିବୁନି ଦଳ’

ଇଟିଭି ଭାରତ ବ୍ରହ୍ମପୁର ଓ ଭୁବନେଶ୍ବର

Last Updated : Dec 26, 2024, 7:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.