ETV Bharat / technology

Squid Games ସିଜନ-2 ସହ ଫ୍ରି ହେଲା ଗେମ୍‌; ଜିତିପାରିବେ କ୍ୟାସ ପ୍ରାଇଜ୍‌ - SQUID GAME UNLEASHED FREE FOR NOW

ନେଟଫ୍ଲିକ୍ସ ସମସ୍ତଙ୍କ ଲାଗି 'Squid Game: Unleashed'କୁ ମାଗଣା କରିଛି । ଏହି ଗେମ ଖେଳି ଆପଣ ଇନ-ଗେମ୍‌ ଅର୍ଥରାଶି ଜିତିପାରିବେ । ଅଧିକ ପଢନ୍ତୁ

Squid Game: Unleashed Mobile Game
Squid Game: Unleashed Mobile Game (Photo- Netflix)
author img

By ETV Bharat Tech Team

Published : 13 hours ago

ହାଇଦ୍ରାବାଦ: ନେଟଫ୍ଲିକ୍ସ ପ୍ରଥମ ଥର ଲାଗି ନିଜର ପାର୍ଟି ରୟାଲ ଗେମ୍‌ Squid Game: Unleashedକୁ ସୀମିତ ସମୟ ଲାଗି ମାଗଣାରେ ଉପଲବ୍ଧ କରିଛି । ଏହି ଗେମ୍‌ଟି ଏବେ ସମସ୍ତଙ୍କ ଲାଗି ଫ୍ରି ହୋଇଛି, ଏପରିକି ଆପଣ ନେଟଫ୍ଲିକ୍ସର ସଦସ୍ୟ ହୁଅନ୍ତୁ କି ନ ହୁଅନ୍ତୁ । ନେଟଫ୍ଲିକ୍ସର କହିବାନୁସାରେ, ସମସ୍ତ ନେଟଫ୍ଲିକ୍ସ ଗେମ୍‌ ପରି Squid Game: Unleashedକୁ ଏବେ ସମସ୍ତେ ମାଗଣାରେ ଖେଳିପାରିବେ । ସ୍କୁଇଡ ଗେମ୍ସ ସିଜନ-2 ୱେବ ସିରିଜ ରିଲିଜ ଅବସରରେ ଏହି ଗେମ୍‌କୁ ନେଟଫ୍ଲିକ୍ସ ମାଗଣା କରିଥିବା କହିଛି ।

ନେଟଫ୍ଲିକ୍ସ ଗେମ୍ସ ଅଧ୍ୟକ୍ଷ ଏଲେନ ଟୋକ୍ସନ କହିଛନ୍ତି, "ସ୍କୁଇଡ୍‌ ଗେମ୍‌ ନେଟଫ୍ଲିକ୍ସର ସବୁଠୁ ଅଧିକ ଦେଖାଯାଇଥିବା ସିରିଜ । ଅନଲିସିଡ୍‌ ଗେମ୍‌କୁ ସମସ୍ତଙ୍କ ପାଇଁ ମାଗାଣାରେ ଉପଲବ୍ଧ କରାଇଯାଇଛି କାରଣ ଦୁନିଆର ପ୍ରତିଟି ବ୍ୟକ୍ତି ଯେପରି ଏଥିରେ ଅଂଶଗ୍ରହଣ କରିପାରିବେ । ନେଟଫ୍ଲିକ୍ସରେ ଗେମରେ ଏହା ଆମର ପ୍ରଥମ ଉଦ୍ୟମ । ସ୍କୁଇଡ ଗେମ: ଅନଲିସିଡ୍‌ର ଉଦ୍ଦେଶ୍ୟ ହେଉଛି ଗ୍ଲାସ ବ୍ରିଜ ଓ ରେଡ ଲାଇଟ୍‌ ଏବଂ ଗ୍ରୀନ ଲାଇଟ୍‌ ଭଳି ନିୟମକୁ କ୍ଲାସିକ ଗେମରେ ନିଜ ବନ୍ଧୁଙ୍କ ସହିତ ବା ବିପକ୍ଷରେ ଖେଳିବା । ଏଥିଲାଗି ଆମେ ଛୁଟି ଦିନରେ ଏହାକୁ ମାଗଣା କରିଛୁ ।"

ଗେମ୍‌ ଡିରେକ୍ଟର ବିଲ୍‌ ଜ୍ୟାକସନ କହିଛନ୍ତି, "ଆମ ଟିମ୍‌ ଅନେକ ବର୍ଷ ଧରି ସ୍କୁଇଡ ଗେମ୍‌: ଅନଲିସିଡ୍‌ ଉପରେ କାମ କରୁଛି । ଏହାକୁ ପ୍ରସ୍ତୁତ କରିବା ବେଶ ଆହ୍ବାନପୂର୍ଣ୍ଣ ଥିଲା । ଏହି ଶୋ'କୁ ଗେମ୍‌ ସହିତ କିପରି ସଂଯୋଗ କରାଯିବ ସେ ନେଇ ଆମ ଟିମ ବହୁ ଆଲୋଚନା କରିଥିଲା । ମୁଖ୍ୟ ବିଚାର ଥିଲା ଯେ ଯେତେବେଳେ ଲୋକେ ଶୋ' ଦେଖିବେ, ସେତେବେଳେ ସେମାନେ ଗେମ୍‌ ଖେଳିବାକୁ ପ୍ରେରିତ ହୋଇପାରିବେ କିମ୍ବା ଯଦି ଖେଳିବେ ତେବେ ଶୋ' ଦେଖିବାକୁ ପସନ୍ଦ କରିବେ ।"

ଏହା ବି ପଢନ୍ତୁ
  1. ପଲ୍‌-ଟାଇସନ ଫାଇଟ: ନେଟୱର୍କ ସମସ୍ୟା ପରେ ବି Netflixରେ ମ୍ୟାଚ୍‌ ଦେଖିଲେ 6.5କୋଟି
  2. ଏଣିକି ଫେଭରେଟ୍‌ Sceneର ନିଅନ୍ତୁ ସ୍କ୍ରିନସଟ୍‌; ଅନୁମତି ଦେଲା Netflix

ଜ୍ୟାକସନ ଆହୁରି କହିଥିଲେ, "ବାସ୍ତବରେ ସେହି ଲୋକଙ୍କୁ ଆଣିବାର ଥିଲା ଯେଉଁମାନେ ଶୋ' କିମ୍ବା ସିରିଜ ସହିତ ପରିଚିତ ନୁହନ୍ତି । ଏହାସହିତ ସେମାନଙ୍କୁ ଏହି ଗେମ୍‌ ଖେଳିବାର ସୁଯୋଗ ମଧ୍ୟ ଦେବାର ଥିଲା । ମୋ ବିଚାରରେ ଛୁଟି ଦିନରେ ଲୋକଙ୍କୁ ଆକର୍ଷିତ କରିବା ଲାଗି ଏହା ସବୁଠୁ ପ୍ରକୃ୍ଷ୍ଟ ସମୟ । ଯେଉଁ ଗେମକୁ ଲୋକେ ଦେଖିନାହାନ୍ତି ତାହା ସ୍କୁଇଡ ଗେମ୍‌ ସିଜନ-2ରେ ମଧ୍ୟ ଦେଖିବାକୁ ମିଳିବ ।"

Squid Games ସିଜନ-2ରେ କଳାକାରଙ୍କ ମଧ୍ୟରେ ଲି ଜଙ୍ଗ-ଜେ, ଲି ବ୍ୟୁଙ୍ଗ-ହୁନ, ଲାଇ ହା-ଜୁନ ଓ ଗୋଙ୍ଗ ୟୁ ଭଳି ଜଣାଶୁଣା ଚେହେରା ସାମିଲ ଅଛନ୍ତି । ଏହି ଶୋ'ରେ ୟିମ ସି-ୱୋନ, କାଙ୍ଗ ହା-ନ୍ୟୁଲ, ପାର୍କ ଗ୍ୟୁ-ୟଙ୍ଗ, ଲି ଜିନ-ୟୁକ, ପାର୍କ ସୁଙ୍ଗ-ହୁନ, ୟାଙ୍ଗ ଡୋଙ୍ଗ-ଜେନ, କାଙ୍ଗ ଏ-ସିମ, ଲି ଡେଭିଡ, ଚୋଇ ସେଉଙ୍ଗ-ହ୍ୟୁନ, ରୋହ ଜେ-ୱୋନ ଭଳି କଳାକାର ମଧ୍ୟ ଅଛନ୍ତି । ଜ୍ୟାକସନ କହିଛନ୍ତି ଯେ ଜୋ ୟୁ-ରି ଓ ୱୋନ ଜି-ଆନଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାିଛି ।

ଗେମ୍‌ ଖେଳି ଜିତିପାରିବେ 'ଇନ-ଗେମ୍‌' କ୍ୟାସ୍‌

ଏହି ଗେମ‌୍‌ ଖେଳି ୟୁଜର ଗେମ୍‌ ମଧ୍ୟରେ ଟଙ୍କା (ଯେପରିକି ଡାଏମଣ୍ଡ, କଏନ) କରିପାରିବେ । ଖେଳାଳି ନିଜ ଦ୍ବାରା ଖେଳିଥିବା ପ୍ରତ୍ୟେକ ଏପିସୋଡ ଲାଗି ଗେମ୍‌ ପୁରସ୍କାର ଜିତିପାରିବେ । ଏହା କ୍ୟାସ୍‌, ଟୋକନ, ଓପନ ମିଷ୍ଟ୍ରି ବକ୍ସ ସାମିଲ । ଖେଳାଳିଙ୍କ ପ୍ରତିବଦ୍ଧତା ଲାଗି ଏକ ସ୍ବତନ୍ତ୍ର 'Binge-watcher Skin' ମିଳିବ । ନେଟଫ୍ଲିକ୍ସର କହିବାନୁସାରେ, ସିଜନ-2ର ପ୍ରଥମ ଏପିସୋଡ ନ ଦେଖି ମଧ୍ୟ ଖେଳାଳି କ୍ୟାସ୍‌ ଜିତିପାରିବେ ।

  • ପୁରସ୍କାର 1: 15 ହଜାର ନଗଦ (କୌଣସି ଏପିସୋଡ ନ ଦେଖି ଏହି କ୍ୟାସ ପାଇପାରିବେ)
  • ପୁରସ୍କାର 2: ଗୋଟିଏ ଏପିସୋଡ୍ ଦେଖିବା ପାଇଁ 20 ୱାଇଲ୍ଡ ଟୋକନ୍
  • ପୁରସ୍କାର 3: ଦ୍ବିତୀୟ ଏପିସୋଡ ଦେଖିବା ପାଇଁ 20 ହଜାର କ୍ୟାସ୍‌
  • ପୁରସ୍କାର 4: ତୃତୀୟ ପର୍ଯ୍ୟାୟ ଦେଖିବା ପାଇଁ 25 ୱାଇଲ୍ଡ ଟୋକନ୍
  • ପୁରସ୍କାର 5: ଚତୁର୍ଥ ଏପିସୋଡ଼ ଦେଖିବା ପାଇଁ 25 ହଜାର କ୍ୟାସ୍‌
  • ପୁରସ୍କାର 6: ପଞ୍ଚମ ଏପିସୋଡ଼ ଦେଖିବା ପାଇଁ ୱାଇଲ୍ଡ ଟୋକନ୍
  • ପୁରସ୍କାର 7: ଷଷ୍ଠ ଏପିସୋଡ ଦେଖିବା ପାଇଁ 50 ହଜାର କ୍ୟାସ୍‌
  • ପୁରସ୍କାର 8: ସପ୍ତମ ଏପିସୋଡ ଦେଖିଲେ ବିନି ବିଙ୍ଗେ-ୱାଚର ଆଉଟଫିଟ ପାଇବେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.