ETV Bharat / state

ବୋଲ ମାନୁ ନାହାନ୍ତି ବାବୁ ! ତାଗିଦ ପରେ ଯାଉନାହାଁନ୍ତି ଜିଲ୍ଲା, ସାନି ନିର୍ଦ୍ଦେଶକୁ ବିରୋଧୀଙ୍କ ସମାଲୋଚନା - OFFICERS FOR DISTRICT VISITS

ସେପ୍ଟମ୍ବରରେ ହୋଇଥିଲା ପ୍ରଥମ ନିଷ୍ପତ୍ତି । 5 ମାସରେ ପୁଣି ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ । ବିରୋଧୀ କହିଲେ, ସରକାରଙ୍କ ଅଭିଜ୍ଞତା ନଥିବାରୁ ମାନୁନାହାନ୍ତି ଅଧିକାରୀ ।

ବୋଲ ମାନୁ ନାହାନ୍ତି ବାବୁ ! 5 ମାସରେ ଦ୍ବିତୀୟ ଜିଲ୍ଲା ଗସ୍ତ ନିର୍ଦ୍ଦେଶକୁ ବିରୋଧୀଙ୍କ ସମାଲୋଚନା
ବୋଲ ମାନୁ ନାହାନ୍ତି ବାବୁ ! 5 ମାସରେ ଦ୍ବିତୀୟ ଜିଲ୍ଲା ଗସ୍ତ ନିର୍ଦ୍ଦେଶକୁ ବିରୋଧୀଙ୍କ ସମାଲୋଚନା (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 9:33 AM IST

ଭୁବନେଶ୍ବର: ଜିଲ୍ଲା ଗସ୍ତରେ ଯାଇ ପଞ୍ଚାୟତରେ ରାତି କାଟିବେ ସଚିବ । ଦୁଇ ମାସରେ ଅନୁନ୍ୟ ଦୁଇଦିନ ଜିଲ୍ଲାରେ ରହିବେ ଅଧିକାରୀ । ପଞ୍ଚାୟତରେ ରହି ସରକାରୀ ଯୋଜନାର ତଦାରଖ କରିବେ । ପକେଟରୁ ପଇସା ଦେଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବା ଆହାର କେନ୍ଦ୍ରରେ ଖାଇବେ । ଏମିତି ଏବେ ଚିଠି କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ପାଞ୍ଚ ମାସରେ ଏମିତି ଦ୍ୱିତୀୟ ଚିଠି କରିଛନ୍ତି ଉନ୍ନୟନ କମିଶନର । ସରକାରୀ ବାବୁ ବୋଲ ମାନୁନାହାନ୍ତି ବୋଲି ବିଜେଡି ଅଭିଯୋଗ କରିବା ପରେ ଜବାବ ରଖିଛି ଶାସକ ଦଳ ।

  • ସେପ୍ଟମ୍ବରରେ ହୋଇଥିଲା ପ୍ରଥମ ଚିଠି

ନୂଆ ସରକାର ଆସିବା ପରେ ଗତବର୍ଷ (2025) ସେପ୍ଟେମ୍ବର 4 ତାରିଖରେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ । ମାସକୁ ଦୁଇ ଦିନ ଜିଲ୍ଲାରେ ରହିବେ । ସଚିବଙ୍କୁ ଏନେଇ ଜିଲ୍ଲା ବି ବଣ୍ଟା ଗଲା । ନୂଆ ସରକାର ଆସିବା ପରେ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ବିଭାଗୀୟ ସଚିବମାନେ ଜିଲ୍ଲା ଗସ୍ତରେ ଯିବାକୁ ନିଷ୍ପତ୍ତି ହେଲା । ମାତ୍ର ସରକାରୀ ନିର୍ଦ୍ଦେଶ କାଟୁ କଲାନାହିଁ । ଅଧିକାଂଶ ଜିଲ୍ଲାକୁ ବାବୁମାନେ ଆଦୌ ଯାଇନାହାନ୍ତି । ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପୁନର୍ବାର ଗତମାସ 31 ତାରିଖରେ ଉନ୍ନୟନ କମିଶନର ଚିଠି କରିଛନ୍ତି । ବାବୁମାନେ ଦୁଇ ମାସରେ ଦୁଇ ଦିନ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରି କରିବେ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବା ଆହାର କେନ୍ଦ୍ରରେ ନିଶ୍ଚୟ ଖାଇବେ । ଖାଦ୍ୟର ମାନ ପରଖିବେ । ଜିଲ୍ଲାରେ ରାତି କାଟିବେ । ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହ ଖୋଲା ଆଲୋଚନା କରି ଭଲମନ୍ଦ ପଚାରି ବୁଝିବେ ।

ବୋଲ ମାନୁ ନାହାନ୍ତି ବାବୁ ! 5 ମାସରେ ଦ୍ବିତୀୟ ଜିଲ୍ଲା ଗସ୍ତ ନିର୍ଦ୍ଦେଶକୁ ବିରୋଧୀଙ୍କ ସମାଲୋଚନା (ETV Bharat Odisha)
ସେହିପରି ବିଭାଗୀୟ ବାବୁମାନେ ଅପହଞ୍ଚ ଓ ଆଦିବାସୀ ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି ପହଞ୍ଚିଛି, ତାକୁ ଦେଖିବେ । ସରକାରୀ ଯୋଜନାରେ ଲୋକେ ମୌଳିକ ସୁବିଧା ପାଉଛତି ନା’ ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । କାର୍ଯ୍ୟକାରୀ ହେଉଥିବା ଯୋଜନାର ଟିକିନିଖି ସମୀକ୍ଷା ହେବ । ଅଭିଯୋଗ ଶୁଣାଣିରେ କେତେ ସମଧାନ ହୋଇଛି ତାହାକୁ ମଧ୍ୟ ଯାଞ୍ଚ କରିବେ ସଚିବ । 5 ମାସରେ ସମାନ ପ୍ରସଙ୍ଗକୁ ନେଇ ଦୁଇ ଦୁଇଟି ଚିଠି ପରେ ସରକାରଙ୍କୁ ଘେରିଛି ବିଜେଡି । ବାବୁ ରାଜ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।
  • ବିଜେଡି କହିଲା ବାବୁ ରାଜ

ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି,"ସରକାରୀ ବାବୁମାନଙ୍କୁ ନେଇ ବିଜେପି ଦଳ ବିଜେଡ଼ି ସରକାରକୁ ଦୋଷାରୋପ କରୁଥିଲେ । ବିଜେଡି ନୁହେଁ ବାବୁଙ୍କ ସରକାର ଚାଲୁଥିବା ବିଜେପି ଅଭିଯୋଗ କରୁଥିଲା । ବର୍ତ୍ତମାନ କାହାର ସରକାର ଚାଲିଛି ? କୌଣସି କାର୍ଯ୍ୟରେ ମୁଣ୍ଡ ନପୁରେଇବାକୁ ଆଇଏଏସ ଅଧିକାରୀ କହୁଥିବା ରାଜ୍ୟ ଯୋଗାଣ ମନ୍ତ୍ରୀ ନିକଟରେ କହିଛନ୍ତି । ଯଦି ଜଣେ ମନ୍ତ୍ରୀ ଏତେ ଅସହାୟ, ତେବେ ସରକାର କେତେ ଅସହାୟରେ ଚାଲୁଛି ଅନୁମେୟ । ବାବୁ ମାନେ ବୋଲ ମାନୁ ନାହାନ୍ତି, ଏକଥା ସ୍ପଷ୍ଟ । କାରଣ ଏ ସରକାରର କିଛି ଲକ୍ଷ୍ୟ ନାହିଁ । ଅଫିସରଙ୍କୁ ଦୋଷ ଦିଆଯାଇ ନପାରେ । ସରକାର ଯଦି ଗୋଟେ ରାସ୍ତା ଦେଖେଇବେ, ତେବେ ଜଣେ ଅଧିକାରୀ ସେହି ରାସ୍ତାରେ ଚାଲିବେ ।

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରଙ୍କର ଅଫିସରଙ୍କ ଉପରେ କଣ୍ଟ୍ରୋଲ ନାହିଁ । କାରଣ ବିଜେପି ନେତାଙ୍କର କିଛି ଜ୍ଞାନ ନାହିଁ । ମନ୍ତ୍ରୀଙ୍କର ଜ୍ଞାନ ଥିଲେ ସେ ଅଫିସଙ୍କୁ ବାଟ ଦେଖାନ୍ତେ । ଯେହେତୁ ବିଜେପି ନେତା ଦିଶା ଦେଖାଇ ପାରୁନାହାନ୍ତି, ତେଣୁ ଅଫିସର ସେମାନଙ୍କର ବୋଲ ମାନୁ ନାହାନ୍ତି । ବର୍ତ୍ତମାନ ପୁଣି ଚିଠି କାରିବାକୁ ପଡୁଛି । ଜିଲ୍ଲାକୁ ଯିବାକୁ କହିବାକୁ ପଡୁଛି । 5 ମାସ ତଳେ ଗାଁ'କୁ ଯିବାକୁ କହିଥିଲେ । କେତେ ଜଣ ଅଫିସର ଗାଁ'କୁ ଯାଇଛନ୍ତି, କେତେ ଦିନ ଗାଁ'ରେ କଟେଇଛନ୍ତି । ସରକାର ଏହାର ହିସାବ ଦିଅନ୍ତୁ । ସରକାର ଠିକରେ ଚାଲୁନାହିଁ, ଏଥିରୁ ପ୍ରମାଣିତ ।"

ଏହା ମଧ୍ୟ ପଢନ୍ତୁ:-

Exit Polls 2025: ଆପ ହାତରୁ ଖସିଯିବ କି କ୍ଷମତା, ବିଜେପିକୁ ଦିଲ୍‌ ଦେବ କି ଦିଲ୍ଲୀ ?

୨୦୨୪ରୁ ବଳିଯିବ ୨୦୨୫ର ତାତି ! ୭ ଦିନ ପର୍ଯ୍ୟନ୍ତ ପାଗ ରହିବ ଶୁଖିଲା

  • କେବଳ ଅଧିକାରୀ ନୁହନ୍ତି , ନେତା ମଧ୍ୟ ଗାଁକୁ ଯିବେ: ବିଜେପି

ବିଜେପି ବିଧାୟକ ବିଭୁତି ପ୍ରଧାନ କହିଛନ୍ତି, "ବିରୋଧୀ ଦଳ ଦାଇତ୍ୱ ବିରୋଧୀ ଦଳ ତୁଲାଇବ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । 25 ବର୍ଷରେ ବିଜେଡି ଯେତେ ମୁଦ୍ଦା ଦେଇଛନ୍ତି, ବର୍ଷକ ମଧ୍ୟରେ ସେତେ ଖରାପ କାମ କରିନାହୁଁ । ଜୁନରୁ ଜାନୁଆରୀ ୮ ମାସ ବିତିଲାଣି । ବିକଶିତ ଓଡ଼ିଶା ଗଠନ ପାଇଁ ଡବଲ ଇଞ୍ଜିନ ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ମଧ୍ୟ ନେଇଛନ୍ତି । ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ସାଧାରଣ ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ ଲୋକଙ୍କ ପାଖକୁ ଯିବାର ଢେର ଆବଶ୍ୟକତା ରହିଛି । ହେଲେ ରାତିରେ ସେଠାରେ ରହିବା ବିତର୍କର ବିଷୟ । ବାବୁ ଗାଁ'କୁ ଯାଇ ସମସ୍ୟା ଅନୁଭବ କରିବା ଅସୁବିଧା ନାହିଁ । କେବଳ ବାବୁ ନୁହେଁ ନେତା ମାନେ ମଧ୍ୟ ଅଞ୍ଚଳ ଯିବା ଦରକାର । ଆମେ ମାନେ ଗାଁ ଗହଳରେ ରହୁଛୁ । ସମସ୍ୟା ବିଧାନସଭାରେ ଉଠାଉଛୁ । ଲୋକଙ୍କ ସମସ୍ୟା ସମାଧାନ କରିବା ଲାଗି ମୋହନ ମାଝୀଙ୍କ ସରକାର ଚେଷ୍ଟିତ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଗତ ସରକାରରେ ମନ୍ତ୍ରୀ ଓ ଅଧିକାରୀଙ୍କୁ ଜିଲ୍ଲା ବଣ୍ଟା ଯାଇଥିଲା । ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଥିଲା । କିନ୍ତୁ ସେ ଉଦ୍ୟମ ବିଫଳ ହୋଇଛି । ଅଫିସର ଥରେ ଥରେ ଜିଲ୍ଲା ଯାଇ ସମୀକ୍ଷା କରି ରିପୋର୍ଟ ଦେଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । କାର୍ଯ୍ୟାନୁଷ୍ଠାନ ନିଆନଗଲେ ଥରେ ପରେ ଆଉ କାହିଁକି ସେମାନେ ଯିବେ ? ଏ କଥା ସେତେବେଳେ ହୋଇଥିଲା, ଏବେ ମଧ୍ୟ ହେବ । ଅଫିସରଙ୍କ ସୁପାରିଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନିଆଯିବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.