ETV Bharat / bharat

ମାଘ ପୂର୍ଣ୍ଣିମା ବୁଡ଼ ପାଇଁ ପ୍ରୟାଗରାଜରେ ବଢ଼ିଲା ଭିଡ: ୧୩ ଯାଏଁ ଏହି ରୁଟ୍‌ରେ ଯିବା ମନା - MAHA KUMBH 2025

ଫେବୃଆରୀ ୧୨ରେ ମାଘ ପୂର୍ଣ୍ଣିମା ସ୍ନାନ । ମହାକୁମ୍ଭ ବୁଡ଼ ପାଇଁ ଭିଡ଼ ନିୟନ୍ତ୍ରଣ କରିବାକୁ ଯୋଗୀ ସରକାରଙ୍କ ନୂଆ ଟ୍ରାଫିକ ନିୟମ ।

ପ୍ରୟାଗରାଜରେ ବଢିଲା ଭିଡ
ପ୍ରୟାଗରାଜରେ ବଢିଲା ଭିଡ (ETV Bharat)
author img

By ETV Bharat Odisha Team

Published : Feb 11, 2025, 1:36 PM IST

Updated : Feb 11, 2025, 5:56 PM IST

ପ୍ରୟାଗରାଜ: 30 ଦିନରେ ପହଞ୍ଚିଲାଣି ମହାକୁମ୍ଭ ମେଳା । କିନ୍ତୁ ଏବେ ବି ସେହି ସଂଖ୍ୟାରେ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ସ୍ନାନ କରୁଛନ୍ତି । ଆସନ୍ତା ଫେବୃଆରୀ 12ରେ ମାଘ ପୂର୍ଣ୍ଣିମା ସ୍ନାନ ଅଛି । ଏହା ପୂର୍ବରୁ ଶନିବାର ସକାଳୁ ପୁଣିଥରେ ପ୍ରୟାଗରାଜ ଜାମ୍‌ ହୋଇଛି । ଭିଡ ନିୟନ୍ତ୍ରଣ ପାଇଁ ସିଏମ ଯୋଗୀ ଅନେକ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି । ଏହା ସହ ମାଘ ପୂର୍ଣ୍ଣିମାରେ ଭିଡ ବଢିବା ସମ୍ଭାବନାକୁ ଦେଖି ନୂଆ ଟ୍ରାଫିକ ପ୍ଲାନ ବି ଲାଗୁ କରିଦିଆଯାଇଛି । ଯେଉଁଥିପାଇଁ 10 ଫେବୃଆରୀ ରାତି 8ଟାରୁ 13 ଫେବୃଆରୀ ସକାଳ 8ଟା ପର୍ଯ୍ୟନ୍ତ ଅନେକ ଗାଡିମୋଟରରେ କଟକଣା ଲଗାଯାଇଛି ।

  • ମହାକୁମ୍ଭ ମେଳାକୁ ଯିବା ଆସିବା ରାସ୍ତା ଅଲଗା

ମହାକୁମ୍ଭ ମେଳାକୁ ଯିବା ଆସିବା ରାସ୍ତାକୁ ଅଲଗା କରି ଦିଆଯାଇଛି । ଶ୍ରଦ୍ଧାଳୁ ମାନେ ଜିଟି ଜବାହାର ମାର୍ଗ ଦେଇ ମେଳାକୁ ପ୍ରବେଶ କରିବେ । ଏହାପରେ କାଳୀ ରାମ୍ପ ଦେଇ ସଙ୍ଗମ ଉପର ମାର୍ଗ ଦେଇ ଘାଟରେ ପହଞ୍ଚିବେ । ସେଠାରେ ସ୍ନାନ ପରେ ଅକ୍ଷୟବଟ ମାର୍ଗ ହୋଇ ଇଣ୍ଟରଲକିଂ ରାସ୍ତା ଦେଇ ଫେରିବେ । ଏହାପରେ ତ୍ରବେଣୀ ମାର୍ଗ ଦେଇ ଶ୍ରଦ୍ଧାଳୁ ମେଳାରୁ ବିଦାୟ ନେବେ ।

ପ୍ରୟାଗରାଜରେ ବଢିଲା ଭିଡ
ପ୍ରୟାଗରାଜରେ ବଢିଲା ଭିଡ (ETV Bharat)
  • ଡ୍ରୋନରୁ ମହାକୁ୍ମ୍ଭ ଭିଡ

ମହାକୁମ୍ଭରେ ଲଗାତାର ଲୋକଙ୍କ ଭିଡ ବଢିବାରେ ଲାଗଛି । ବହୁମାତ୍ରାରେ ଶ୍ରଦ୍ଧାଳୁ ବୁଡ ପକାଇବା ପାଇଁ ଗଙ୍ଗାକୂଳରେ ପହଞ୍ଚୁଛନ୍ତି । ଡ୍ରୋନ କ୍ୟାମେରା ଘାଟର ଜବରଦସ୍ତ ଭିଡକୁ କଏଦ କରିଛି ।

  • STF ମୁଖ୍ୟଙ୍କୁ ଦାୟିତ୍ବ

ତ୍ରିବେଣୀ ସଙ୍ଗମରେ ଆସ୍ଥା ବୁଡ ପକାଇବାକୁ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗାଘାଟରେ ପହଞ୍ଚୁଛନ୍ତି । ଆସନ୍ତାକାଲି ମାଘ ପୂର୍ଣ୍ଣିମା ସ୍ନାନ ରହିଛି । ଏଭଳି କ୍ଷେତ୍ରରେ ଆଜି ଅଧିକରୁ ଅଧିକ ଲୋକେ ପ୍ରୟାଗରାଜ ପହଞ୍ଚୁଛନ୍ତି । ଭିଡ କାରଣରୁ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ଆଲର୍ଟରେ ଖୋଦ ମୁଖ୍ୟମନ୍ତ୍ରୀ । ସୋମବାର ସନ୍ଧ୍ୟାରେ STF ମୁଖ୍ୟ ଅମିତାଭ ୟଶଙ୍କୁ ପ୍ରୟାଗରାଜ ପଠାଇ ଦେଇଛନ୍ତି ଯୋଗୀ । ଏହା ସହ 50ରୁ ଅଧିକ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • ସିଏମଙ୍କ ସମୀକ୍ଷା ବୈଠକ

ମହାକୁମ୍ଭ ମେଳାରେ ଆସନ୍ତାକାଲି ମାଘ ପୂର୍ଣ୍ଣିମା ସ୍ନାନ ଅଛି । ଏହା ପୂର୍ବରୁ ପ୍ରୟାଗରାଜରେ ଅସମ୍ଭାଳ ଭିଡ । ସମସ୍ତ ମୁଖ୍ୟ ରାସ୍ତାରେ ଗାଡି ଚାଳକଙ୍କୁ ଅସମ୍ଭାଳ ଭିଡର ସାମନା କରିବାକୁ ପଡୁଛି । କାଲି ମେଳାରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିବାର ଅନୁମାନ କରାଯାଉଛି । ଏଥିଯୋଗୁଁ ବଡ ଧରଣର ପ୍ରସ୍ତୁତି ଚାଲିଛି । ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆୟୋଜନର ସମୀକ୍ଷା ବୈଠକ କରିଛନ୍ତି ।

ହେଲପ୍‌ଲାଇନ ନମ୍ବର ଜାରି

  • ମୁଖ୍ୟମନ୍ତ୍ରୀ 1076
  • ପୋଲିସ ଆପତ୍ତକାଳୀନ ସେବା 112
  • ଅଗ୍ନିଶମ 101
  • ପ୍ରୟାଗରାଜ ନଗର ହେଲପ୍‌ଲାଇନ 1920
  • ଆମ୍ବୁଲାନ୍ସ 108
  • ମହିଳା ଓ ଶିଶୁ ହେଲପଲାଇନ 1098
  • କୁମ୍ଭ ହେଲପଲାଇନ 1944
  • ଗର୍ଭବତୀ ମହିଳା ଓ ନବଜାତକଙ୍କ ସେବା 102
  • ୟୁପି ରୋଡୱେଜ ହେଲପଲାଇନ 18001802877

ମହାକୁମ୍ଭ ମେଳାରେ କଣ କରିବେ

  • ସଙ୍ଗମ ଘାଟ ପହଞ୍ଚିବା ପାଇଁ ଭିନ୍ନ ଭନ୍ନ ଲେନ୍‌ରେ ଯାଆନ୍ତୁ
  • ସ୍ନାନ ଓ ଦର୍ଶନ ପରେ ସିଧାସଲଖ ପାର୍କିଂକୁ ଯାଆନ୍ତୁ
  • ମନ୍ଦିର ଦର୍ଶନ ପାଇଁ ଲାଇନ୍‌ରେ ଯାଆନ୍ତୁ
  • ଆବଶ୍ୟକସ୍ଥଳେ ପୋଲିସର ସହାୟତା ନିଅନ୍ତୁ
  • ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯାଞ୍ଚ ପାଇଁ ନିକଟସ୍ଥ ସେକ୍ଟରର ହସ୍ପିଟାଲ ଯାଆନ୍ତୁ
  • ବ୍ୟାରିକେଡ ଓ ଲାଇନ୍‌ରେ ଥିବାବେଳେ ଧୈର୍ଯ୍ୟ ଧରନ୍ତୁ
  • କାଗଜ, ଝୋଟ ଭଳି ଇକୋ ଫ୍ରେଣ୍ଡଲୀ ବାସନ ବ୍ୟବହାର କରନ୍ତୁ
  • ସମସ୍ତ ଘାଟ ସଙ୍ଗମ ଘାଟ
  • ଯେଉଁ ଘାଟରେ ପହଞ୍ଚୁଛନ୍ତି ସେଠାରେ ହିଁ ସ୍ନାନ କରନ୍ତୁ

କଣ ନ କରିବେ

  • ଗୋଟିଏ ସ୍ଥାନରେ ସ୍ନାନ ପାଇଁ ଏକାଧିକ ଲୋକେ ଏକତ୍ରିତ ହୁଅନ୍ତୁ ନାହିଁ
  • କୌଣସି ବି ପରିସ୍ଥିତିରେ ଯିବା ଆସିବା ବାଟ ଗୋଟିଏ କରନ୍ତୁ ନାହଁ
  • ମେଳାରେ ଗୁଜବରୁ ଦୂରରେ ରୁହନ୍ତୁ
  • ମନ୍ଦିର ଦର୍ଶନ ପାଇଁ ତରବରିଆ ହୁଅନ୍ତୁ ନାହିଁ
  • ରାସ୍ତାରେ ଅଟକି ଅବରୋଧ ସ୍ଥିତି କରନ୍ତୁ ନାହିଁ
  • ଭୁଲ ଖବର ପ୍ରଚାର କରନ୍ତୁ ନାହିଁ
  • ବ୍ୟବସ୍ଥାକୁ ନେଇ ଅଯଥା ବିବାଦ କରନ୍ତୁନି
  • ପବିତ୍ର ସ୍ନାନ ପାଇଁ ତରବରିଆ ହୁଅନ୍ତୁ ନାହିଁ
  • ପ୍ଲାଷ୍ଟିକ ପାତ୍ରର ବ୍ୟବହାର କରନ୍ତୁ ନାହିଁ
  • ଏହି ତିନି ସହରରେ ସ୍କୁଲ କଲେଜ ଛୁଟି

ପ୍ରୟାଗରାଜ ମହାକୁମ୍ଭ ଭିଡ ଆଗରେ ଯେମିତି ଉତ୍ତର ପ୍ରଦେଶ ଛୋଟ ପଡିଯାଇଛି । ପ୍ରୟାଗରାଜ ସମେତ ଉତ୍ତର ପ୍ରଦେଶରେ ଯୁଆଡେ ଚାହଁଲେ ସିଆଡେ ଜନସମୁଦ୍ର । ରାଜ୍ୟର ତୀର୍ଥସ୍ଥାନରେ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ବାରଣାସୀ, ମିର୍ଜାପୁର ଓ ଅଯୋଧ୍ୟାରେ ଅସମ୍ଭାଳ ଭିଡ । ଏତେ ସବୁ ବ୍ୟବସ୍ଥା ପରେ ବି ସ୍ଥିତି ଅସମ୍ଭାଳ ହେବାରୁ ଏହି ସହରରେ ସ୍କୁଲ କଲେଜ ଛୁଟି କରିଦିଆଯାଇଛି । ବାରଣାସୀରେ ଯେଉଁ ସ୍କୁଲ ଗୁଡିକ 10 ତାରିଖରେ ଖୋଲା ଥିଲା ସେଗୁଡିକ ପୁଣିଥରେ 14 ଫେବୃଆରୀ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମିର୍ଜାପୁର ସଦର ତହସିଲରେ ସମସ୍ତ ବୋର୍ଡରେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ 11 ରୁ 13 ତାରିଖ ଯାଏଁ ଛୁଟି ରହିବ । ରାମ ନଗରୀ ଅଯୋଧ୍ୟାରେ ମଧ୍ୟ ସମାନ ସ୍ଥିତି । 11ରୁ 14 ତାରିଖ ଯାଏଁ ଅଯୋଧ୍ୟାର ସମସ୍ତ ସ୍କୁଲ ବନ୍ଦ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

  • 200ରୁ 300 କିଲୋମିଟର ଯାଏଁ ଜାମ୍‌

ଦିନକ ପୂର୍ବରୁ ମଧ୍ୟପ୍ରଦେଶର ରାଜରାସ୍ତାରେ ପଛକୁ ପଛ ଅଟକିଥିଲା ହଜାର ହଜାର ସଂଖ୍ୟାରେ ଗାଡି । ମଧ୍ୟପ୍ରଦେଶ ଆଡୁ ପ୍ରୟାଗରାଜ ଆସୁଥିବା ଗାଡି ଗୁଡିକୁ ଅଟକାଇଥିଲା ମଧ୍ୟ ପ୍ରଦେଶ ପୋଲିସ । ଯେଉଁଥିପାଇଁ ସୋସିଆଲ ମିଡିଆରେ ‘‘ବିଶ୍ବର ସର୍ବବୃହତ ଟ୍ରାଫିକ ଜାମ’’ ଟ୍ରେଣ୍ଡିଂ କରୁଥିଲା । ପାଖାପାଖି 200 ରୁ 300 କିଲୋମିଟର ପର୍ଯ୍ୟନ୍ତ ଗାଡି ଗୁଡିକ ଧାଡି କରି ଅଟକି ରହିଥିଲେ । ପ୍ରଶାସନର ଟ୍ରାଫିକ ବ୍ୟବସ୍ଥା ପରିଚାଳନାକୁ ନେଇ ସ୍ବର ଉଠାଇଥିଲେ ଶ୍ରଦ୍ଧାଳୁ । ଫରିଦାବାଦରୁ ଆସୁଥିବା ଶ୍ରଦ୍ଧାଳୁ ଅସନ୍ତୋଷ ଜାହିର କରିଥିଲେ । ସେମାନେ କହିଥିଲେ ‘‘ମାତ୍ର 4 ଘଣ୍ଟାର ରାସ୍ତା ପାଇଁ ଆମେ 24 ଘଣ୍ଟା ରାସ୍ତାରେ ଅଟକି ରହିଲୁ।’’

  • କୁମ୍ଭମେଳାରୁ 2 ଲକ୍ଷ କୋଟି ଟଙ୍କା ରାଜସ୍ବ

ମହାକୁମ୍ଭ ମେଳାରେ 40 କୋଟି ଶ୍ରଦ୍ଧାଳୁଙ୍କ ଆସିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା 44 କୋଟି ଟଙ୍କା ଶ୍ରଦ୍ଧାଳୁ ମହାକୁମ୍ଭରେ ବୁ଼ଡ ପକାଇ ସାରିଲେଣି । ଦେଶର ସମସ୍ତ ପ୍ରଦେଶରୁ ମହାକୁମ୍ଭରେ ଏହି ସମୟରେ କନେକ୍ଟିଭିଟି ରହଛି । ସୁଗମ୍ୟ ଓ ସୁବିଧାଜନକ ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ମହାକୁମ୍ଭ ମେଳାରେ ପାଖାପାଖି 2 ଲକ୍ଷ କୋଟି ଟଙ୍କା ରାଜସ୍ବ ଆଦାୟ ହେବା ନେଇ ଅନୁମାନ କରାଯାଉଛି ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ ।

ଏହା ମଧ୍ୟ ପଢନ୍ତୁ 350 କିଲୋମିଟର ଯାଏଁ ଟ୍ରାଫିକ୍‌ ଜାମ, ଜାଣନ୍ତୁ କେଉଁଠି 12 ଦିନ ରାସ୍ତାରେ ଫସିଥିଲେ ଲୋକେ ?

ଏହା ମଧ୍ୟ ପଢନ୍ତୁ ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • ଅମୃତ ସ୍ନାନ ତିଥିରେ ବନ୍ଦ ରହିବ ଭିଆଇପି ପ୍ରୋଟୋକଲ୍

ପୂର୍ବରୁ ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ସ୍ଥାନ ଫାଙ୍କା ରଖିବାକୁ କୁହାଯାଇଥିଲା । ଅମୃତ ସ୍ନାନ ସମୟରେ କୁମ୍ଭ ନଗରୀର ଭିଆଇପି ପ୍ରୋଟୋକଲ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ୍‌ ଫୋର୍ସ, ସ୍ବେଚ୍ଛାସେବୀ, ମେଡିକାଲ ଟିମ୍‌, ରାପିଡ ଆକ୍ସନ ଟିମ୍‌ ପ୍ରମୁଖ ମୁତୟନ ରହିଥିଲେ । ମୌନି ଅମାବାସ୍ୟା ପରି ସ୍ଥିତି ସୃଷ୍ଟି ନହେବା ପାଇଁ ସବୁସ୍ତରରେ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବା ଓ ଏଥିରେ ସାମାନ୍ୟ ଅବହେଳା ନହେବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ ।

  • ଯାଇଥିଲା 30 ଶ୍ରଦ୍ଧାଳୁଙ୍କ ଜୀବନ

ମୌନି ଆମାବାସ୍ୟାରେ ଅମୃତ ସ୍ନାନ ତିଥି ଥିବା କାରଣରୁ ସଙ୍ଗମରେ ପ୍ରାୟ 5 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାତ୍ରାଧିକ ଭିଡ କାରଣରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଦଳାଚକଟାରେ 30 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏକାଧିକ ଗୁରୁତରଙ୍କ ସହ 60ରୁ ଅଧିକ ଆହତ ହୋଇଥିଲେ । ଅନେକ ଶ୍ରଦ୍ଧାଳୁ ସେମାନଙ୍କ ପରିଜନଙ୍କଠାରୁ ମଧ୍ୟ ଅଲଗା ହୋଇଯାଇଥିଲେ । ମହାକୁମ୍ଭ ପରି ମହାଆଧ୍ୟାତ୍ମିକ ସଙ୍ଗମରେ ଏପରି ଦୁଖଃଦ ଘଟଣା ପୁରା ଦେଶକୁ ସ୍ତବ୍ଦ କରିଦେଇଥିଲା ।

Last Updated : Feb 11, 2025, 5:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.