ETV Bharat / bharat

ଆଉ ଡର ଲାଗିବନି ପରୀକ୍ଷା, ଆପଣାନ୍ତୁ ଏହି 6ଟି ସ୍ମାର୍ଟ ଉପାୟ - EXAMINATION PREPARATION

ପ୍ରସ୍ତୁତି ଯେମିତି ହେଉନା କାହିଁକି କିଛି ଦିନ ମଧ୍ୟରେ ଯଦି ଛାତ୍ରଛାତ୍ରୀ ଏହି ସହଜ ରାସ୍ତା ଆପଣାନ୍ତି ଆଉ କଷ୍ଟ ଲାଗିବନି ପରୀକ୍ଷା ।

ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ (OSEPA)
author img

By ETV Bharat Odisha Team

Published : Feb 11, 2025, 5:55 PM IST

ହାଇଦ୍ରାବାଦ: ଆଉ କିଛି ଦିନ ପରେ ଆରମ୍ଭ ହେବ ପରୀକ୍ଷା ଋତୁ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ପରୀକ୍ଷାର୍ଥୀ । କିନ୍ତୁ ପରୀକ୍ଷା ଆସିବା କ୍ଷଣି ଅଧିକାଂଶ ଛାତ୍ରଛାତ୍ରୀ ବିଚଳିତ ହୋଇପଡନ୍ତି । ସାଧାରଣତଃ ପରୀକ୍ଷା ଋତୁ ଆସିଲେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । କେତେବେଳେ ପ୍ରସ୍ତୁତିକୁ ନେଇ ତ ପୁଣି କେତେବେଳେ ଫଳାଫଳକୁ ନେଇ ଚିନ୍ତିତ ହୋଇପଡନ୍ତି ଛାତ୍ରଛାତ୍ରୀ । ଆମେ ଆପଣଙ୍କୁ କହିବୁ ପରୀକ୍ଷାର ସହଜ ଉପାୟ । ଏଣିକି ପରୀକ୍ଷା କଥା ଶୁଣିଲେ ଆଉ ଛାନିଆଁ ଲାଗିବନି। ବ୍ୟତିବ୍ୟସ୍ତ ହେବେନି ଛାତ୍ରଛାତ୍ରୀ । ପ୍ରସ୍ତୁତି ଯେମିତି ହେଉନା କାହିଁକି କିଛି ଦିନ ମଧ୍ୟରେ ଯଦି ଛାତ୍ରଛାତ୍ରୀ ଏହି ସହଜ ରାସ୍ତା ଆପଣାନ୍ତି ଆଉ କଷ୍ଟ ଲାଗିବନି ପରୀକ୍ଷା ।

କେବଳ ପାଠ ପଢିଲେ ହେବନି ସ୍ବାସ୍ଥ୍ୟକର ପରିବେଶ, ସକରାତ୍ମକ ଚିନ୍ତାଧାରା ଓ ପାଠପଢା ଶୈଳୀରେ କିଛିଟା ପରିବର୍ତ୍ତନ କଲେ ଛାତ୍ରଛାତ୍ରୀ ନିଶ୍ଚିତ ରୂପେ ଭଲ ଫଳ ଲାଭ କରିବେ। ପରୀକ୍ଷାର୍ଥୀ ମାତ୍ର ଏହି 6ଟି ଉପାୟ ଆପଣାଇ ନିଶ୍ଚିତ ଭଲ ଫଳ ଆଶା କରିପାରିବେ ।

ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ (ETV Bharat)
  • ଉପଯୁକ୍ତ ଟାଇମ ଟେବୁଲ

ଅଧିକାଂଶ ଛାତ୍ରଛାତ୍ରୀ ବର୍ଷ ଯାକ ବିଲକୁଲ ପାଠ ପଢନ୍ତି ନାହିଁ । ବରଂ ଶେଷ ମହୂର୍ତ୍ତରେ ବର୍ଷକର କୋର୍ସ ଶେଷ କରିବାକୁ ଚେଷ୍ଟା କରନ୍ତି । ଯାହାଫଳରେ ସେମାନେ ଷ୍ଟ୍ରେସ ଅନୁଭବ କରିଥାନ୍ତି । ଏଣୁ ବିଶେଷଜ୍ଞଙ୍କ ମତରେ ବର୍ଷ ଆରମ୍ଭରୁ ପଢିବା ଆରମ୍ଭ କରନ୍ତୁ । ଯାହାପରେ ସେମାନଙ୍କୁ ପୁନଃଅଭ୍ୟାସ କରିବାକୁ ସମୟ ମିଳିବ । ଏକ ଟାଇମ ଟେବୁଲ ପ୍ରସ୍ତୁତ କରି ବର୍ଷ ଆରମ୍ଭରୁ ପଢିଲେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବା ସହ ପରୀକ୍ଷାକୁ ମୁକାବିଲା କରିପାରିବେ ।

  • 7ରୁ 8 ଘଣ୍ଟା ନିଦ୍ରା

ବହୁ ଛାତ୍ରଛାତ୍ରୀ ଠିକ୍‌ ପରୀକ୍ଷା ସମୟରେ ଦିନ ରାତି ଏକ କରି ପାଠ ପଢିଥାନ୍ତି । କମ ସମୟ ମଧ୍ୟରେ ସେମାନେ ସମ୍ପୂର୍ଣ୍ଣ କୋର୍ସ ସାରିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ପରୀକ୍ଷା ସମୟରେ ସେମାନେ କମ୍‌ ଶୋଇଥାନ୍ତି । କେତେବେଳେ ବିଳମ୍ବିତ ରାତି ଯାଏ ପାଠପଢା ତ ପୁଣି କେତେବେଳ ଭୋରରୁ ଉଠି ପଢିଥାନ୍ତି । ପ୍ରକୃତରେ ଉପଯୁକ୍ତ ନିଦ୍ରା ହିଁ ଲାଭଦାୟକ ହୋଇଥାଏ । ପାଠପଢାରେ ଏକାଗ୍ରତା, ସ୍ମରଣ ଶକ୍ତି ବୃଦ୍ଧି ଓ ମାନସିକ ସ୍ବାସ୍ଥ୍ୟକୁ ସୁସ୍ଥ ରଖିଥାଏ ଉତ୍ତମ ନିଦ୍ରା ।

  • ଏକ ନିର୍ଦ୍ଧାରିତ ସମୟରେ ଶୋଇବା ଉଠିବା ଅଭ୍ୟାସ କରନ୍ତୁ।
  • ପ୍ରତିଦିନ 7 ରୁ 8 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।
  • ଶୋଇବାର ତିରିଶ ମିନିଟ ପୂର୍ବରୁ ଫୋନ ଓ ଲାପଟପ ଠୁ ଦୂରେଇ ରୁହନ୍ତୁ।
  • ଆରାମଦାୟକ ନିଦ୍ରା ପରିବେଶ ପାଇଁ ଚେଷ୍ଟା କରନ୍ତୁ ।
  • ପାଠପଢାରୁ ବ୍ରେକ୍‌ ନିଅନ୍ତୁ

ଘଣ୍ଟାଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ପଢିବା ହାନିକାରକ ହୋଇଥାଏ । ବାସ୍ତବରେ ବିଶେଷଜ୍ଞ କୁହନ୍ତି ଯେ ପାଠପଢାରେ ବ୍ରେକ ନିଅନ୍ତୁ । 20 ରୁ 30 ମିନିଟ ପଢିବା ପରେ ଏକ ଛୋଟିଆ ବ୍ରେକ ନିଅନ୍ତୁ । ଏହାପରେ ପୁଣି ଥରେ ପାଠପଢା ଆରମ୍ଭ କରନ୍ତୁ। ଏଭଳି ପ୍ରକ୍ରିୟା ଦ୍ବାରା ମସ୍ତିଷ୍କ ଫ୍ରେଶ୍‌ ରହିବା ସହ ସକ୍ରିୟ ହୋଇଉଠେ ।

ଏହା ମଧ୍ୟ ପଢନ୍ତୁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଏକ ଅଭୂତପୂର୍ବ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ଏହା ମଧ୍ୟ ପଢନ୍ତୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା, ଶୃଙ୍ଖଳିତ ଏବଂ କପି ମୁକ୍ତ କରିବାକୁ ପ୍ରସ୍ତୁତି

ସକରାତ୍ମକ ରହି ସାହାଯ୍ୟ ନିଅନ୍ତୁ

  • ସକରାତ୍ମକ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କୁ ଚିନ୍ତାମୁକ୍ତ ରଖିଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି
  • ବିଫଳତାର ଭୟ ଅପେକ୍ଷା ମନୋବଳକୁ ଦୃଢ ରଖନ୍ତୁ
  • ଯଦି ବେଶୀ ଚିନ୍ତିତ ଅନୁଭବ କରୁଛନ୍ତି ଶିକ୍ଷକ ବା କାଉନ୍ସିଲରଙ୍କ ସହଯୋଗ ନିଅନ୍ତୁ
  • ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ସାହାଯ୍ୟ ନିଅନ୍ତୁ

ବ୍ୟାୟାମ କରନ୍ତୁ

  • ପ୍ରତିଦିନ ଶାରିରୀକ କାର୍ଯ୍ୟ ବୃଦ୍ଧି ଚିନ୍ତା ଦୂର କରିବା ସହ ଏକାଗ୍ରତା ସୃଷ୍ଟ କରେ
  • ପ୍ରତିଦିନ 30 ମିନିଟ ବ୍ୟାୟାମ କରନ୍ତୁ
  • ଚାଲିବା, ଦୌଡିବା ଓ ଯୋଗ ଆଦି ଶରୀରକୁ ଉର୍ଜାକ୍ଷମ କରିଥାଏ
  • ପ୍ରତିଦିନ ଶ୍ବାସକ୍ରିୟା ଜନିତ ବ୍ୟାୟାମ ମସ୍ତିଷ୍କକୁ ଶାନ୍ତ ରଖିଥାଏ
  • ନାକ ଦ୍ବାରା ଜୋରରେ ନିଶ୍ବାସ ନେଇ କିଛି ସମୟ ଶରୀର ଭିତରେ ରଖି ଧୀରେଧୀରେ ପାଟି ଦ୍ବାରା ନିଶ୍ବାସ ଛାଡନ୍ତୁ

ଉଚିତ ପରମାଣର ଖାଦ୍ୟ ଖାଆନ୍ତୁ

  • ପ୍ରତିଦିନ ସଠିକ ମାତ୍ରାରେ ଖାଦ୍ୟାଭାସ ଚିନ୍ତାମୁକ୍ତ ରଖିଥାଏ । ପ୍ୟାକେଟ ଖାଦ୍ୟ, ଚିନିଯୁକ୍ତ ସ୍ନାକସ ଆଦିରୁ ଦୂରେଇ ରୁହନ୍ତୁ
  • ଖାଦ୍ୟରେ ଅଣ୍ତା, କଖାରୁ ମଞ୍ଜି,ଡାର୍କ ଚକୋଲେଟ,ଦହି,ଓମେଗା 3 ଯୁକ୍ତ ମାଛ ଖାଆନ୍ତୁ ।
  • ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା

ନିକଟରେ ପରୀକ୍ଷା ପେ'ଚର୍ଚ୍ଚା'-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହିତ ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଥିଲେ।

  • ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା ମନ୍ତ୍ର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରସ୍ଥ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା "ପରୀକ୍ଷା ପେ ଚର୍ଚ୍ଚା ୨୦୨୫" କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଛନ୍ତି। ସେ କହିଛନ୍ତି ‘‘ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ସମୟ ଠାରୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ଉଚିତ। ନିଜକୁ ମାନସିକ ସ୍ତରରେ ଦୃଢ ରଖି ଏବଂ ପରୀକ୍ଷା ସମୟରେ ଷ୍ଟ୍ରେସରେ ନଆସି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢିବା ଉଚିତ। ପରୀକ୍ଷା ପ୍ରତି କେବେ ହେଲେ ନିଜର ଭୟ ରଖିବ ନାହିଁ। ଭୟ ଆସିଗଲେ, ମନରୁ ଏକାଗ୍ରତା ଚାଲିଯାଏ। ଏକାଗ୍ରତା ପାଇଁ ଟିକେ ରିଲାକ୍ସ ହେବା ଦରକାର। ଏଣୁ ଅଧିକ ସମୟ ଏକାଗ୍ର ଚିତ୍ତରେ ପାଠ ପଢିବା ପାଇଁ, ପଢା ମଝିରେ ୫/୧୦ ମିନିଟ ପାଇଁ ବିରତି ନେଇ ପୁଣିଥରେ ମନଦେଇ ପଢିବ। ’’

ପାଠପଢା ଓ ଡିଜିଟାଲ ଉପକରଣ ବ୍ୟବହାର ବିଷୟରେ ଆଲୋଚନା କରି ସେ କହିଥିଲେ ଯେ, ‘‘ପଢା ସମୟରେ ଡିଜିଟାଲ ଉପକରଣ ଅତ୍ୟନ୍ତ କମ ବ୍ୟବହାର କରିବା ଉଚିତ। ବିଶେଷ କରି ପରୀକ୍ଷା ସମୟରେ ମୋବାଇଲ ଠାରୁ ଦୁରେଇ ରହିବା ଆବଶ୍ୟକ। ପରୀକ୍ଷା ବେଳେ ମନ ଅସ୍ଥିର ନକରି, ଏହା ପୂର୍ବରୁ ଛୋଟ ଛୋଟ ପଏଣ୍ଟ ପ୍ରସ୍ତୁତ କରି, ମୂଳଦୁଆ କ୍ଲିଅର କରି ବାରମ୍ବାର ରିଭାଇଜ କରି ପରୀକ୍ଷା ଦେବାକୁ ଯାଅ। ପାଠ ପଢ଼ିବା ପାଇଁ ଏବଂ ମନେ ରଖିବା ପାଇଁ, ବ୍ରାହ୍ମ ମୁହୂର୍ତ୍ତ ସବୁଠାରୁ ପ୍ରକୃଷ୍ଟ ସମୟ’’। ଏହି ସମୟରେ ପାଠ ପଢିଲେ ଅତିଶୀଘ୍ର ପାଠ ମନେ ରୁହେ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.