ETV Bharat / state

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ବହିଷ୍କୃତ CRPF ଯବାନ - CRPF JAWAN URGES EUTHANASIA

ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ପୁନଃନିଯୁକ୍ତି ମିଳୁନଥିବାରୁ ରାଷ୍ଟ୍ରପତିଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ ।

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ପୂର୍ବତନ CRPF ଅଧିକାରୀ
ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ପୂର୍ବତନ CRPF ଅଧିକାରୀ (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 10:35 AM IST

Updated : Feb 6, 2025, 10:54 AM IST

ବଲାଙ୍ଗୀର: " ଘର ଗଲା, ଦ୍ବାର ଗଲା, ଧନ-ସମ୍ପତ୍ତି ବି ଗଲା, ସବୁ ହରାଇବା ପରେ ଆଉ ବଞ୍ଚି କି ଲାଭ ? ମୋତେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ।" ଏହା ହେଉଛି ଜଣେ ବହିଷ୍କୃତ ‘ସିଆରପିଏଫ’ ଯବାନଙ୍କ କଥା । ଚାକିରି ହରାଇବା ପରେ, ନ୍ୟାୟ ପାଇଁ ଅଦାଲଦ ଦୌଡି ଦୌଡ଼ି ସର୍ବସ୍ବାନ୍ତ ହୋଇଥିବା ବଲାଙ୍ଗୀରର ସୁଧୀର ଦାସ, ଶେଷରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଅନୁମତିି ପାଇଁ ଚିଠି ଲେଖିଛନ୍ତି । ଆସନ୍ତୁ ଜାଣିବା ସୁଧୀରଙ୍କ ଇଚ୍ଛାମୃତ୍ୟୁ ଦାବି ପଛର ପୂରା କାହାଣୀ ।...

  • କଣ ଥିଲା ପୂରା ମାମଲା

ସୁଧୀର ଦାସ । 2008 ମସିହାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ରେ ନିଯୁକ୍ତି ପାଇଥିଲେ । ଚାକିରିର ଦୁଇ ବର୍ଷ ପରେ 2010 ମସିହାରେ ତାଙ୍କ ବିରୋଧରେ ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ଯେଉଁଥିରେ ସେ ଗିରଫ ହୋଇ ଜେଲ ଯାଇଥିଲେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭାବେ ମଧ୍ୟ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା । 2018ରେ ବଲାଙ୍ଗୀର ‘ଜେଏମଏଫସି’ ଅଦାଲତ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । ପରେ ସେ ‘ସିଆରପିଏଫ’ରେ ପୁନଃନିଯୁକ୍ତି ଆବେଦନ ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ୨୦୨୪ ନଭେମ୍ବର ୨୦ ତାରିଖରେ ରାୟ ଶୁଣାଇଥିଲେ । ହାଇକୋର୍ଟ ଏହି ରାୟ ଉପରେ ପୁନର୍ବିଚାର ସହିତ ତାଙ୍କୁ ଚକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ନଦେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଦୀର୍ଘ ୯୦ ଦିନ ବିତିଥିଲେ ସୁଦ୍ଧା ‘ସିଆରପିଏଫ’ ପକ୍ଷରୁ ଏହାକ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ସୁଧୀର ।

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟ ମାଗିଲେ ପୂର୍ବତନ CRPF ଅଧିକାରୀ (ETV Bharat Odisha)
  • ୧୪ ବର୍ଷର ଆଇନଗତ ଲଢ଼େଇ:

ଦୀର୍ଘ 14 ବର୍ଷର ଆଇନଗତ ଲଢ଼େଇ ଲଢିବା ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ । ସୁଧୀରଙ୍କ ଅଭିଯୋଗ, ଏବେ ‘ସିଆରପିଏଫ’ ତାଙ୍କୁ ପୁନର୍ବାର ଚାକିରି ଦେଉନାହିଁ । ଫଳରେ ତାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେବାକୁ ରାଷ୍ଟ୍ରପତିଙ୍କ ନିକଟରେ ସେ ଆବେଦନ କରିଛନ୍ତି । ତାଳପାଳି ପଡାର ନିବାସୀ ସୁଧୀର ଦାସ ରାଷ୍ଟ୍ରପତିଙ୍କୁ ଏହି ଚିଠି ଲେଖି ଇଚ୍ଛାମୃତ୍ୟୁ ଅନୁମତି ମାଗିବା ସହ କୌଣସି ସୁଫଳ ନମିଳିଲେ ମାର୍ଚ୍ଚ 2 ତାରିଖରେ ରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ସପରିବାର ଆତ୍ମହୁତି ଦେବାକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟ ମାଗିଲେ ପୂର୍ବତନ CRPF ଅଧିକାରୀ

  • ସର୍ବସ୍ବାନ୍ତ ହୋଇସାରିଲିଣି, ବାଧ୍ୟ ହୋଇ ଆତ୍ମାହୁତି କରିବି: ସୁଧୀର

ସୁଧୀର କହିଛନ୍ତି,‘‘ ମୋ ବିରୋଧରେ ସେତେବେଳେ ମିଥ୍ୟା ମାମଲା କରାଯାଇଥିଲା । କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ଦୀର୍ଘ 14 ବର୍ଷ ଆଇନଗତ ଲଢେଇ ଲଢି ସର୍ବସ୍ୱାନ୍ତ ହୋଇ ସାରିଲିଣି । ମାମଲା ଲଢିବାକୁ ଘରର ସବୁ କିଛି ସାରି ସାରିଲିଣି । ଏବେ କେମିତି ବଞ୍ଚିବି । ଏବେ ଆଉ କିଛି ଉପାୟ ନାହିଁ । ରାଷ୍ଟ୍ରପତିଙ୍କୁ ଇଚ୍ଛାଧୀନ ମୃତ୍ୟୁ ପାଇଁ ଅନୁମତି ମାଗିଛି । ମାର୍ଚ୍ଚ 2 ତାରିଖରେ ମୁଁ ମୋର ପରିବାର ସହ ଓଡିଶା ରାଜଭବନ ସମ୍ମୁଖରେ ଆତ୍ମଦାହ କରିବି ।’’

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ବହିଷ୍କୃତ CRPF ଯବାନ
ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ବହିଷ୍କୃତ CRPF ଯବାନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ହାଇକୋର୍ଟଙ୍କ ନିଆରା ସର୍ତ୍ତ, ଗଛ ଲଗାଇବା ବଦଳରେ ଅଭିଯୁକ୍ତକୁ ଜାମିନ

ମୋ ବସ୍ ଦୁର୍ଘଟଣାରୁ ମିଳିବ ତ୍ରାହି ! ସବୁ ବସରେ ଲାଗିବ ADAS ଚିପ୍ - PREVENT MO BUS ACCIDENT

  • ମିଛ ମାମଲାରେ ମୋ ସ୍ବାମୀଙ୍କୁ ଫସାଯାଇଥିଲା: ସୁଧୀରଙ୍କ ପତ୍ନୀ

ସୁଧୀରଙ୍କ ପତ୍ନୀ ନମିତା ତ୍ରିପାଠୀ କହିଛନ୍ତି ଯେ,‘‘ ମୋ ସ୍ୱାମୀ ମିଥ୍ୟା ମାମଲାରେ ଚାକିରି ହରାଇଛନ୍ତି । ନ୍ୟାୟ ପାଇଁ ଆମେ ଘରର ସବୁ ଟଙ୍କା, ପଇସା ଗହଣା ବିକ୍ରି କରି ଲଢେଇ କରିଥିଲୁ । କୋର୍ଟ ମଧ୍ୟ ପୁନଃନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ତାଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଏପରି ସମୟରେ ଘୋର ଅଭାବ ଅନାଟନରେ ଆମେ ଅଛୁ । ଏଭଳି ସ୍ଥିତିରେ ଆମେ ଆଉ ଆଗକୁ ଲଢେଇ କରିପାରିବୁ ନାହିଁ । ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଚାକିରି ଦିଆନଗଲେ ଆମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ । ସେଥିପାଇଁ ଆମେ ସପରିବାର ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ନିବେଦନ କରିଛୁ ।"

  • କ’ଣ କହୁଛି CRPF ବିଭାଗୀୟ ତଦନ୍ତ ରିପୋର୍ଟ

‘ସିଆରପିଏଫ’ ଦ୍ୱାରା ସେ ସମୟରେ ଜଣେ ବରିଷ୍ଠ ଅଧିକାରୀ ଉପ-କମାଣ୍ଡାଣ୍ଟ ବିଷନ ସିଂ ଏହି ମାମଲାର ତଦନ୍ତ କରିଥିଲେ । ତାଙ୍କ ରିପୋର୍ଟ ଅନୁସାରେ ସୁଧୀର ଦାସ ଗତ 8-10-2010 ରେ ଠକେଇ ମାମଲାରେ ଗିରଫ ହୋଇଥିଲେ । ସେହିପରି ସେ 16-12-2010 ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିଲେ । ଯାହାର ତଥ୍ୟ ଜେଲ କର୍ତ୍ତୃପକ୍ଷ ଚିଠି ନମ୍ବର 1050 ଜରିଆରେ ‘ସିଆରପିଏଫ’କୁ ଗତ 26-10-2010 ରେ ଜଣାଇଥିଲେ । ଅନ୍ୟପଟେ ସୁଧୀର ଦାସ ‘ସିଆରପିଏଫ’ରେ 25-10-2010 ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଏହି ଘଟଣାକୁ ସେ ଲୁଚାଇ ଥିଲେ । ଯାହାକି ‘ସିଆରପିଏଫ’ ଅଧିନିୟମ 1949 ଅଣ୍ଡର ସେକ୍ସନ 11(1) ଏବଂ 1955 ଧାରା 27 ଅନୁସାରେ ଧର୍ତ୍ତବ୍ୟ ଅପରାଧ ଶ୍ରେଣୀଭୂକ୍ତ ।

  • ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 6, 2025, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.