ETV Bharat / state

ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ବୈଠକ - FINANCE COMMISSION MEETING

ବୈଠକରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ । ଆଗାମୀ 5ବର୍ଷରେ ସାଢେ 12 ଲକ୍ଷ କୋଟି ଦାବି ରଖିବେ ରାଜ୍ୟ ସରକାର ।

Finance Commission Meeting
Finance Commission Meeting (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 11:30 AM IST

ଭୁବନେଶ୍ବର: ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି । ଆୟୋଗ ମୁଖ୍ୟ ଡଃ.ଅରବିନ୍ଦ ପାନଗାରିଆଙ୍କ ଟିମ୍‌ ସହ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଅଛନ୍ତି ।

Finance Commission Meeting
Finance Commission Meeting (ETV Bharat Odisha)
  • ଅର୍ଥ କମିଶନ-ରାଜ୍ୟ ସରକାରଙ୍କ ଆଲୋଚନା:

2036 ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅର୍ଥ କମିଶନଙ୍କ ନିକଟରେ ବିକଶିତ ଓଡି଼ଶାର ରୋଡମ୍ୟାପ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବିପତ୍ର ଦେବେ ମୋହନ ସରକାର । ଆସନ୍ତା 5 ବର୍ଷର ବିଭିନ୍ନ ଉନ୍ନୟନମୂଳକ ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିବେ । ଆର୍ଥିକବର୍ଷ 2026-2031 ପର୍ଯ୍ୟନ୍ତ ରାଜ୍ୟର ଯୋଜନା, ଆବଶ୍ୟକ ଅର୍ଥ ବାବଦରେ ଆଲୋଚନା ହେବ । ଓଡ଼ିଶାର ଅର୍ଥନୈତିକ ଖସଡ଼ା ପ୍ରସ୍ତୁତ କରାଯିବ ।

  • ସାଢେ 12 ଲକ୍ଷ ମାଗିବ ରାଜ୍ୟ

ଅର୍ଥ କମିଶନ ନିକଟରେ ରାଜ୍ୟ ସରକାର 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବେ ବୋଲି ଜଣାପଡିଛି । ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଛି ରାଜ୍ୟ । ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା । ଓଡି଼ଶାରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଥିବାରୁ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି । ଆର୍ଥିକବର୍ଷ 2021-26 ବର୍ଷ ଲାଗି ତତ୍କାଳୀନ ବିଜେଡି ସରକାର ଅର୍ଥ କମିଶନ ଆଗରେ 8 ଲକ୍ଷ 24 ହଜାର କୋଟି ଟଙ୍କାର ଦାବି ରଖିଥିଲେ । ମିଳିଥିଲା 2 ଲକ୍ଷ 22 ହଜାର କୋଟି ଟଙ୍କାର ଅନୁଦାନ । ବୈଠକ ପରେ ଅର୍ଥ କମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଦବୋଧନ ଦେବେ ।

  • ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ:

ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ଅପରାହ୍ନରେ ଅର୍ଥ କମିଶନଙ୍କ ଟିମ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକର ନିର୍ବାଚିତ ପ୍ରତିନିଧି, ଟ୍ରେଡ୍ ୟୁନିୟନ ସଦସ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ଓଡିଶାରେ ଷୋଡ଼ଶ ଅର୍ଥ କମିଶନ, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ
ଏହା ବି ପଢନ୍ତୁ...ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ, ସାଢ଼େ 12 ଲକ୍ଷ କୋଟି ଦାବି ରଖିବ ରାଜ୍ୟ
  • ପାନଗାରିଆଙ୍କ ଟିମରେ ଏହିମାନେ

ଅର୍ଥ କମିଶନ ଡଃ. ଅରବିନ୍ଦ ପାନଗାରିଆଙ୍କ ସହ କମିଶନ ସଦସ୍ୟ ଅଜୟ ନାରାୟଣ ଝା, ଆଣ୍ଣି ଜର୍ଜ ମାଥ୍ଯୁ, ଡକ୍ଟର ସୌମ୍ୟକାନ୍ତ ଘୋଷ, ଡକ୍ଟର ମନୋଜ ପଣ୍ଡା, ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ପଣ୍ଡା ଟିମ ସହ ରହିବେ । ସେହିପରି ଟିମର ସଚିବ ରିତ୍ଵିକ ପାଣ୍ଡେ, ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା, କମିଶନଙ୍କ ବ୍ୟକ୍ତିଗତ ସହାୟକ କୁମାର ବିବେକ, ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ସରଫ, ଉପ ନିର୍ଦ୍ଦେଶକ ମାନସୀ ଗୁପ୍ତା, ଉପ ନିର୍ଦ୍ଦେଶକ ଶିକ୍ଷା ସିଂ, ସଦସ୍ୟଙ୍କ ପିପିଏସ ଜି ଭି ସୁବ୍ରମଣ୍ୟମ, ଆସିଷ୍ଟାଣ୍ଟ ଅକାଉଣ୍ଟ ଅଫିସର ଗୌରବ କୁମାର ଦୌସା ପ୍ରମୁଖ ଉପସ୍ଥିତ ଅଛନ୍ତି । ଗତକାଲି (ବୁଧବାର) ମହାପ୍ରଭୁଙ୍କ ଦର୍ଶନ କରିଥିଲେ କମିଶନଙ୍କ ଟିମ୍‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.