ବିଶ୍ଵ ମୂର୍ତ୍ତିକା ଦିବସରେ ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି - ମୁଖ୍ୟ ଅତିଥି ରୂପେ ଶାମିଲ ହେଲେ ସୁଦାମ ମାରାଣ୍ଡି
🎬 Watch Now: Feature Video

ବାରିପଦା: ନଭେମ୍ବର 5କୁ ବିଶ୍ଵ ମୂର୍ତ୍ତିକା ଦିବସ ରୂପେ ପାଳନ କରାଯାଉ ଥିବାବେଳେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ 'ମାଟି ଆମ ମା ଓ ମୂର୍ତ୍ତିକା ସଂରକ୍ଷଣ' କିପରି ହେବ ସେ ନେଇ କୃଷକମାନଙ୍କୁ ସଚେତନ କରାଇଥିଲେ ।