ପାର୍ବଣରେ ଫିକା ଫୁଲ ବଜାର, ବେଉସାରେ ବାସୁନି ବ୍ୟବସାୟୀର ପରିବାର - ପୁରୀ ଫୁଲ ବ୍ୟବସାୟୀ
🎬 Watch Now: Feature Video

ପୁରୀ: ପାର୍ବଣ ଋତୁରେ ଫିକା ପୂଜା ବଜାର । ମାନ୍ଦା ପଡିଛି ଫୁଲ ବେପାର । ହଜି ଯାଇଛି ବ୍ୟବସାୟୀଙ୍କ ମୁହଁରୁ ହସ । ଖାଁ ଖାଁ ପୁରୀ ବଡଦାଣ୍ଡ, ଜନଶୂନ୍ୟ ରାଜରାସ୍ତା । ଦେଖାମୁଳିନି ଗ୍ରାହକଙ୍କ ଗହଳି ଚହଳି । ଆଗ ପରି ଦୋକାନରେ ସାମଗ୍ରୀ ବି ନାହିଁ । କେବଳ ସାମ୍ନାରେ ଓହଳିଛି ଦୁଇ ଚାରୋଟି ଫୁଲ ମାଳା । କୋରୋନା କଟକଣା ଓ ନୂତନ ଗାଇଡଲାଇନ ବୁଡାଇବାକୁ ବସିଛି ଫୁଲ ବେପାରୀଙ୍କ ବେଉସା । ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ସରକାରଙ୍କ କଡା ନିର୍ଦ୍ଦେଶ ଏଥର ଆଡମ୍ବରରେ ହେବନି ଦୁର୍ଗାପୂଜା କି ସଜାସଜ୍ଜା ।