ଅପମିଶ୍ରିତ ମଦ ବିରୋଧରେ ଭଦ୍ରକରେ ଉତ୍ତେଜନା - ଅପମିଶ୍ରିତ ମଦ ବିରୋଧରେ ଉତ୍ତେଜନା

🎬 Watch Now: Feature Video

thumbnail

By

Published : Nov 4, 2020, 9:16 AM IST

ଭଦ୍ରକ: ସରକାରୀ ମଦ ଦୋକାନରେ ଅମିଶ୍ରିତ ଅଭିଯୋଗ । ମଦରେ ଏଭଳି ବିଷାକ୍ତ ଜିନିଷ ମିଶୁଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ। ଘଟଣାଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣି ଅଞ୍ଚଳର । ଚୂଡାମଣି ବ୍ଲକର ଶାଶୁଭୂଆସୁଣୀ ଜେଠୀ ନିକଟ ରାସ୍ତା କଡରେ ଏକ ବିଦେଶୀ ଠିପି ବନ୍ଦ ସରକାରୀ ମଦ ଦୋକାନ ରହିଛି । ଅଭିଯୋଗ ଅନୁସାରେ, ଦୁଇ ଜଣ ଯୁବକ ଉକ୍ତ ଦୋକାନରୁ 2ଟି ମଦ ବୋତଲ କିଣିଥିଲେ । ବୋତଲ ଖୋଲି ଦେଖିଲା ବେଳକୁ ସେଥିରେ ମଲା ଅସରପା ଓ ଝିଟିପିଟି ପଡିଥିଲା । ଫଳରେ ଦୋକାନରେ ମିଶ୍ରଣ ହେଉଥିବା ସନ୍ଦେହ କରି ଦୋକାନ କର୍ମଚାରୀକୁ ପଚାରିବାରୁ କର୍ମଚାରୀ ନିଜ ଦୋକାନ ଭିତରେ ମିଶ୍ରଣ ମଦ ବୋତଲ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.