ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ଗର୍ଭବତୀ, ଆସିଲେନି ସ୍ବାସ୍ଥ୍ୟକର୍ମୀ - ଭିଡିଓ ଭାଇରାଲ
🎬 Watch Now: Feature Video
ବ୍ରହ୍ମପୁର: ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ହେଉଛନ୍ତି ଜଣେ ଗର୍ଭବତୀ । ପାଖରେ ନାହାଁନ୍ତି କୌଣସି ଡାକ୍ତର କି ନର୍ସ । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ପଦାରେ ପଡିଛି ଡାକ୍ତରଖାନାର ଅସଲ ଚେହେରା । ଗଞ୍ଜାମ ଜିଲ୍ଲାର ଛତ୍ରପୁରରୁ ଜଣେ 9 ମାସର ଗର୍ଭବତୀ ମହିଳା ଆସିଥିଲେ ଏମ୍.କେ.ସି.ଜିକୁ । ବିନା କୋରୋନା ଲକ୍ଷଣରେ ଏମ୍.କେ.ସି.ଜି କୁ ଆସିଥିବା ଗର୍ଭବତୀଙ୍କ ହଠାତ୍ ହସ୍ପିଟାଲରେ କୋଭିଡ ପଜିଟିଭ ବାହାରିଲା । ଯାହା ଫଳରେ ତାଙ୍କର ପାଖ ଆଉ କେହି ମାଡିଲେ ନାହିଁ । ଏପଟେ ଯନ୍ତ୍ରଣାକୁ ସହ୍ୟ କରି ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା ଜଣଙ୍କ । ତେବେ ଏହି ଭିଡିଓ ଭାଇରାଲ ପରେ ସ୍ପଷ୍ଟ ଜଣା ପଡୁଛି ଯେ ରୋଗୀଙ୍କ ସହ କିଭଳି ଭାବେ ଅବହେଳା କରାଯାଉଛି ।