ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ପର୍ବ ପ୍ରଥମାଷ୍ଟମୀ - ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ପର୍ବ ପ୍ରଥମାଷ୍ଟମୀ

🎬 Watch Now: Feature Video

thumbnail

By

Published : Dec 8, 2020, 10:32 PM IST

ଭୁବନେଶ୍ବର: ମାର୍ଗଶିର ମାସ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ସାରା ଓଡ଼ିଶା ଆଜି  ପ୍ରଥମାଷ୍ଟମୀ ବା ପଢ଼ୁଆଁ ଅଷ୍ଟମୀ ପାଳନ କରୁଛି । ଏହିଦିନ ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହ ସୁସ୍ୱାଦୁ ଖାଦ୍ୟ ଯଥା ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଓ କ୍ଷୀରି ଆଦି ଦିଆଯାଏ । ଏହି ଦିନ ହଳଦୀ ପତ୍ର ପିଠାର ବାସ୍ନାରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ବଜାର ମହକିତ ହୋଇ ଉଠେ । ଆଜି ଭାରତ ବନ୍ଦ ପାଳନ ହେଉଥିବା ବେଳେ ଏହାର ପ୍ରଭାବ ସେପରି ଅନୁଭବ ହୋଇନାହିଁ ।ତେବେ ଓଡ଼ିଆ ଘରେ ଏହାକୁ ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଘରର କର୍ତ୍ତା ବା ପିତାମାତାମାନେ ବଡ଼ ସନ୍ତାନଙ୍କ ପାଇଁ ନୂଆ ପୋଷକା ଆଣି ଥାଆନ୍ତି । ନଚେତ ମାମୁଁ ଘର ପକ୍ଷରୁ ଆସିଥିବା ନୂଆ ପୋଷାକ ପିନ୍ଧି ସନ୍ତାନମାନେ ବୟସ୍କ ବ୍ୟକ୍ତିମାନଙ୍କ ନିକଟରୁ ଆଶୀର୍ବାଦ ଲାଭ କରିଥାନ୍ତି । କୁହାଯାଏ ଘରର ବଡ଼ ସନ୍ତାନ ପରିବାରର ବୋଝ ମୁଣ୍ଡାଇଥାନ୍ତି । ପିତାମାତାଙ୍କ ପରେ ଘରର ଦାଇତ୍ୱ ସେମାନେ ନେବା ସହ ସୁଖ ଦୁଃଖ ବୁଝି ଥାନ୍ତି । ତେଣୁ ସେମାନେ ଏହି ଦାଇତ୍ୱ ସମ୍ଭାଳିବା ଭିତରେ ନିଜର ଖୁସିକୁ ଜଳାଞ୍ଜଳି ଦେଇଥାନ୍ତି । ତେଣୁ ବର୍ଷକରେ ଥରେ ସେମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । କେଉଁ ପୁରାତନ କାଳରୁ ଚାଲି ଆସୁଅଛି ଏହି ପଢ଼ୁଆଁ ଅଷ୍ଟମୀ । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.