ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୋଲିସ - ଦନ୍ତେୱାଡା ଜିଲ୍ଲା ପୋଲିସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9596586-thumbnail-3x2-naxal.jpg)
ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଲଗାତାର ନକ୍ସଲ ମାନେ ଆତ୍ମସମର୍ପଣ କରୁଥିବାବେଳେ ଏହି ଖୁସିରେ ସେମାନଙ୍କ ସହିତ କେକ୍ କାଟିଛନ୍ତି ପୋଲିସ । ବୁଧବାର 3 ହାର୍ଡକୋର ନକ୍ସଲ, ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କୁ ଧରିବାକୁ ଛତିଶଗଡ ସରକାର ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିବାବେଳେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଯାହାକୁ ନେଇ ନକ୍ସଲଙ୍କ ସହିତ ପୋଲିସ କେକ୍ କାଟିଛନ୍ତି ।